• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇଦେବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ସୁରକ୍ଷିତ ପକ୍କା ଘରେ ରହିପାରିଲେ ରାଜ୍ୟର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ। ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟର ଏକ ଢାଞ୍ଚା ନୁହେଁ, ଏହା ଗରିବ ପରିବାରର ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ଆଧାର ବୋଲି ସେ କହିଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 14, 2026, 08:50 PM IST|Updated: Nov 14, 2026, 08:58 PM IST
joinshare
ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Image Credit: ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    PM Awas Yojana: ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଆବାସ ବଣ୍ଟନର ଶୁଭାରମ୍ଭ ହୋଇଛି। ଶନିବାର ବଲାଙ୍ଗୀରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଡ଼ିଶାକୁ ଅତିରିକ୍ତ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର ହୋଇଛି। ଫଳରେ ରାଜ୍ୟ ପାଇଁ ଏହି ପର୍ଯ୍ୟାୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆବାସ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇଦେବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ସୁରକ୍ଷିତ ପକ୍କା ଘରେ ରହିପାରିଲେ ରାଜ୍ୟର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ। ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟର ଏକ ଢାଞ୍ଚା ନୁହେଁ, ଏହା ଗରିବ ପରିବାରର ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ଆଧାର ବୋଲି ସେ କହିଛନ୍ତି।

    ରାଜ୍ୟରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ
    ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ଶେଷ ହୋଇଛି। ସେହିପରି ଗତ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।

    ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ରାଜ୍ୟକୁ ମୋଟ ୨୮ ଲକ୍ଷ ୬ ହଜାର ଘର ମଞ୍ଜୁର ହୋଇଥିବା ବେଳେ ସେଥିରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ କେବଳ ଘର ନୁହେଁ, ହିତାଧିକାରୀଙ୍କୁ ଶୌଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ସହ ଯୋଡ଼ାଯାଉଛି।

    ଓଡ଼ିଶାକୁ ଆଉ ୧ ଲକ୍ଷ ଆବାସ ମଞ୍ଜୁର
    କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଓଡ଼ିଶା ପାଇଁ ଅତିରିକ୍ତ ୧ ଲକ୍ଷ ଘର ମଞ୍ଜୁର ହେବାର ଘୋଷଣା କରାଯାଇଛି। ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ନୂଆ ୧ ଲକ୍ଷ ଘରକୁ ମିଶାଇ ଏହି ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି।

    ଏହି ଅତିରିକ୍ତ ଆବାସ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ପାଇଁ ଆଉ ଏକ ଲକ୍ଷ ଘର ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି। ୨୦୨୫ ଜାନୁଆରୀରୁ ମେ' ମାସ ମଧ୍ୟରେ ହୋଇଥିବା 'ଆବାସ ପ୍ଲସ୍ ୨୦୨୪' ସର୍ଭେ ଆଧାରରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

    ବଲାଙ୍ଗୀରରୁ ଆରମ୍ଭ ହେବ ଦାରିଦ୍ର୍ୟ ଦୂରୀକରଣ ପାଇଲଟ୍ ପ୍ରକଳ୍ପ
    କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଓଡ଼ିଶାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ବଲାଙ୍ଗୀର ମାଟିରୁ ଆରମ୍ଭ କରାଯିବ। ଏହା ସହିତ ରାଜ୍ୟର ପ୍ରତ୍ୟେକ ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ିବା ଉପରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।

    ସେ ଆହୁରି କହିଛନ୍ତି ଯେ, ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଜରୁରୀ। ବଲାଙ୍ଗୀରରେ ନୂତନ କୃଷି ବିଶ୍ୱବିଦ୍ୟାଳୟକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯିବ। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

    ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧.୪୭ ଲକ୍ଷ ଘର ନିର୍ମାଣ ଶେଷ
    ରାଜ୍ୟ ସରକାରଙ୍କ ନିଜସ୍ୱ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଅଧୀନରେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ଯୋଜନାରେ ଜଙ୍ଗଲ ଅଧିକାର ଆଇନର ହିତାଧିକାରୀ, ଦିବ୍ୟାଙ୍ଗ ମୁଖ୍ୟ ରୋଜଗାରକାରୀ ଥିବା ପରିବାର, ଅସହାୟ ଓ ବିଧବା ମହିଳାଙ୍କ ପରିବାରକୁ ସାମିଲ କରାଯାଇଛି।

    ଏହି ଯୋଜନାରେ ମଞ୍ଜୁର ହୋଇଥିବା ୨ ଲକ୍ଷ ୨୫ ହଜାର ଘର ମଧ୍ୟରୁ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ଶେଷ ହୋଇଛି। ଅଧିକ ଯୋଗ୍ୟ ପରିବାରଙ୍କୁ ସାମିଲ କରିବା ପାଇଁ ଯୋଜନାର ଅବଧି ୨୦୨୯ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହାଦ୍ୱାରା ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି।

    ଘର ନିର୍ମାଣ ଶୀଘ୍ର ଶେଷ କରିବା ପାଇଁ ହିତାଧିକାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ୫ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୩୫ ହଜାର ଟଙ୍କା ଏବଂ ୭ ମାସ ମଧ୍ୟରେ ଶେଷ କଲେ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ମିଳୁଛି। ଏହାଦ୍ୱାରା ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୫ ହଜାର ହିତାଧିକାରୀ ଉପକୃତ ହୋଇଥିବା ସୂଚନା ଦିଆଯାଇଛି।

    ସେହିପରି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପରିବାରଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ଟି ଘର ମଧ୍ୟରୁ ୩୫ ହଜାର ୬୩୫ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।

    ୯୧୧ କୋଟିର ୨୪୮ଟି ପ୍ରକଳ୍ପର ଶୁଭାରମ୍ଭ
    ଆବାସ ଯୋଜନା କାର୍ଯ୍ୟକ୍ରମ ସହିତ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋଟ ୯୧୧ କୋଟି ଟଙ୍କା ବ୍ୟୟରେ ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ୧୭୬ କୋଟି ଟଙ୍କା ବ୍ୟୟରେ ୧୬୦ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୭୩୫ କୋଟି ଟଙ୍କା ବ୍ୟୟରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ଜଳସେଚନ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ଏଥିରେ ସାମିଲ ରହିଛି।

    ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆବାସ ଯୋଜନା ସହିତ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ଯୋଡ଼ି ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। କୃଷି ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ୍ ସ୍ଥାପନର ସମ୍ଭାବନା ଉପରେ ମଧ୍ୟ ସେ ମତ ରଖିଥିଲେ।

    ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମଧ୍ୟ ଗ୍ରାମାଞ୍ଚଳରେ ପକ୍କା ଘର, ବିଶୁଦ୍ଧ ପାନୀୟ ଜଳ, ସଡ଼କ ସଂଯୋଗୀକରଣ ଓ ସ୍ୱାସ୍ଥ୍ୟସେବାର ବିକାଶ ଉପରେ ମତ ରଖିଥିଲେ।

    ମା' ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପଞ୍ଚାୟତିରାଜ ବିଭାଗର କମିସନର ତଥା ଶାସନ ସଚିବ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲ୍‌ୱରଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

    Add Zee News as a Preferred Source
    TAGS:
    Odia News