SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Nushrratt Bharuccha: ମୁମ୍ବାଇକୁ ଏୟାର ଲିଫ୍ଟ ହେଲେ ଅଭିନେତ୍ରୀ ନୁସରତ୍ ଭରୁଚା, ସଡ଼କ ଦୁର୍ଘଟଣାରେ ଫ୍ୟାକ୍ଚର ହୋଇଛି ମେରୁଦଣ୍ତ...

Nushrratt Bharuccha: ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତ୍ରୀ ଇଣ୍ତୋନେସିଆର ବାଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ଫଳରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣାପଡିଛି।

Written By Narmada Behera Edited By Narmada Behera
Published: Oct 04, 2026, 12:14 PM IST | Updated: Oct 04, 2026, 12:20 PM IST
Image Credit: ମୁମ୍ବାଇକୁ ଏୟାର ଲିଫ୍ଟ ହେଲେ ଅଭିନେତ୍ରୀ ନୁସରତ୍ ଭରୁଚା, ସଡ଼କ ଦୁର୍ଘଟଣାରେ ଫ୍ୟାକ୍ଚର ହୋଇଛି ମେରୁଦଣ୍ତ...
Join

Nushrratt Bharuccha: ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତ୍ରୀ ଇଣ୍ତୋନେସିଆର ବାଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ଫଳରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣାପଡିଛି। ତେବେ, ଏହି ଦୁର୍ଘଟଣାରେ ତାଙ୍କ ମେରୁଦଣ୍ତରେ ଏକ ଗଭୀର ଆଘାତ ଲାଗିଛି। ସର୍ଜର ପାଇଁ ତାଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ବାଲିରୁ ମୁମ୍ବାଇ ଆଣାଯାଇଛି।

 

 

ସୂଚନା ଅନୁସାରେ, ନିକଟରେ ନୁସରତ୍ କାମ ସହ ଛୁଟି କଟାଇବା ପାଇଁ ବାଲି ଯାଇଥିଲେ। ସେଠାରେ ସେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ଫଳରେ ତାଙ୍କର ମେରୁଦଣ୍ତ ଫ୍ୟାକ୍ଚର ହୋଇଯାଇଥିଲା । ସେଠାରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଅଧିକ ଚିକିତ୍ସା ପାଇଁ ଆଜି ତାଙ୍କୁ ଏୟାର ଲିଫ୍ଟ ଯୋଗେ ମୁମ୍ବାଇ ଅଣାଯାଇଥିଲା। ମୁମ୍ବାଇରେ ତାଙ୍କର ମେରୁଦଣ୍ତ ଅସ୍ତ୍ରୋପ୍ରଚାର ହେବା ସହ ଚିକିତ୍ସା ଜାରି ରହିବ। ନୁସରତଙ୍କ ଏଭଳି ସ୍ବାସ୍ଥ୍ୟବସ୍ଥା କୁ ନେଇ ଆଗାମୀ କିଛି ଦିନ ପାଇଁ ତାଙ୍କର ସମସ୍ତ ସୁଟିଂକୁ ବାତିଲ୍ କରାଯାଇଛି। ଯାହାଫଳରେ ତାଙ୍କର ଆଗାମୀ ସମସ୍ତ ସୁଟି ଓ ପ୍ରୋଜେକ୍ଟ ପ୍ରଭାବିତ ହେବ ବୋଲି ସମ୍ଭାବନା ରହିଛି। ଯାହା ଫଳରେ ପ୍ରଡ୍ୟୁସରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିବ। 

ତେବେ, ସେ କିପରି ଏହି ଦୁର୍ଘଟଣାର ଶୀକାର ହେଲେ ସେନେଇ କୌଣସି ଅପଡେଟ୍ ତାଙ୍କ ଟିମ୍ ପକ୍ଷରୁ ଦିଆଯାଇନି। ଯଦି ଆମେ ତାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କଥା ହେବା, ତେବେ, ନୁସରତ୍ ରେମୋ ଡିସୋଜାଙ୍କ ନିର୍ଦ୍ଦେଶିତ  ଆକ୍ସନ୍ ଫିଲ୍ମ ସାଇନ୍ କରିଥିଲେ। ସେ ଏହି ଫିଲ୍ମରେ ଟାଇଗର ସରାଫ୍ ଙ୍କ ସହ ନଜର ଆସିବେ। ଉଭୟଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳବ। ସେହିପରି, ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା କମେଡି ଥ୍ରୀଲର 'ଉଫ୍ ୟେ ସିୟାପା'ରେ ତାଙ୍କୁ' ତୁମ୍ବବାଦ୍ 'ତାରକା ସୋହମ୍ ଶାହାଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES