SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Pawan Kalyan: ୧୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ! ଏବେ ଭାଙ୍ଗିଲା ପବନ କଲ୍ୟାଣଙ୍କ ତୃତୀୟ ବିବାହ..

ପବନ କଲ୍ୟାଣଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ ହୋଇଥିବା ଏହି ବିବୃତିରେ ଉଭୟ କହିଛନ୍ତି ଯେ, ପରସ୍ପରର ସହମତି ଓ ସମ୍ମାନକୁ ଗୁରୁତ୍ୱ ଦେଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଯଦିଓ ସେମାନଙ୍କ ବୈବାହିକ ସମ୍ପର୍କର ଅନ୍ତ ଘଟିଛି, ତଥାପି ଉଭୟ ଭଲ ବନ୍ଧୁ ଭାବେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

Written By Priyambada Rana Edited By Priyambada Rana
Published: Nov 10, 2026, 08:01 AM IST | Updated: Nov 10, 2026, 08:07 AM IST
Image Credit: Pawan Kalyan: ୧୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ! ଏବେ ଭାଙ୍ଗିଲା ପବନ କଲ୍ୟାଣଙ୍କ ତୃତୀୟ ବିବାହ..
Join

Pawan Kalyan: ଦକ୍ଷିଣ ଭାରତୀୟ ସିନେମା ଜଗତ ଓ ରାଜନୈତିକ ମହଲରେ ଚର୍ଚ୍ଚା। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଅଭିନେତା ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନା କୋନିଡେଲା ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ଉଭୟ ଏକ ମିଳିତ ବିବୃତି ଜାରି କରିଛନ୍ତି।

ପବନ କଲ୍ୟାଣଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ ହୋଇଥିବା ଏହି ବିବୃତିରେ ଉଭୟ କହିଛନ୍ତି ଯେ, ପରସ୍ପରର ସହମତି ଓ ସମ୍ମାନକୁ ଗୁରୁତ୍ୱ ଦେଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଯଦିଓ ସେମାନଙ୍କ ବୈବାହିକ ସମ୍ପର୍କର ଅନ୍ତ ଘଟିଛି, ତଥାପି ଉଭୟ ଭଲ ବନ୍ଧୁ ଭାବେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

ବିବୃତିରେ ଆହୁରି କୁହାଯାଇଛି ଯେ, ସେମାନେ ନିଜ ପିଲାମାନଙ୍କ ପ୍ରତି ଦାୟିତ୍ୱବାନ ଅଭିଭାବକ ଭାବେ ରହିବେ। ପିଲାମାନଙ୍କ ଖୁସି ଓ ଭବିଷ୍ୟତ ସବୁବେଳେ ଉଭୟଙ୍କ ପ୍ରାଥମିକତା ରହିବ। ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଉଭୟ ଅନୁରୋଧ କରିଛନ୍ତି। ଦୀର୍ଘଦିନ ଧରି ସେମାନଙ୍କ ସହ ରହିଥିବା ସମସ୍ତଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

୨୦୧୩ରେ ହୋଇଥିଲା ବିବାହ:
ସୂଚନା ଅନୁସାରେ, ପବନ କଲ୍ୟାଣ ୨୦୧୩ ମସିହାରେ ରୁଷୀୟ ନାଗରିକ ଆନାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏହି ବିଚ୍ଛେଦ ସହ ପବନ କଲ୍ୟାଣଙ୍କ ତୃତୀୟ ବୈବାହିକ ସମ୍ପର୍କର ମଧ୍ୟ ଅନ୍ତ ଘଟିଛି। ଏହା ପୂର୍ବରୁ ସେ ୧୯୯୭ରେ ନନ୍ଦିନୀଙ୍କୁ ବିବାହ କରିଥିଲେ। ପରେ ପରସ୍ପର ବୁଝାମଣାରେ ଅଲଗା ହୋଇତିଲେ। ୨୦୦୯ ମସିହାରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ ପବନ। ଏହି ସମ୍ପର୍କର ମଧ୍ୟ ୨୦୧୨ରେ ଅନ୍ତ ଘଟିଥିଲା।

ଅଭିନେତାରୁ ରାଜନେତା, ଏବେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ:
ପବନ କଲ୍ୟାଣ ଦକ୍ଷିଣ ଭାରତୀୟ ସିନେମାର ଜଣେ ଲୋକପ୍ରିୟ ଅଭିନେତା। ୧୯୯୬ରେ 'ଆକ୍କଡା ଅମ୍ମାୟି ଇକ୍କଡା ଅବ୍ବାୟି' ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ପରେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

୨୦୦୮ରେ ସେ ନିଜ ବଡ଼ ଭାଇ ଚିରଞ୍ଜୀବୀଙ୍କ ପ୍ରଜା ରାଜ୍ୟମ୍ ପାର୍ଟିର ଯୁବ ଶାଖା 'ଯୁବରାଜ୍ୟମ୍'ର ଅଧ୍ୟକ୍ଷ ଭାବେ ରାଜନୀତିରେ ସକ୍ରିୟ ହୋଇଥିଲେ। ପରେ ୨୦୧୪ ମାର୍ଚ୍ଚରେ ଜନସେନା ପାର୍ଟି ଗଠନ କରିଥିଲେ।

୨୦୧୯ ନିର୍ବାଚନରେ ପବନ କଲ୍ୟାଣ ଗଜୁୱାକା ଓ ଭୀମାବରମ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ଜନସେନା, ଟିଡିପି ଓ ବିଜେପି ମେଣ୍ଟକୁ ସଫଳତା ମିଳିଥିଲା। ଜନସେନା ନିଜେ ଲଢ଼ିଥିବା ସମସ୍ତ ଆସନରେ ବିଜୟୀ ହୋଇଥିଲା। ୧୪ ଜୁନ୍ ୨୦୨୪ରେ ପବନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ତାଙ୍କ ବୈବାହିକ ଜୀବନରେ ବିଚ୍ଛେଦ ଘୋଷଣାକୁ ନେଇ ସିନେମା ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES