Viral Video: ଓଡ଼ିଆ ଟେଲି ଜଗତର ଖୁବ୍ ଜଣାଶୁଣା ଚେହାରା ଅଭିନେତ୍ରୀ ବିଶ୍ୱରୂପା ରାଉତ ତାଙ୍କ ଚୁଲବୁଲି ଅନ୍ଦାଜ ଓ ସୁନ୍ଦର ଅଭିନୟ ପାଇଁ ଖୁବ୍ ପରିଚିତ। ନିକଟରେ ତାଙ୍କର ଏକ ବିବାଦ ଯୋଗୁ ସେ ଚର୍ଚ୍ଚାକୁ ଆସିଛନ୍ତି। RR Production ସହ ଜଡ଼ିତ ଏହି ବିବାଦରେ ଏକ BTS ଭିଡିଓର ପ୍ରସାରଣ ଏବଂ ପାରିଶ୍ରମିକ ବାକି ରହିଥିବା ନେଇ ସେ ଅଭିଯୋଗ ଉଠାଇଥିଲେ। ତେବେ ଏହି ବିବାଦ ଭିତରେ ତାଙ୍କର ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।