Entertainment News: ନବରାତ୍ରୀରେ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି...
Entertainment News: ନବରାତ୍ରୀ ଆରମ୍ଭରୁ ଫ୍ୟାନ୍ସକୁ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି। ଅଭିନେତା ବାପା ହେବାକୁ ଯାଉଛନ୍ତି, ଆଉ ମାଆ ହେବେ ଜାଗୃତି ଶୁକ୍ଲା। ଏ
Entertainment News: ନବରାତ୍ରୀ ଆରମ୍ଭରୁ ଫ୍ୟାନ୍ସକୁ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି। ଅଭିନେତା ବାପା ହେବାକୁ ଯାଉଛନ୍ତି, ଆଉ ମାଆ ହେବେ ଜାଗୃତି ଶୁକ୍ଲା। ଏନେଇ ଉତ୍ସାହର ସହାକରେ ସେ ନିଜ ଫ୍ୟାନ୍ସମାନଙ୍କୁ ସୋସିଆଲ୍ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ଘରକୁ କୁନି ଅତିଥି ଆସିବା ନେଇ ଖୁସି ଅଛନ୍ତି ଅନୁଭବଙ୍କ ପରିବାର ଲୋକ ଓ ଫ୍ୟାନ୍ସ। ଏହି ଖୁସି ଖବର ପାଇବା ପାଇଁ ଦିର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ।
ସେ ନିଜ ସୋସିଆଲ୍ ମିଡିଆରେ ଆକାଉଣ୍ଟରେ ଏକ ପ୍ରେଗନେସି ପଜିଟିଭ୍ କିଟ୍ ସହ ଉଭୟ ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି ଯେ,'ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ...ଆମେ ଯେତେବେଳେ ମାତାପିତା ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ, ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ,ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ'
ସୂଚନା ଅନୁସାରେ, ଓଲିଉଡ଼ ସୁପରଷ୍ଟାର୍ ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତି ଶୁକ୍ଲା ବିବାହ ବନ୍ଧନରେ ମାର୍ଚ୍ଚ ୨୫,୨୦୨୬ରେ ବିବାହ କରିଥିଲେ। ଦିର୍ଘ ଦିନର ସମ୍ପର୍କ ପରେ ସେ ଦିଲ୍ଲୀର ତ୍ୟାଗରାଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ଏ-ହି ବିବାହରେ ପରିବାର ଲୋକ ସହ ନିକଟତମ ସମ୍ପର୍କୀୟ ଉପସ୍ଥିତ ଥିଲେ। ବିବାହର ଫଟୋ ଓ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏବଂ ମାର୍ଚ୍ଚ ୮ ତାରିଖରେ ନିର୍ବନ୍ଧ ହୋଇଥିଲା। ଅଭିନେତ୍ରୀ ବର୍ଷାଙ୍କ ସହ ପାରିବାରିକ ବିବାଦ ବିଚ୍ଛେଦ ପରେ ସେ ଜାଗ୍ରୃତିଙ୍କ ହାତ ଧରିଥିଲେ।