SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Ramayana Box Office Collection: ବକ୍ସ ଅଫିସ୍‌ରେ ରଣବୀରଙ୍କ ରାଜ୍! ମାତ୍ର ୪ ଦିନରେ ରେକର୍ଡ ଆୟ

ଭାଷା ଅନୁସାରେ ହିନ୍ଦୀରେ ୩୬.୭୫ କୋଟି, କନ୍ନଡ଼ରେ ୭.୨୫ କୋଟି, ତେଲୁଗୁରେ ୬.୨୫ କୋଟି, ତାମିଲରେ ୩.୧୫ କୋଟି ଏବଂ ମାଲାୟାଲମ୍‌ରେ ୨.୭୫ କୋଟି ଟଙ୍କା ଆୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

Written By Priyambada Rana Edited By Priyambada Rana
Published: Nov 09, 2026, 11:21 AM IST | Updated: Nov 09, 2026, 11:23 AM IST
Image Credit: Ramayana Box Office Collection: ବକ୍ସ ଅଫିସ୍‌ରେ ରଣବୀରଙ୍କ ରାଜ୍! ମାତ୍ର ୪ ଦିନରେ ରେକର୍ଡ ଆୟ
Join

Ramayana Box Office Collection: ବକ୍ସ ଅଫିସ୍‌ରେ ଜାରି ରହିଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ର ଦବଦବା। ରିଲିଜ୍‌ର ମାତ୍ର ୪ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୫୦୦ କୋଟି ଟଙ୍କା ଆୟର ନିକଟତର ହୋଇଛି। ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବା ସହ ସୋସିଆଲ ମିଡିଆରେ ମଧ୍ୟ ଏହାର ଅଭିନୟ, କାହାଣୀ ଓ ଭବ୍ୟ ସିନେମାଟିକ୍ ଦୃଶ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି।

ଭାରତରେ ୪ ଦିନରେ ୨୩୮.୮୫ କୋଟି ଆୟ:
Sacnilkର ରିପୋର୍ଟ ଅନୁସାରେ, ଫିଲ୍ମଟି ଚତୁର୍ଥ ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ୫୬.୧୫ କୋଟି ଟଙ୍କା ଆୟ କରିଛି। ଏହି ଦିନ ଫିଲ୍ମର ଅକ୍ୟୁପାନ୍ସି ୩୮ ପ୍ରତିଶତ ରହିଥିବା ବେଳେ ମୋଟ ୨୧,୭୭୦ଟି ଶୋ’ ଚାଲିଥିଲା। ଏହାକୁ ମିଶାଇ ଭାରତରେ ୪ ଦିନରେ ଫିଲ୍ମର ମୋଟ ନେଟ୍ କଲେକ୍ସନ ୨୩୮.୮୫ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଭାରତୀୟ ଗ୍ରସ୍ କଲେକ୍ସନ ୨୮୫.୨୦ କୋଟି ଟଙ୍କା ରହିଛି।

ଭାଷା ଅନୁସାରେ ହିନ୍ଦୀରେ ୩୬.୭୫ କୋଟି, କନ୍ନଡ଼ରେ ୭.୨୫ କୋଟି, ତେଲୁଗୁରେ ୬.୨୫ କୋଟି, ତାମିଲରେ ୩.୧୫ କୋଟି ଏବଂ ମାଲାୟାଲମ୍‌ରେ ୨.୭୫ କୋଟି ଟଙ୍କା ଆୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ୱବ୍ୟାପୀ ୫୦୦ କୋଟି ଟଙ୍କା ଆୟର ନିକଟତର:
ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ମଧ୍ୟ ଫିଲ୍ମର ପ୍ରଦର୍ଶନ ଜାରି ରହିଛି। ରିପୋର୍ଟ ଅନୁସାରେ, ମାତ୍ର ୪ ଦିନରେ ଫିଲ୍ମର ୱାର୍ଲ୍ଡୱାଇଡ୍ କଲେକ୍ସନ ୪୯୯.୨୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହ ଖୁବ୍‌ଶୀଘ୍ର ଫିଲ୍ମଟି ୫୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି।

କିଏ କେଉଁ ଭୂମିକାରେ?
ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଥିବାବେଳେ ସାଇ ପଲ୍ଲବୀ ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ଯଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିଛନ୍ତି। ଏହାବ୍ୟତୀତ ଲାରା ଦତ୍ତା, ଇନ୍ଦିରା କୃଷ୍ଣନ, ଅରୁଣ ଗୋଭିଲ, ରକୁଲ ପ୍ରୀତ ସିଂ, ବିବେକ ଓବରୟ, କାଜଲ ଅଗ୍ରୱାଲ, ଶିବା ଚଢ଼ା ଓ ସୌରଭ ସଚଦେବା ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସନ୍ନି ଦେଓଲ ଓ ରାଘବ ଜୁୟାଲଙ୍କ କ୍ୟାମିଓ ମଧ୍ୟ ଦେଖିବାକୁ ମିଳିଛି।

ଫିଲ୍ମର ଦ୍ୱିତୀୟ ଭାଗ ୨୦୨୮ ମସିହା ଦୀପାବଳି ଅବସରରେ ରିଲିଜ୍ ହେବାକୁ ଯୋଜନା ରହିଛି। ତେବେ ପ୍ରଥମ ଭାଗର ବକ୍ସ ଅଫିସ୍ ସଫଳତା ଆଗକୁ କେତେ ନୂଆ ରେକର୍ଡ ସୃଷ୍ଟି କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES