Viral Video: ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀଙ୍କ ଦୀପାବଳି ଉତ୍ସବ ପାଳନର ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏକାଧିକ ଓଡ଼ିଆ ଫିଲ୍ମ ଓ ଆଲବମରେ ନିଜ ଅଭିନୟ ଏବଂ ଆଇଟମ୍ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ବିଦୁସ୍ମିତା ନିକଟରେ ଅନ୍ୟ ଅଭିନେତ୍ରୀମାନଙ୍କ ସହ ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜିନା ସାମଲ ପଣିଗ୍ରାହୀ ନିଜର ମନମୋହକ ପରିବେଷଣରେ ଷ୍ଟେଜ୍କୁ ଦୁଲୁକାଇଥିଲେ। ଏହି ଅବିସ୍ମରଣୀୟ ଉତ୍ସବର କିଛି ସୁନ୍ଦର ମୁହୂର୍ତ୍ତକୁ ବିଦୁସ୍ମିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।