Viral Video: ଓଡ଼ିଆ ମନୋରଞ୍ଜନ ଜଗତର ଜଣାଶୁଣା ଅଭିନେତ୍ରୀ ମିଠିଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ। ଆଲବମ୍ ଜଗତରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମିଠି ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କ ଅଭିନୀତ ଅନେକ ଲୋକପ୍ରିୟ ଆଲବମ୍ ଗୀତ ଆଜି ମଧ୍ୟ ଦର୍ଶକଙ୍କ ମନରେ ରହିଛି। ‘ଏ ଗଉରା’, ‘ନାଁ ଟି ତା’ର ବୁଲବୁଲ୍’, ‘ରୁପେଲି ନଈ ଧାରେ’, ‘ହେଇଗଲା ତାକୁ ଶୋହଳ’ ଓ ‘ଏ ସାଲୁ’ ଭଳି ଗୀତ ତାଙ୍କୁ ଲୋକପ୍ରିୟତା ଦେଇଥିଲା। ଏବେ ତାଙ୍କର ଏକ ସୁନ୍ଦର ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।