Top 10 News Today: ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ, ବାତ୍ୟା ଲାଗି ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
Top 10 News Today: ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ, ବାତ୍ୟା ଲାଗି ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
Cyclone Aqwan: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅକଓ୍ବାନ୍ ଆଜି ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଜି ସାମୁଦ୍ରିକ ଝଡ଼ ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପବନର ବେଗ ୭୦ ରୁ ୮୦ କିମି ରେ ବହୁଛି। ଏବଂ କିଛି ସ୍ଥାନରେ ପବନର ଝଟକା ବି ୯୦ କିମି ରହିଛି।
Puri News: ବାତ୍ୟାର ପ୍ରଭାବ ସତ୍ତ୍ୱେ ଆଜି ସକାଳ ୫ଟା୧୭ ମିନିଟରେ ଖୋଲିଲା ଶ୍ରୀମନ୍ଦିର। ଭିତରୁଚ୍ଛ ମହାପାତ୍ରଙ୍କ ଦ୍ବାରା ଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହେବା ପରେ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଆଶିର୍ବାଦ ଗ୍ରହଣ କରିଛନ୍ତି ଭକ୍ତ ଓ ଦର୍ଶନାର୍ଥି। ଆଜି ବି ସାଧାରଣ ଭକ୍ତଙ୍କ ବ୍ୟତିତ ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି।
Odisha DGP:ଭାରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ବା ଇନଚାର୍ଜ ଡିସିପି ବିନୟତୋଷ ମିଶ୍ର ନଭେମ୍ବର ୩୦ ତାରିଖରେ ଅବସର ନେବେ। ଇନଚାର୍ଜ ଡିଜି ସହ କ୍ରାଇମବ୍ରାଞ୍ଜ ଡିଜି ଦାୟିତ୍ବ ତୁଲାଉଥିବା ବିନୟତୋଷଙ୍କ କାର୍ଯ୍ୟକାଳ ଆଉ ବଢିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଶ୍ରୀ ମିଶ୍ରଙ୍କ ଅବସର ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Trains Cancelled: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ଚଳାଚଳ ରେ ସାମ୍ଭାବ୍ୟ ବିପଦ ଏଡାଇବାକୁ ଅଧିକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃ ନିର୍ଦ୍ଦାରଣ କରାଯାଇଛି। ନଭେମ୍ବର ୧୯,୨୦ ଓ ୨୧ ତାରିଖରେ ଚଳାଚଳ କରିବାକୁ ଥିବା ୪୪ ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ୨୯ଟି ଟ୍ରେନର ଚଳାଚଳ ସମୟ ପୁନଃନିର୍ଦ୍ଦାରଣ କରାଯାଇଛି। ଏଥିସହ ୪ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି।
Cyclone Aqwan: ଜିରୋ କାଜୁଆଲିଟି(Zero Casuality) ଲକ୍ଷ୍ୟରେ ସକ୍ରିୟ ସରକାର ଓ ସଜାଗ ପ୍ରଶାସନ। ମୁଖ୍ୟମନ୍ତ୍ରୀ ସିଧାସଳଖ କଲେ ସମୀକ୍ଷା ଓ ତଦାରଖ। ବାତ୍ୟା ମୁକାବିଲା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି। ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ଓ ପ୍ରତ୍ୟେକ ଜୀବନକୁ ସୁରକ୍ଷିତ ସହିତ (Zero Casualty) ଲକ୍ଷ୍ୟ। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ସକ୍ରିୟ ରହିଛନ୍ତି।
Road Accident: ସମ୍ବଲପୁର ଏନଏଚ୍ ୫୩ ଗୋଶାଳ ବାବୁବନ୍ଧ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ ହେଉଥିବା ବେଳେ ଅଜଣା ଗାଡି଼ ଧକ୍କାରେ ଅଜା ଓ ନାତିଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
School Closed: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଆଜି କିଛି ସ୍କୁଲ୍ କୁ ସରକାରଙ୍କ ତରଫରୁ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା। ସେହିପରି, ଆଜି ନୂଆପଡା, କଟକ, ମାଲକାନଗିରି, ରାୟଗଡ଼ା, କୋରାପୁଟ ,ଭଦ୍ରକ ଓ ବାଲେଶ୍ବରରେ ସ୍କୁଲ୍ ବନ୍ଦ ରହିବ।
Bus Services: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ରହିଛି। ଏନେଇ ଗଞ୍ଜାମ ଆରଟିଓ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି ହୋଇଛି। ଫଳରେ ସମସ୍ତ ସରକାରୀ ଓ ବେସରକାରୀ ବସ୍ ବନ୍ଦ ରହିଛି।
Gold Price: ସୁନା ଓ ରୂପା ଦର କ୍ଷୀପ୍ର ବେଗରେ ତଳକୁ ଖସିଚାଲିଛି। ସମ୍ପ୍ରତି ୧୮ କ୍ୟାରେଟ୍ ସୁନା ୯୮,୦୦୦ ଟଙ୍କାକୁ ଖସିଆସିଲାଣୀ। ଗୁରୁବାର ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ୧୮ କ୍ୟାରେଟ୍ ସୁନା ଦର ୧୯୨୦ ଟଙ୍କା ହ୍ରାସ ପାଇଛି।
Business News: ଭାରତୀୟ ଉଦ୍ୟୋଗ ଜଗତର ଭୋକ ଏତେ ଯେ, ଯେତେ ଭରିଲେ ବି ମେଣ୍ଟୁନି। ସରକାରଙ୍କ ତରଫରୁ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତ୍ସୋହନ ଦିଆଯାଉଛି। କମ୍ପାନୀ ଟିକସ୍ ହ୍ରାସ କରି ବ୍ୟବଲାୟ ଅନୁକୂଳ ପରିବେଶ ତିଆରି କରିଛନ୍ତି। କେନ୍ଦ୍ର ସରକାର