Entertainment News: ବଲିଉଡ ଚଳଚ୍ଚିତ୍ର ଲୋହିତାକ୍ଷର ପୋଷ୍ଟର ଉନ୍ମୋଚନ ଓ ଟିଜର୍ ରିଲିଜ୍
ଲୋହିତାକ୍ଷ ଚଳଚ୍ଚିତ୍ରର କାହାଣୀ ଦୀପାଳି ଦେବସ୍ମିତା ଦାଶ ଲେଖିଛନ୍ତି ଏବଂ ଚିତ୍ରନାଟ୍ୟ, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର ।
Entertainment News: ଗଣ ବିକାଶ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଲୋହିତାକ୍ଷ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍ ହୋଇଛି । ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ରଚନା, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର । ଆଙ୍କରିଂରୁ କ୍ୟାରିୟର ଆରମ୍ଭ କରିଥିବା ଭୂପିନ୍ଦର ଆଜି ବଲିଉଡ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି । ଅନେକ ହିଟ୍ ମ୍ୟୁଜିକ୍ ଭିଡିଓ ଓ ଚଳଚ୍ଚିତ୍ରର ନାୟକ ଭୂପିନ୍ଦର ଶୁଭ ବିବାହ, ଜଗୁ ଅଟୋ ଵାଲା ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ପରେ ଏବେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି । ତାଙ୍କ କ୍ୟାରିୟରର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ବଲିଉଡର ବହୁତ ବଡ଼ ବଡ଼ ଆର୍ଟିଷ୍ଟମାନଙ୍କୁ ନେଇ ଏକ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ମହାନ କଳାକାର ପୁନିତ ଇଶାରଙ୍କ ସୁପୁତ୍ର ସିଦ୍ଧାନ୍ତଙ୍କୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏଣ୍ଟ୍ରି ଦେଇଛନ୍ତି । ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ଅପସରା, ବଲିଉଡ କଳାକାର କମଲେଶ ସାୱନ୍ତ, ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେମାନଙ୍କ ବ୍ୟତୀତ ଓଲିଉଡ଼ରୁ ବବି ମିଶ୍ର, ଭୂପିନ୍ଦର, ଗୌରବ ମହାନ୍ତି, ଦିପେଶ, ଜୀବନ ପଣ୍ଡା, ମୋହନ ମାଜିଠିଆ, ସୁଶାନ୍ତ ଦାସ ମହାପାତ୍ର, ଦୀପାଳି, ଶ୍ରୁତି, ସୁମନ ମହାରଣା ପ୍ରମୁଖ ଅଭିନୟ କରିଛନ୍ତି ।
ଲୋହିତାକ୍ଷ ଚଳଚ୍ଚିତ୍ରର କାହାଣୀ ଦୀପାଳି ଦେବସ୍ମିତା ଦାଶ ଲେଖିଛନ୍ତି ଏବଂ ଚିତ୍ରନାଟ୍ୟ, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର । ସଂଳାପ ରଚନା କରିଛନ୍ତି ନିଶାନ୍ତ ମାଜିଠିଆ । ଏହି ଚଳଚ୍ଚିତ୍ରର ଚିତ୍ରତ୍ତୋଳନ କରିଛନ୍ତି ସାରଦା କୃଷ୍ଣ ସାହୁ ଏବଂ ସମ୍ପାଦନା ମାନସ କୁମାର ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ଅଭିଜିତ ମଜୁମଦାର । ପ୍ରଥମଥର ପାଇଁ ଲୋହିତାକ୍ଷର ଥିମ୍ ଗୀତ କମ୍ପୋଜ କରିଛନ୍ତି ଅଭିଜିତ ତ୍ରିପାଠୀ । ତାଙ୍କ ସହିତ ନବ୍ସ ଏବଂ ସରୋଜ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସଞ୍ଜୟ ମହାକୁଡ଼ କାର୍ଯ୍ୟକାରୀ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି । କାହାଣୀ କଟକ ମାଟିର ହୋଇଥିବା ବେଳେ ଫିଲ୍ମର ସମସ୍ତ ଦୃଶ୍ୟ ଓଡ଼ିଶାରେ ସୁଟିଂ ହୋଇଛି । ଏହି ଫିଲ୍ମ ମାଧ୍ୟମରେ ଅନେକ ସାମାଜିକ ବାର୍ତ୍ତା ରହିଛି । ଓଡ଼ିଆ ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଗଢ଼ିଥିବା ଭୂପିନ୍ଦର, ପ୍ରଥମ ନିର୍ଦ୍ଦେଶନା ଏକ ବଲିଉଡ ସିନେମାରୁ ଆରମ୍ଭ କରିଛନ୍ତି । ତେବେ ପ୍ରଭୁ ଜଗନ୍ନାଥ ଏବଂ ସ୍ବର୍ଗତ ବାପା ମାଆଙ୍କର ଆଶୀର୍ବାଦରୁ ଓଲିଉଡ଼ରୁ ବଲିଉଡକୁ ପହଞ୍ଚିଥିବା ଗଣମାଧ୍ୟମ ଆଗରେ ଭୂପିନ୍ଦର ପ୍ରକାଶ କରିଛନ୍ତି ।
ଏବେ ବଲିଉଡ ଦେଖିବ ଓଲିଉଡ଼ର କାହାଣୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଲିଉଡ଼ର ଜଣେ କଳାକାର ବଲିଉଡ ସିନେମା ତିଆରି କରି ଓଡ଼ିଆ ଦର୍ଶକଙ୍କୁ ଦେଖିବାକୁ ସୁଯୋଗ ଆଣିଛନ୍ତି । ସବୁଠୁ ବଡ଼ କଥା ହେଲା ଅନେକ ଓଡ଼ିଆଙ୍କୁ ବଲିଉଡରେ ପହଞ୍ଚାଇବା ପାଇଁ ସେ ଏକ ବଡ଼ ପ୍ରୟାସ କରିଛନ୍ତି ।
ତେବେ ଭୂପିନ୍ଦରଙ୍କର ଏହି ପ୍ରୟାସକୁ ସର୍ବଭାରତୀୟ ସ୍ତରରେ ସମସ୍ତେ ଢେର ଭଲ ପାଇବା ଦେବେ ବୋଲି ଭୂପିନ୍ଦର ଆଶାବାଦୀ ଅଛନ୍ତି । ଭୂପିନ୍ଦରଙ୍କର ଏହି ବଡ଼ ପ୍ରୟାସ ପାଇଁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି ।