SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Written By Priyambada Rana Edited By Priyambada Rana
Published: Nov 18, 2026, 22:23 IST | Updated: Nov 18, 2026, 22:25 IST
Image Credit: AI
Join

1.Cyclone Akvan Update: ଭୀଷଣ ବାତ୍ୟା ‘ଅକୱାନ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୯ କି.ମି. ବେଗରେ ଗତି କରୁଛି। ନଭେମ୍ବର ୨୦ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୯୦–୧୦୦ କି.ମି. ଏବଂ ଝଟକା ୧୧୦ କି.ମି. ପର୍ଯ୍ୟନ୍ତ ରହିବା ଆଶଙ୍କା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ।

2.Odisha Government: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ୧୦ଟି ବିଭାଗର ସଚିବ ଓ ୧୯ରୁ ୨୦ ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି। ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ଏବଂ ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦–୧୦୦ କି.ମି. ରହିପାରେ ବୋଲି ଆକଳନ କରାଯାଇଛି। ରାଜ୍ୟରେ ୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଥିବାବେଳେ ୪୬,୭୦୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ୨୫ ହଜାର ଓ ଜଗତସିଂହପୁରରେ ୧୧ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି। ୧୫ଟି ଜିଲ୍ଲାକୁ ୨୦ କୋଟି ଟଙ୍କା ଆଗୁଆ ସହାୟତା ଦିଆଯାଇଥିବାବେଳେ ଗଞ୍ଜାମକୁ ୫ କୋଟି ଟଙ୍କା ମିଳିଛି। ବାତ୍ୟା ମୁକାବିଲା ପାଇଁ ୭ ଜଣ IAS ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

3.Batya Update: ବନ୍ୟା ସ୍ଥିତି ନୀରିକ୍ଷଣ ପାଇଁ ୪ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ମହାନଦୀ ଓ ବ୍ରାହ୍ମଣୀ ନଦୀ ପ୍ରଣାଳୀର ସ୍ଥିତି ଉପରେ ନଜର ରଖିବେ ଏହି ଯନ୍ତ୍ରୀମାନେ। EIC ନିରଞ୍ଜନ ରାଉତଙ୍କୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ସିଷ୍ଟମ ସହ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଦୀପକ ମୁର୍ମୁଙ୍କୁ କେନ୍ଦୁଝରର ବୈତରଣୀ ସିଷ୍ଟମ, ACE ଅମୀୟ ସେଠ୍‌ଙ୍କୁ ପୁରୀର ମହାନଦୀ ସିଷ୍ଟମ ଏବଂ ସନ୍ଦୀପ କୁମାରଙ୍କୁ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ ନୀରିକ୍ଷଣ ଦାୟିତ୍ୱ ଦିଆଯାଇଛି।

4.Kalinga Ghati: ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଫୁଲବାଣୀରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ, ପଥର ଓ ମାଟି ଅତଡ଼ା ଖସିବା ଏବଂ ରାସ୍ତା ନଷ୍ଟ ହେବାର ଆଶଙ୍କା ଥିବାରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।

5.Severe Cyclone Akvan: ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ବଢ଼ିଛି ପ୍ରଶାସନିକ ତତ୍ପରତା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନଜୀବନର ସୁରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ପ୍ରଶାସନ। ଏନେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)।

6.Odisha Assembly: ଓଡ଼ିଶା ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ହଟ୍ଟଗୋଳ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହ ଭିତରେ ପ୍ରତିବାଦ କରିବାରୁ ବିଧାନସଭା କାର୍ଯ୍ୟ ଠପ୍ ହୋଇପଡ଼ିଥିଲା। ଶେଷରେ ହଟ୍ଟଗୋଳ ଯୋଗୁଁ ଗୃହକୁ ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ମୁଲତବି ରଖାଯାଇଛି।

7.High Court: ହକି ଇଣ୍ଡିଆ ନିର୍ବାଚନ ଉପରେ ରୋକ୍‌ ବଳବତ୍ତର ରଖିଲେ ଓଡ଼ିଶା ହାଇକୋର୍ଟ। ହକି ଇଣ୍ଡିଆ ପକ୍ଷରୁ ଅନ୍ତରୀଣ ରହିତାଦେଶ ପ୍ରତ୍ୟାହାର ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଥିବାବେଳେ ଏହାକୁ ସହଯୋଗୀ ସଦସ୍ୟ ଭାବେ ନୋଟିସ୍‌ ଦିଆଯାଇଥିଲା। ଫଳରେ ଓଡ଼ିଶା ସଂଘ ନିଜର ଭୋଟିଂ ଅଧିକାର ହରାଇଥିଲା। ଏହାକୁ ନେଇ ଆଇନଗତ ବିବାଦ ଚାଲିଥିବାବେଳେ ହାଇକୋର୍ଟ ପୂର୍ବରୁ ନିର୍ବାଚନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଓଡ଼ିଶା ସରକାର ହକି ଇଣ୍ଡିଆକୁ ବାର୍ଷିକ ୩୫ କୋଟି ଟଙ୍କା ସହଯୋଗ ଦେଉଥିବା ମଧ୍ୟ ଏହି ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି।

8.Gundicha Temple: ବର୍ଷା ଆଶଙ୍କାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ୩ ଦିନ ଦର୍ଶନ ବନ୍ଦ। ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟରେ ନିକଟସ୍ଥ ଶରଧାବାଲିକୁ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି।

9.ICC ODI: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ODI ରାଙ୍କିଂ ଜାରି କରାଯାଇଛି। ଏହି ନୂଆ ରାଙ୍କିଂରେ ବ୍ୟାଟରଙ୍କ ତାଲିକାରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ନିଜର ନମ୍ବର-୧ ସ୍ଥାନ ବଜାୟ ରଖିଥିବା ବେଳେ ବିରାଟ କୋହଲି ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ରୋହିତ ଶର୍ମା ଓ ଶ୍ରେୟସ ଆୟରଙ୍କ ରାଙ୍କିଂରେ ଅବନତି ଘଟିଛି।

10.IPL 2027: ଆଇପିଏଲ୍ ୨୦୨୭ ମିନି ଅକ୍ସନ୍ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି କୋଲକାତା ନାଇଟ୍ ରାଇଡର୍ସ (KKR)। ନଭେମ୍ବର ୧୭ରେ ଫ୍ରାଞ୍ଚାଇଜି ଏକାଧିକ ଖେଳାଳିଙ୍କୁ ରିଲିଜ୍ କରିବାର ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆଗାମୀ ଅକ୍ସନ୍‌ରେ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ KKR ନିଜର ଅକ୍ସନ୍ ପର୍ସ ବଢ଼ାଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES