SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

BJD vs BJP: ଅଭିଯୋଗର ତଦନ୍ତକୁ ଡର କାହିଁକି? ନବୀନଙ୍କୁ ସିଧା ପ୍ରଶ୍ନ କଲେ ମନମୋହନ ସାମଲ

ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଶାସକ ବିଜେପିକୁ ସମାଲୋଚନା କରାଯାଉଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରି କହିଛନ୍ତି, ଯଦି ସବୁକିଛି ସ୍ୱଚ୍ଛ ଅଛି, ତେବେ ତଦନ୍ତକୁ ଡର କାହିଁକି?

Reported By Manoj Kumar Mallia Written By Manoj Kumar Mallia
Published: Nov 22, 2026, 11:20 IST | Updated: Nov 22, 2026, 11:20 IST
Image Credit: BJD vs BJP
Join

BJD vs BJP: ଓଡ଼ିଶା ରାଜନୀତିରେ ପୁଣି ତେଜିଛି ବିଜେଡି ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶକୁ ନେଇ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ।

ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଶାସକ ବିଜେପିକୁ ସମାଲୋଚନା କରାଯାଉଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରି କହିଛନ୍ତି, ଯଦି ସବୁକିଛି ସ୍ୱଚ୍ଛ ଅଛି, ତେବେ ତଦନ୍ତକୁ ଡର କାହିଁକି?

ALSO READ: Delhi Air Quality: ଦିଲ୍ଲୀ-NCRରେ ଜାରି ରହିବ GRAP-୨ କଟକଣା, କେବେ କମିବ ପ୍ରଦୂଷଣ?

ମନମୋହନ ସାମଲଙ୍କ କହିବା ଅନୁସାରେ, ତଦନ୍ତକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସିବିଆଇ ତଦନ୍ତ ହେଉ, କୋଲ୍ ବ୍ଲକ୍ ପ୍ରସଙ୍ଗ ହେଉ କିମ୍ବା ଗସ୍ତ ଖର୍ଚ୍ଚ ସମ୍ପର୍କିତ ଅଭିଯୋଗ-ସବୁ ତଦନ୍ତକୁ ସାମ୍ନା କରିବା ଉଚିତ। ତଦନ୍ତ ମାଧ୍ୟମରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ଏବଂ ସ୍ୱଚ୍ଛତା ପ୍ରମାଣିତ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

ଏହି ଅବସରରେ ସାମଲ ଅତୀତର ଏକ ରାଜନୈତିକ ଘଟଣାର ଉଦାହରଣ ଦେଇ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ କଥା ମନେ ପକାଇଛନ୍ତି। ତଦନ୍ତରେ ଦୋଷ ପ୍ରମାଣିତ ହେଲେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଡଭାନୀ କହିଥିବା ଉଦାହରଣ ସେ ଦେଇଛନ୍ତି।

ଅନ୍ୟପଟେ, ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି। ଏହି ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସିବ ଏବଂ ଆଗକୁ ରାଜନୈତିକ ବିବାଦ କେଉଁ ମୋଡ଼ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Add Zee News as a Preferred Source
TAGS:

About the Author

ZEENEWS TRENDING STORIES