Yuzvendra Chahal:ବିଜେପିରେ ମିଶିଲେ ଚହଲ, ମିଳିଲା ଏହି ଦାୟିତ୍ବ
Yuzvendra Chahal: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପଦ୍ମ ଧରିଛନ୍ତି। ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ତାଙ୍କୁ ଏକ ଗୁରୁ ଦାୟିତ୍ବ ମିଳିଛି। ବିଜେପି ଓବିସି ମୋର୍ଚ୍ଚାରେ ଆମନ୍ତ୍ରଣୀୟ ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ଦିଲ୍ଲୀରୁ ଆମନ୍ତ୍ରିତ ସଦସ୍ୟ ଭାବେ ଓବିସି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି।
Yuzvendra Chahal: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପଦ୍ମ ଧରିଛନ୍ତି। ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ତାଙ୍କୁ ଏକ ଗୁରୁ ଦାୟିତ୍ବ ମିଳିଛି। ବିଜେପି ଓବିସି ମୋର୍ଚ୍ଚାରେ ଆମନ୍ତ୍ରଣୀୟ ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ଦିଲ୍ଲୀରୁ ଆମନ୍ତ୍ରିତ ସଦସ୍ୟ ଭାବେ ଓବିସି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିବା ନେଇ ସୂଚନା ମିଳିଛି। ନିକଟରେ, ୟୁଜଭେନ୍ଦ୍ର ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ହରିୟାଣାର ଜିନ୍ଦର ବାସିନ୍ଦା ହେଉଛନ୍ତି ଚହଲ। ଆଇପିଏଲରେ ପଞ୍ଜାବ କିଙ୍ଗସର ଖେଳାଳୀ। ସେ ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ସେ ଶେଷ ଥର ପାଇଁ ୨୦୨୩ ମସିହାରେ ଭାରତ ପାଇଁ ଖେଳିଥିଲେ। ତଥାପି, ସେ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ। ସେ ୨୩୩ ୱିକେଟ୍ ସହିତ ଲିଗ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ।
ୟୁଜଭେନ୍ଦ୍ର ଚହଲଙ୍କ କ୍ୟାରିଅର
ୟୁଜଭେନ୍ଦ୍ର ଚହଲ ସେ ୨୦୧୬ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଆଜି ଯାଏଁ ସେ ୭୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୨୧ ୱିକେଟ୍ ଏବଂ ୮୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୬ଟି ଓ୍ବିକେଟ୍ ନେଇଛନ୍ତି। ହେଲେ,ଏହି ଲେଗ୍-ସ୍ପିନ୍ ବୋଲର ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିପାରି ନାହାଁନ୍ତି। ଟିମ୍ ଇଣ୍ତିଆ ପାଇଁ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ସଫଳ ବୋଲର ହୋଇପାରିଛନ୍ତି।