SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ପଣ୍ଡୁଆରେ "ଗୋଟେ ଶୁଆ ଗୋଟେ ଶାରୀ" ନାଟକ ମଞ୍ଚସ୍ଥ

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ଏକଦା ପଣ୍ଡୁଆ ମାଟିରେ ଜମିଦାରୀ ଥିଲା । ସେଇ ଐତିହ୍ୟଭରା ଗାଁ ମାଟିରେ ତାଙ୍କରି ନାମରେ ନାମିତ ଯୁବ ସଂସଦର କର୍ମକର୍ତ୍ତାମାନଙ୍କର ଦୀର୍ଘ ତିନି ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନାଟକ ମଞ୍ଚସ୍ଥ ହୋଇଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 21, 2026, 03:01 PM IST | Updated: Oct 21, 2026, 03:07 PM IST
Image Credit: Gote Shua Gote Shari
Join

Entertainment News: କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବହନ କରୁଥିବା ବହୁ ପୁରାତନ ଗାଁ ପଣ୍ଡୁଆରେ ବିଶ୍ୱକବି ଯୁବ ସଂସଦ ଦ୍ୱାରା "ଗୋଟେ ଶୁଆ ଗୋଟେ ଶାରୀ" ନାଟକ ମଞ୍ଚସ୍ଥ ହୋଇଛି ।

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ଏକଦା ପଣ୍ଡୁଆ ମାଟିରେ ଜମିଦାରୀ ଥିଲା । ସେଇ ଐତିହ୍ୟଭରା ଗାଁ ମାଟିରେ ତାଙ୍କରି ନାମରେ ନାମିତ ଯୁବ ସଂସଦର କର୍ମକର୍ତ୍ତାମାନଙ୍କର ଦୀର୍ଘ ତିନି ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନାଟକ ମଞ୍ଚସ୍ଥ ହୋଇଛି । ଗାଁ ମଞ୍ଚରେ ନାଟକ ପରିବେଷଣ କେବଳ ମନୋରଞ୍ଜନ ପାଇଁ ନଥିଲା, ଅନେକ ଶିକ୍ଷଣୀୟ କଥାବସ୍ତୁ ମଧ୍ୟ ରହିଥିଲା । ନାଟ୍ୟ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଗାଁର କଳାକାର, ସହ-କଳାକାର, ଆୟୋଜକ ଓ ସହଯୋଗୀଙ୍କ ନିଷ୍ଠା, ଏକତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ସଙ୍ଗୀତ ନିର୍ଦ୍ଦେଶକ ସୁର ସାରଙ୍କ ସଙ୍ଗୀତ ବେଶ ଆକର୍ଷଣୀୟ ହୋଇଥିଲା । ମାଆ ତାରିଣୀ ଚିତ୍ରାଳୟର ସାଜସଜ୍ଜା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ସମସ୍ତ କଳାକାର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଗାଁର ଗୌରବ ବଢ଼ାଇଛନ୍ତି । ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଆଶୀର୍ବାଦ ଏବଂ ବର୍ଷାଙ୍କ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା । ତାଙ୍କ ଅଭିନୟର ଯାଦୁ ପ୍ରାୟ ଚାରି ହଜାର ଦର୍ଶକମାନଙ୍କୁ ନାଟକର ଶେଷ ଦୃଶ୍ୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା । ତେବେ ମାଆ ଶାରଳା ଏବଂ ମାଆ ଦୁର୍ଗାଙ୍କ ଆଶୀର୍ବାଦ ଯୋଗୁଁ ନାଟକ ସଫଳ, ସୁନ୍ଦର ଓ ସ୍ମରଣୀୟ ହୋଇଥିବା କଥା ଆୟୋଜକ କହିଛନ୍ତି ।

ଗାଁ' ଠାରୁ ଦୂରରେ ଥିବା ପୁଅ ଝିଅମାନେ ନାଟକର ସଫଳ କାମନା କରି ଶୁଭେଚ୍ଛା ଜଣାଇଥିଲେ । ବିଶ୍ୱକବି ଯୁବ ସଂସଦର ପୁରା ଟିମ୍‌କୁ ଗ୍ରାମବାସୀ ତଥା ଅଞ୍ଚଳବାସୀ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES