SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Habishyali Death: ବାଲେଶ୍ୱରରୁ ପୁରୀ ଆସିଥିଲେ ହବିଷ୍ୟ ବ୍ରତ ପାଇଁ, ଆଉ ଫେରିଲେନି ରଙ୍ଗଲତା

ସୂଚନା ଅନୁସାରେ, ରଙ୍ଗଲତା ପୁରୀର ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହୁଥିଲେ। ଗତକାଲି ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Reported By Sanjaya Kumar Mohapatra Written By Sanjaya Kumar Mohapatra
Published: Nov 22, 2026, 12:30 IST | Updated: Nov 22, 2026, 12:35 IST
Image Credit: AI
Join

Habishyali Death: ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁକୁ ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ୬୬ ବର୍ଷୀୟା ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି। ମୃତ ହବିଷ୍ୟାଳି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ରଙ୍ଗଲତା ଭଞ୍ଜ।

ସୂଚନା ଅନୁସାରେ, ରଙ୍ଗଲତା ପୁରୀର ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହୁଥିଲେ। ଗତକାଲି ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ALSO READ: BJD vs BJP: ଅଭିଯୋଗର ତଦନ୍ତକୁ ଡର କାହିଁକି? ନବୀନଙ୍କୁ ସିଧା ପ୍ରଶ୍ନ କଲେ ମନମୋହନ ସାମଲ

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ହବିଷ୍ୟ ବ୍ରତ ପାଳନ ପାଇଁ ପୁରୀ ଆସିଥିବା ରଙ୍ଗଲତାଙ୍କ ମୃତ୍ୟୁ ଖବରକୁ ନେଇ ଶୋକ ପ୍ରକାଶ ପାଇଛି। ତେବେ ତାଙ୍କ ଅସୁସ୍ଥତାର କାରଣ ଏବଂ ମୃତ୍ୟୁ ସମ୍ପର୍କିତ ଅନ୍ୟାନ୍ୟ ବିବରଣୀ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES