• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Love Horoscope: ୧୮ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Love Horoscope: ୧୮ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Written ByPriyambada RanaEdited ByPriyambada Rana
Published: Nov 17, 2026, 18:54 IST|Updated: Nov 17, 2026, 19:02 IST
joinshare
Love Horoscope: ଆଜି ୧୮ ନଭେମ୍ବର ୨୦୨୬, ବୁଧବାର। ଜ୍ୟୋତିଷୀୟ ଗଣନା ଅନୁସାରେ ଆଜିର ଦିନ କିଛି ରାଶିର ଜାତକଙ୍କ ପ୍ରେମ ଜୀବନ ପାଇଁ ଖାସ୍ ରହିପାରେ। କେତେକଙ୍କ ସମ୍ପର୍କରେ ପ୍ରେମ ଓ ରୋମାନ୍ସ ବଢ଼ିବାର ସଙ୍କେତ ଥିବାବେଳେ ଆଉ କେତେକଙ୍କ ମନରେ ପୁରୁଣା ପ୍ରେମର ସ୍ମୃତି ତାଜା ହୋଇପାରେ। ଅବିବାହିତଙ୍କ ଜୀବନରେ ନୂଆ ବ୍ୟକ୍ତିଙ୍କ ଆଗମନ ହେବାର ସମ୍ଭାବନା ମଧ୍ୟ ରହିଛି।

ତେବେ ପ୍ରେମ ସମ୍ପର୍କରେ କାହା ପାଇଁ ଦିନଟି ରୋମାଣ୍ଟିକ୍ ରହିବ ଏବଂ କାହାକୁ ପୁରୁଣା ସମ୍ପର୍କକୁ ନେଇ ସତର୍କ ରହିବାକୁ ପଡ଼ିବ? ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶିର ଆଜିର ପ୍ରେମ ରାଶିଫଳ।

ମେଷ ରାଶି:1/13

ମେଷ ରାଶି:

ଆଜି ମେଷ ରାଶିର ଜାତକଙ୍କ ପ୍ରେମ ଜୀବନ ସାଧାରଣ ଓ ଶାନ୍ତ ରହିପାରେ। ଅବିବାହିତଙ୍କ ମନରେ ପୁରୁଣା ପ୍ରେମିକ ବା ପ୍ରେମିକାଙ୍କ ସମ୍ପର୍କିତ କୌଣସି ଘଟଣା ମନେ ପଡ଼ିପାରେ। ପାରିବାରିକ ଜୀବନରେ ଖୁସି ଓ ଆପଣାପଣ ରହିବ। ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିପାରେ।
ବୃଷ ରାଶି:2/13

ବୃଷ ରାଶି:

ବୃଷ ରାଶିର ଜାତକଙ୍କ ପାଇଁ ଆଜିର ଦିନ ଉତ୍ସାହପୂର୍ଣ୍ଣ ରହିପାରେ। ଆପଣ ନିଜ ପାର୍ଟନରଙ୍କ ସହ ବୁଲିବାକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହ ପରିଚୟ ଓ ସାମାଜିକ ସମ୍ପର୍କ ବଢ଼ିବ। ଏହାଦ୍ୱାରା ପ୍ରେମ ସମ୍ପର୍କରେ ନୂଆ ଉତ୍ସାହ ଆସିପାରେ। ନିଜ କ୍ରଶ୍‌ଙ୍କ ସହ କଥା ହେବାର ସୁଯୋଗ ମଧ୍ୟ ମିଳିପାରେ।
ମିଥୁନ ରାଶି3/13

ମିଥୁନ ରାଶି

ମିଥୁନ ରାଶିର ଜାତକଙ୍କ ପ୍ରେମ ଜୀବନରେ ନୂଆ ଉତ୍ସାହ ଦେଖାଦେଇପାରେ। କୌଣସି ନୂଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆପଣଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରେ। ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ଜାତକଙ୍କ ମଧ୍ୟରେ ନିକଟତା ଓ ବୁଝାମଣା ବଢ଼ିବାର ସମ୍ଭାବନା ରହିଛି।
କର୍କଟ ରାଶି4/13

କର୍କଟ ରାଶି

କର୍କଟ ରାଶିର ଜାତକଙ୍କ ପାଇଁ ଆଜି ନିଜ ମନର କଥା ପ୍ରକାଶ କରିବାର ଭଲ ସୁଯୋଗ ଆସିପାରେ। ପାର୍ଟନରଙ୍କ ସହ ଖୋଲାଖୋଲି ଆଲୋଚନା କଲେ ସମ୍ପର୍କରେ ବିଶ୍ୱାସ ଓ ବୁଝାମଣା ମଜବୁତ ହେବ। ପ୍ରେମ ସମ୍ପର୍କକୁ ଆଗକୁ ନେବା ପାଇଁ ମଧ୍ୟ ଆଶାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ।
ସିଂହ ରାଶି5/13

ସିଂହ ରାଶି

ସିଂହ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଜୀବନ ଅନୁକୂଳ ରହିପାରେ। ଆପଣ ନିଜ ମନପସନ୍ଦ ଅନୁସାରେ ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇପାରନ୍ତି। ପାର୍ଟନରଙ୍କ ସହ ଅଧିକ ସମୟ ବିତାଇବା ଓ ମନର ଭାବନା ପ୍ରକାଶ କରିବାର ସୁଯୋଗ ମିଳିବ।
କନ୍ୟା ରାଶି6/13

