Dense Fog in Odisha: ଭୁବନେଶ୍ୱରରେ ଫଗ୍ ଆଲର୍ଟ! ସକାଳୁ ସକାଳୁ ଘନ କୁହୁଡ଼ିରେ ଢାଙ୍କି ହେଲା ସହର
କୁହୁଡ଼ି ସାଙ୍ଗକୁ ରାଜଧାନୀରେ ହାଲୁକା ଶୀତର ଅନୁଭୂତି ମଧ୍ୟ ବଢ଼ିଛି। ତାପମାତ୍ରାରେ ସାମାନ୍ୟ ହ୍ରାସ ଯୋଗୁଁ ସକାଳୁ ପାଗ ଥଣ୍ଡା ରହିଥିଲା। ମର୍ଣ୍ଣିଂ ୱାକ୍ରେ ବାହାରୁଥିବା ଲୋକମାନେ ଶୀତବସ୍ତ୍ର ପିନ୍ଧି ବୁଲୁଥିବା ନଜର ଆସିଥିଲେ।
Dense Fog in Odisha: ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୁହୁଡ଼ିର ପ୍ରକୋପ। ସକାଳୁ ସକାଳୁ ସହରର ବିଭିନ୍ନ ଅଞ୍ଚଳ ଘନ କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଛି। କୁହୁଡ଼ିର ମାତ୍ରା ଏତେ ଅଧିକ ରହିଥିଲା ଯେ ଦୃଶ୍ୟମାନ ଦୂରତା ହ୍ରାସ ପାଇ ମାତ୍ର ୧୦୦ ମିଟରରେ ପହଞ୍ଚିଥିଲା। ଏହା ସହିତ ରାଜଧାନୀରେ ହାଲୁକା ଶୀତ ଅନୁଭୂତ ହୋଇଛି।
ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ:
ସକାଳ ସମୟରେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଯାତାୟାତ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବିଶେଷକରି ଜାତୀୟ ରାଜପଥ-୧୬ ଏବଂ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଅଧିକ ରହିଥିଲା। ଦୃଶ୍ୟମାନ ଦୂରତା କମ୍ ଥିବାରୁ ଗାଡ଼ି ଚାଳକମାନେ ହେଡ୍ଲାଇଟ୍ ଓ ଫଗ୍ଲାଇଟ୍ ଜଳାଇ ଧୀରେ ଧୀରେ ଗାଡ଼ି ଚଳାଉଥିବା ଦେଖାଯାଇଥିଲା।
ସକାଳୁ ଅନୁଭୂତ ହେଲା ହାଲୁକା ଶୀତ:
କୁହୁଡ଼ି ସାଙ୍ଗକୁ ରାଜଧାନୀରେ ହାଲୁକା ଶୀତର ଅନୁଭୂତି ମଧ୍ୟ ବଢ଼ିଛି। ତାପମାତ୍ରାରେ ସାମାନ୍ୟ ହ୍ରାସ ଯୋଗୁଁ ସକାଳୁ ପାଗ ଥଣ୍ଡା ରହିଥିଲା। ମର୍ଣ୍ଣିଂ ୱାକ୍ରେ ବାହାରୁଥିବା ଲୋକମାନେ ଶୀତବସ୍ତ୍ର ପିନ୍ଧି ବୁଲୁଥିବା ନଜର ଆସିଥିଲେ।
ଆଗକୁ ମଧ୍ୟ ରହିପାରେ କୁହୁଡ଼ିର ପ୍ରଭାବ:
ଆଗାମୀ ଦିନଗୁଡ଼ିକରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ସହ ହାଲୁକା ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ତେଣୁ ସକାଳୁ ଯାତ୍ରା କରୁଥିବା ଗାଡ଼ି ଚାଳକମାନେ ବିଶେଷ ସତର୍କ ରହିବା ଆବଶ୍ୟକ। ଘନ କୁହୁଡ଼ି ସମୟରେ ଗାଡ଼ିର ବେଗ ନିୟନ୍ତ୍ରଣରେ ରଖିବା ସହ ସୁରକ୍ଷିତ ଦୂରତା ବଜାୟ ରଖିବା ଜରୁରୀ।