• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଆନ୍ତର୍ଜାତୀୟ
  • /Plane Crashe: ଭୟଙ୍କର ବିମାନ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ!

Plane Crashe: ଭୟଙ୍କର ବିମାନ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ!

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ବିମାନଟି ଆକାଶରେ ଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତ ଗତିରେ ତଳକୁ ଖସି ଭୂମିରେ ଧକ୍କା ହେବା ପରେ ବିସ୍ଫୋରଣ ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Written ByPriyambada RanaEdited ByPriyambada Rana
Published: Nov 17, 2026, 23:08 IST|Updated: Nov 17, 2026, 23:12 IST
joinshare
Plane Crashe: ଭୟଙ୍କର ବିମାନ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ!
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ICC ODI ରାଙ୍କିଂରେ ବଡ଼ ହଲଚଲ୍! ରୋହିତ-ଶ୍ରେୟସଙ୍କୁ ଝଟକା, ଗିଲ୍ ନମ୍ବର-୧

    ICC ODI ରାଙ୍କିଂରେ ବଡ଼ ହଲଚଲ୍! ରୋହିତ-ଶ୍ରେୟସଙ୍କୁ ଝଟକା, ଗିଲ୍ ନମ୍ବର-୧

    2

    Nasha Mukt Bharat: ନିଶାମୁକ୍ତ ଭାରତ ଗଠନ ପାଇଁ ଜି ମିଡିଆର ବଡ଼ ଅଭିଯାନ, ଆରମ୍ଭ ହେଲା ‘ନଶା ମୁକ୍ତ ଭାରତ’

    3

    Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

    4

    Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି

    5

    ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Plane Crashe: ରୁଷିଆରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ-ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳରେ ଏକ ସାମରିକ ପରିବହନ ବିମାନ ନିଆଁ ଲାଗି ଖସିପଡ଼ିଛି। ନଭେମ୍ବର ୧୭ ତାରିଖରେ ୟାଗୁନୋଭୋ ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛି। ବିମାନଟି Antonov An-12 ବୋଲି ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି।

    ଉଡ଼ାଣ ସମୟରେ ଲାଗିଥିଲା ନିଆଁ
    ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ବିମାନଟି ଆକାଶରେ ଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତ ଗତିରେ ତଳକୁ ଖସି ଭୂମିରେ ଧକ୍କା ହେବା ପରେ ବିସ୍ଫୋରଣ ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

    A Russian Antonov An-12 military transport plane has crashed in Siberia’s Kemerovo region, Russian media reported. Unconfirmed reports suggest that between 13 and 17 people were on board and that none survived. Read more: https://t.co/Ekd2HEnNgf https://t.co/ViehDtaqSP

    — The Moscow Times (@MoscowTimes) November 17, 2026

    ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ
    କେମେରୋଭୋ ଅଞ୍ଚଳର ଗଭର୍ଣ୍ଣର ଇଲିଆ ସେରେଡ୍ୟୁକ୍ ୟାଗୁନୋଭୋ ନିକଟରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଜରୁରୀକାଳୀନ ସେବା, ପୋଲିସ ଓ ଅନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ଅଞ୍ଚଳୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

    ସର୍ବିଆରେ ମଧ୍ୟ ମିଗ୍‌-୨୯ ବିମାନ ଦୁର୍ଘଟଣା
    ଅନ୍ୟପଟେ, ସର୍ବିଆରେ ମଧ୍ୟ ମଙ୍ଗଳବାର ଏକ ସାମରିକ ମିଗ୍‌-୨୯ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜଧାନୀ ବେଲଗ୍ରେଡ୍‌ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଷ୍ଟାରା ପାଜୋଭା ନିକଟରେ ସକାଳ ପ୍ରାୟ ୮ଟା ୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ସର୍ବିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯାଇଛି।

    Add Zee News as a Preferred Source
    TAGS:
    Odia News