କନ୍ୟା ରାଶି

କନ୍ୟା ରାଶିର ଅବିବାହିତ ଜାତକଙ୍କ ମନରେ ପୁରୁଣା ପ୍ରେମକୁ ନେଇ ଭାବନା ପୁଣି ଜାଗ୍ରତ ହୋଇପାରେ। ହଠାତ୍ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା କିମ୍ବା ତାଙ୍କ ବିଷୟରେ କୌଣସି ଖବର ଶୁଣିବା ଦ୍ୱାରା ପୁରୁଣା ସ୍ମୃତି ତାଜା ହୋଇପାରେ। ତେବେ ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ତୁଳା ରାଶି7/13

ତୁଳା ରାଶି

ତୁଳା ରାଶିର ଜାତକଙ୍କ ମନରେ ପୁରୁଣା ସମ୍ପର୍କକୁ ନେଇ ପୁଣି ଚିନ୍ତା ଆସିପାରେ। ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ ସହ ଯୋଗାଯୋଗ କରିବା ପୂର୍ବରୁ ସମ୍ପର୍କର ଭଲ ଓ ଖରାପ ଦିଗକୁ ବିଚାର କରନ୍ତୁ। କୌଣସି ପଦକ୍ଷେପ ନେବାରେ ତରବରିଆ ହୁଅନ୍ତୁ ନାହିଁ।
ବିଛା ରାଶି8/13

ବିଛା ରାଶି

ବିଛା ରାଶିର ଜାତକଙ୍କ ପାଇଁ ଆଜି ଦିନଟି ଭାବପ୍ରବଣ ରହିପାରେ। କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ତେବେ ଭାବନାରେ ପଡ଼ି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ ଲୋକଙ୍କ ସହ ପରିଚୟ ବଢ଼ାଇବା ଭବିଷ୍ୟତରେ ଉପକାରୀ ହୋଇପାରେ।
ଧନୁ ରାଶି9/13

ଧନୁ ରାଶି

ଧନୁ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଓ ରୋମାନ୍ସର ଦିନ ରହିପାରେ। ଆପଣଙ୍କ ଉତ୍ସାହ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାର୍ଟନରଙ୍କୁ ପ୍ରଭାବିତ କରିପାରେ। ଦୁହେଁ ଏକାଠି ଭଲ ସମୟ ବିତାଇବା ସହ ପରସ୍ପରର ନିକଟତର ହେବାର ସୁଯୋଗ ପାଇପାରନ୍ତି।
ମକର ରାଶି10/13

ମକର ରାଶି

ମକର ରାଶିର ଜାତକଙ୍କ ମନରେ ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ବ୍ୟକ୍ତିଗତ ଜୀବନରେ ନିକଟତା ବଢ଼ିବାର ସଙ୍କେତ ରହିଛି। ତେବେ ନୂଆ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ।
କୁମ୍ଭ ରାଶି11/13

କୁମ୍ଭ ରାଶି

କୁମ୍ଭ ରାଶିର ଜାତକଙ୍କ ପାଇଁ ଆଜି ପରିବାରରେ ଖୁସିର ଖବର ମିଳିପାରେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ଆସିବାର ସମ୍ଭାବନା ରହିଛି। ଅବିବାହିତ ଜାତକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ। ନିଜ କ୍ରଶ୍‌ଙ୍କୁ ଦେଖିବାର ସୁଯୋଗ ମିଳିଲେ ମନ ଖୁସି ହୋଇପାରେ।
 ମୀନ ରାଶି:12/13

ମୀନ ରାଶି:

ମୀନ ରାଶିର ଜାତକଙ୍କୁ ଆଜି ପ୍ରେମ ସମ୍ପର୍କରେ ଭାବନା ସହ ବୁଝାମଣା ଓ ସତର୍କତା ରଖିବାକୁ ପଡ଼ିବ। ପାର୍ଟନରଙ୍କ ଭାବନାକୁ ବୁଝିବା ସହ ନିଜ ମନର କଥା ମଧ୍ୟ ସହଜ ଭାବେ କୁହନ୍ତୁ। ପରସ୍ପର ମଧ୍ୟରେ ଖୋଲା ଆଲୋଚନା ହେଲେ ସମ୍ପର୍କରେ ଭଲ ତାଳମେଳ ରହିପାରିବ।
Disclamer:13/13

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ICC ODI ରାଙ୍କିଂରେ ବଡ଼ ହଲଚଲ୍! ରୋହିତ-ଶ୍ରେୟସଙ୍କୁ ଝଟକା, ଗିଲ୍ ନମ୍ବର-୧

ICC ODI ରାଙ୍କିଂରେ ବଡ଼ ହଲଚଲ୍! ରୋହିତ-ଶ୍ରେୟସଙ୍କୁ ଝଟକା, ଗିଲ୍ ନମ୍ବର-୧

2

Nasha Mukt Bharat: ନିଶାମୁକ୍ତ ଭାରତ ଗଠନ ପାଇଁ ଜି ମିଡିଆର ବଡ଼ ଅଭିଯାନ, ଆରମ୍ଭ ହେଲା ‘ନଶା ମୁକ୍ତ ଭାରତ’

3

Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

4

Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି

5

ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.