SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Entertainment News: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ

Entertainment News: ସିନେ ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ। ଦିର୍ଘ ଦିନର ଅସୁସ୍ଥତା ପରେ ଭେଟେରାନ୍ ମରାଠୀ ଅଭିନେତ୍ରୀ ମଧୁ କାମ୍ବିକର୍ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ୨୦୧୬ରେ ତାଙ୍କୁ ମସ୍ତିଷ୍କାଘାତ ହୋଇଥିଲା।

Written By Narmada Behera Edited By Narmada Behera
Published: Oct 13, 2026, 05:47 PM IST | Updated: Oct 13, 2026, 05:49 PM IST
Image Credit: Entertainment News: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ
Join

Entertainment News: ସିନେ ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ। ଦିର୍ଘ ଦିନର ଅସୁସ୍ଥତା ପରେ  ଭେଟେରାନ୍ ମରାଠୀ ଅଭିନେତ୍ରୀ ମଧୁ କାମ୍ବିକର୍ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ୨୦୧୬ରେ ତାଙ୍କୁ ମସ୍ତିଷ୍କାଘାତ ହୋଇଥିଲା।  ଏହାପରଠାରୁ ସେ ଶର୍ଯ୍ୟାଶାୟୀ ଥିଲେ।  ଗତକାଲି ତାଙ୍କର ପୁଣେରେ ଅନ୍ତେଷ୍ଟ୍ରିକ୍ରିୟା ସମ୍ପନ୍ନ ହୋଇଛି। ମରାଠୀ  ଥିଏଟର ଏବଂ ସିନେମା ଜଗତକୁ ଅଭିନେତ୍ରୀ କାମ୍ବିକରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି।  ସେ ହାମ୍ ଦୋନୋ, ୟଶଓ୍ବନ୍ତ,  ଭଳି ବଲିଉଡ଼ ସିନେମା ନାନା ପାଟେକରଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ। ଏପରିକି ତାଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ କଳା  ଓ ସାଂସ୍କୃତିକ ଜଗତ ପାଇଁ ଏହା ଏକ ବଡ଼ କ୍ଷତି ବୋଲି କୁହାଯାଇପାରିବ।


ମଧୁ କାମ୍ବିକରଙ୍କ କ୍ୟାରିୟର:

 

ସେ ୧୯୭୩ ମସିହାରେ ମୁମ୍ବାଇର ଲାଲବାଗ୍ ରେ ଥିବା ନ୍ୟୁ ହନୁମାନ୍ ଥିଏଟରରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଲବାନୀ ବ୍ୟତିତ ସେ ମରାଠୀ ସିନେ ଜଗତରେ  ଏକାଧିକ ଫିଲ୍ମ କରିଛନ୍ତି। ୧୯୭୭ ମସିହାରେ ଦିଲ୍ଲୀରେ , ସେ ମହାରାଷ୍ଟ୍ର ଲୋକଧାରା  କିମ୍ବା କାଲାପଟକଚାୟା  ମାଧ୍ୟମରେ ସମ୍ମାନର  ସହ ନୃତ୍ୟ ଉପସ୍ଥାପନା କରିଥିଲେ।  ସେ ଅଧିକାଂଶ ଫିଲ୍ମରେ କେମୋ ଓ ଶାଶୁ ଭୂମିକାରେ ଅଭିନୟ କରିଛନ୍ତି।  ସେ ୭୫ ରୁ ଅଧିକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି। ହେକ୍ ମାନଜା ମହୀର( Hech Maazan Maheer,), ରଘୁମାଇନା (Raghumainaa), ଏକ ହୋତା ବିଦୁସ୍କା(Ek Hota Vidushak), ଝପଟଲେନା (Jhapaatlela),ଦେବୁ(Debu), ୟୁ ଘରତ (Yeu Ka Gharat)ଭଳି ଫିଲ୍ମରେ ତାଙ୍କର ଅଭିନୟ ଦେଖିବାକୁ ମିଳିଛି। ଦମଦାର ଅଭିନୟ ଓ ନୃତ୍ୟ ପାଇଁ ତାଙ୍କୁ ଏକାଧିକ ସମ୍ମାନ ମିଳିଛି। ସୂଚନା ଅନୁସାରେ, ୧୯୫୩ ମସିହାରେ,  ମହାରାଷ୍ଟ୍ରର  ବୀଦ ଜିଲ୍ଲାର ମାଲେଗାଓଁ ଖୁର୍ଦ୍ଧରେ ସେ ଜନ୍ମ ଗ୍ରହଣ କରିଥିଲେ।  ସେ  ଫିଲ୍ମ, ଲୋକନୃତ୍ୟ, ବାଣିଜ୍ୟକ  ନାଟ୍ୟ ଓ ଟେଲିଭିଜନ୍ ରେ କାମ କରିଛନ୍ତି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES