Plane Crashe: ଭୟଙ୍କର ବିମାନ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ!
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ବିମାନଟି ଆକାଶରେ ଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତ ଗତିରେ ତଳକୁ ଖସି ଭୂମିରେ ଧକ୍କା ହେବା ପରେ ବିସ୍ଫୋରଣ ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
Plane Crashe: ରୁଷିଆରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ-ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳରେ ଏକ ସାମରିକ ପରିବହନ ବିମାନ ନିଆଁ ଲାଗି ଖସିପଡ଼ିଛି। ନଭେମ୍ବର ୧୭ ତାରିଖରେ ୟାଗୁନୋଭୋ ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛି। ବିମାନଟି Antonov An-12 ବୋଲି ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି।
ଉଡ଼ାଣ ସମୟରେ ଲାଗିଥିଲା ନିଆଁ
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ବିମାନଟି ଆକାଶରେ ଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତ ଗତିରେ ତଳକୁ ଖସି ଭୂମିରେ ଧକ୍କା ହେବା ପରେ ବିସ୍ଫୋରଣ ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ
କେମେରୋଭୋ ଅଞ୍ଚଳର ଗଭର୍ଣ୍ଣର ଇଲିଆ ସେରେଡ୍ୟୁକ୍ ୟାଗୁନୋଭୋ ନିକଟରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଜରୁରୀକାଳୀନ ସେବା, ପୋଲିସ ଓ ଅନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ଅଞ୍ଚଳୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ସର୍ବିଆରେ ମଧ୍ୟ ମିଗ୍-୨୯ ବିମାନ ଦୁର୍ଘଟଣା
ଅନ୍ୟପଟେ, ସର୍ବିଆରେ ମଧ୍ୟ ମଙ୍ଗଳବାର ଏକ ସାମରିକ ମିଗ୍-୨୯ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜଧାନୀ ବେଲଗ୍ରେଡ୍ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଷ୍ଟାରା ପାଜୋଭା ନିକଟରେ ସକାଳ ପ୍ରାୟ ୮ଟା ୪୫ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ସର୍ବିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯାଇଛି।