Top 10 News Today: ନିଟ୍ ୟୁଜି ପେପର ଲିକ୍ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ,ନବୀନ ଓ ପାଣ୍ତିଆନ୍ ଙ୍କ ବିଦେଶ ଗସ୍ତର ହେବ ତଦନ୍ତ ସହ ପଢନ୍ତୁ ଦିନ ତମାମର ୧୦ ବଡ଼ ଖବର
Top 10 News Today: ନିଟ୍ ୟୁଜି ପେପର ଲିକ୍ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ,ନବୀନ ଓ ପାଣ୍ତିଆନ୍ ଙ୍କ ବିଦେଶ ଗସ୍ତର ହେବ ତଦନ୍ତ ସହ ପଢନ୍ତୁ ଦିନ ତମାମର ୧୦ ବଡ଼ ଖବର
Top 10 News Today: ନିଟ୍ ୟୁଜି ପେପର ଲିକ୍ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ,ନବୀନ ଓ ପାଣ୍ତିଆନ୍ ଙ୍କ ବିଦେଶ ଗସ୍ତର ହେବ ତଦନ୍ତ ସହ ପଢନ୍ତୁ ଦିନ ତମାମର ୧୦ ବଡ଼ ଖବର
Naveen Patnaik: ପୁଣି ଚର୍ଚ୍ଚାରେ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ପ୍ରସଙ୍ଗ। ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି, ଅବସରପ୍ରାପ୍ତ ଆଇଏସ୍ ଅଫିସର୍ ଭିକେ ପାଣ୍ତିଆନ୍ ଓ ଆଇପିଏସ୍ ରବିକାନ୍ତଙ୍କ ଗସ୍ତର ବି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ବୋଲି ଜଣାପଡିଛି।
Odisha News: ମହିଳା ସବ୍-ଇନ୍ସପେକ୍ଟଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ,ଏସଆଇ ପ୍ରଭାସିନୀ ସାହୁ। ଥାନା ପରିସରରେ ଥିବା କ୍ବାର୍ଟସ୍ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା କ୍ବାଟର୍ସରୁ।
Weather Update: ବାତ୍ୟା ଅକଭାନ୍ ଯାଉ ଯାଉ ପାଣିପାଗ ବିଭାଗ ଆଉ ଏକ ବଡ଼ ଖବର ଦେଇଛି। ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି। ହେଲେ, ଏହାର ସ୍ଥିତି, ତିବ୍ରତା ଓ ରୂପରେଖ ସ୍ଥିର ହୋଇ ନାହିଁ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୫ଟି ବାତ୍ୟା ଆସିଥାଏ। ହେଲେ, ଏ ଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇସାରିଲାଣୀ।
Odisha News: ବାତ୍ୟା ଅକ୍ବାନ୍ ଯାଇଛି ସତ ହେଲେ ଚାଷୀଙ୍କ ମେରୁଦଣ୍ତ ଦୋହଲାଇ ଦେଇଛି। 'ଅକଭାନ୍'(Akvan) ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ,ଓଡ଼ିଶାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି । ଏନେଇ ଏସଆରସି (SRC) ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ପରେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଏବଂ କ୍ଷୟକ୍ଷତିର ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜୋରଦାର ଆରମ୍ଭ ହୋଇଯାଇଛି।
Vigilance Raid: ଭିଜିଲାନ୍ସ ଟିମ୍ କୁ ବଡ଼ ସଫଳତା। ଭିଜିଲାନ୍ସ ଜାଲରେ କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଏନ୍ଏସି(NAC)ର କର୍ମଚାରୀ। ୭,୦୦୦ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି (MIS Programmer) ପ୍ରଦ୍ୟୁମ୍ନ କୁମାର ଦାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥରାଶିର ବଳକା ଅଂଶ ପାଇବା ପାଇଁ ଜୁନାଗଡ଼ ଏନଏସି(NAC)ର ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ୭ ହାଜର ଟଙ୍କା ଲାଞ୍ଚ ଦାବି କରିଥିଲେ।
Vigilance Raid: ଭତ୍ତା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଉଛନ୍ତି କୋରାପୁଟ ନନ୍ଦପୁର ବ୍ଲକ ଖୁର୍ଜି ପଞ୍ଚାୟତର ପୂର୍ବତନ (PEO) ଆଦିତ୍ୟ ଚୋପାଡ଼ି। ସେ ୮.୯୭ ଲକ୍ଷ ଟଙ୍କାରୁ ଅଧିକ ବୃଦ୍ଧାଶ୍ରମ ପେନସନ ଠକେଇରେ ଗିରଫ କରାଯାଇଛି।
Kotia Election: ପୁଣି ଚର୍ଚ୍ଚାରେ କୋଟିଆ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସୁଧା ୩ଟି ପଞ୍ଚାୟତରୁ ୧୧ ନାମାଙ୍କନ ପତ୍ର ଦାଖଲ ହୋଇଛି।
Mamata Mohanta:ଓବିସି ମୋର୍ଚ୍ଚା ପାଇଁ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି ବିଜେପି। ଓଡ଼ିଶାର ମମତା ମହନ୍ତଙ୍କୁ ଓବିସି ମୋର୍ଚ୍ଚା ଉପାଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବା ଜଣାପଡିଛି।
Puri News: ଆଜିଠାରୁ ଚାରି ମାସ ଯୋଗନିଦ୍ରାରେ ଶୟନ ଯାଇଥିବା ମହାପ୍ରଭୁ ନିଦ୍ରାରୁ ଉଠିବେ। ହରିଶୟନ ଏକାଦଶୀ ଠାରୁ ଚାରିମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଶୟନ କାଳ । ତେଣୁ ମହାପ୍ରଭୁ ଶୟନ ଯାଇଥାନ୍ତି। ହରିଶୟନ ଏକାଦଶୀର ବିଳମ୍ବିତ ରାତିଠାରୁ ମହାପ୍ରଭୁ ଶୟନ ଯିବାର ବିଧି ରହିଛି । ତେଣୁ ଏହି କାଳକୁ ଅଶୁଭ ବିବେଚିତ କରାଯାଇ ଆମ ପଞ୍ଜିକା ଅନୁଯାୟୀ ବିବାହ,ବ୍ରତୋପନୟନ,ଗୃହ ପ୍ରତିଷ୍ଠା ଆଦି ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ ।
NEET-UG 2026: ନିଟ୍ ୟୁଜି ପେପର୍ ଲିକ୍ ମାମଲାରେ ଚାର୍ଜ ଫ୍ରେମ ଘଟଣା। ଏହି ମାମଲାରେ ଦିଲ୍ଲୀର ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଆଜି(ଶନିବାର) ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବରେ ଚାର୍ଜ ଫ୍ରେମ କରିଛି ସିବିଆଇ ବୋଲି ଜଣା ପଡି଼ଛି।