ଜୀ ସାର୍ଥକରେ ଏହି ରବିବାର ଦିନ ଦେଖନ୍ତୁ 'ମିସ କଲେ ଚାନ୍ସ ଗଲା'
ଜୀ ସାର୍ଥକରେ "ସନ୍ଡେ ସିନେ ସନ୍ଧ୍ୟା" - ନୂଆ ନୂଆ ସୁପରହିଟ୍ ଫିଲ୍ମର ଏକମାତ୍ର ଠିକଣା - ମିସ କଲେ ଚାନ୍ସ ଗଲା
Entertainment News: ଟେଲିଭିଜନ ମନୋରଞ୍ଜନ ଜଗତରେ ଏକ ନୂଆ ବିପ୍ଳବ ଆଣିଛି ଲୋକପ୍ରିୟ ଚ୍ୟାନେଲ 'ଜୀ-ସାର୍ଥକ'। ପ୍ରତି ରବିବାର ସନ୍ଧ୍ୟା ୬:୩୦ରେ 'ସନ୍ଡେ ସିନେ ସନ୍ଧ୍ୟା' ମାଧ୍ୟମରେ ନୂଆ ନୂଆ ସୁପରହିଟ୍ ଫିଲ୍ମ ଭେଟି ଦେଉଥିବା ଜୀ ସାର୍ଥକ ଚ୍ୟାନେଲ ଏବେ ସିଧାସଳଖ ଦର୍ଶକଙ୍କ ଘର ପାଖରେ ପହଞ୍ଚିବାକୁ ଯାଉଛି। ଆମେ ହିଁ ପ୍ରଥମେ ଟିଭି ପରଦାକୁ ଆଣିଥିଲୁ ଅନନ୍ତା, କୁହୁଡ଼ି, ମୋଟରସାଇକଲ, ଚ୍ୟାଲେଞ୍ଜ, କାଙ୍ଗୁଲା, ରଙ୍ଗାସୁର, ଛକିଶୂନ, ମିଲେଟ ଡ଼ାଇରୀ ଓ ଡେଲିଭେରୀ ବୟ-୨ ଭଳି ବ୍ଲକବଷ୍ଟର ସିନେମା। ଏସବୁ ସିନେମା ଜୀ-ସାର୍ଥକ ଛଡ଼ା ଆଉ କେଉଁଠି ବି ଦେଖିବାକୁ ମିଳିବନି। ସେଥିପାଇଁ ତ... ଗାଁ ରୁ ସହର ସବୁଠି ହାଲ୍ଲା.... ମିସ କଲେ ଚାନ୍ସ ଗଲା!
ଜୀ ସାର୍ଥକ ଏକ ନୂଆ ପ୍ରୟାସ ମାଧ୍ୟମରେ ଆପଣଙ୍କ ପାଖରେ ପହଂଚିବ ଆଉ ସାରା ସାହି ଓ ଅଞ୍ଚଳବାସୀ ଏକାଠି ବସି ବଡ଼ ପରଦାରେ ଫିଲ୍ମ ଦେଖିବାର ମଜା ନେଇପାରିବେ। ଏହି ଅଭିନବ ପ୍ରୟାସ ପାଇଁ ଜୀ-ସାର୍ଥକ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରମୋସନାଲ ଗାଡ଼ି ପ୍ରସ୍ତୁତ କରାଯାଇଛି। ପ୍ରୋଜେକ୍ଟର ଓ ଅତ୍ୟାଧୁନିକ ଯନ୍ତ୍ରାଂଶରେ ସଜ୍ଜିତ ଏହି ଗାଡ଼ି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରମୁଖ ସ୍ଥାନ ବୁଲି ଦର୍ଶକଙ୍କୁ ମନପସନ୍ଦର ସିନେମା ଦେଖାଉଛି । କେବଳ ସେତିକି ନୁହେଁ, ଫିଲ୍ମ ଦେଖିବା ସମୟରେ ପଚରାଯିବା କିଛି ସହଜ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଦର୍ଶକମାନେ ଆକର୍ଷଣୀୟ ଉପହାର ମଧ୍ୟ ଜିତୁଛନ୍ତି । ଏ ନେଇ ଜୀ-ସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରଶାନ୍ତ ପରିଡା କହିଛନ୍ତି ଯେ, ଏହି ପ୍ରମୋସନାଲ ଗାଡ଼ି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ସମସ୍ତଙ୍କୁ ଏକାଠି କରି ଫିଲ୍ମ ଦେଖିବାର ଏକ ନୂଆ ଓ ନିଆରା ଅନୁଭୂତି ପ୍ରଦାନ କରୁଛି । ଖୁବଶୀଘ୍ର ଏହି ଗାଡି ଆପଣଙ୍କ ସହରରେ ପହଞ୍ଚି ଆପଣଙ୍କୁ ଏକାଠି ବସି ଚଳଚିତ୍ର ଦେଖିବାର ନିଆରା ଅନୁଭୂତି ଦେବ।
ପୂର୍ବରୁ ଜୀ-ସାର୍ଥକ ଟିଭି ପରଦାରେ 'ଅନନ୍ତା', 'କୁହୁଡ଼ି', 'ମୋଟରସାଇକଲ', 'ଚ୍ୟାଲେଞ୍ଜ', 'କାଙ୍ଗୁଲା', 'ରଙ୍ଗାସୁର', 'ଡେଲିଭେରୀ ବୟ-୨', 'ଛକିଶୂନ' ଓ 'ମିଲେଟ ଡ଼ାଇରୀ' ଭଳି ସୁପରହିଟ୍ ତଥା ବ୍ଲକବଷ୍ଟର ସିନେମାର ସଫଳ ପ୍ରିମିୟର କରିସାରିଛି। ଏବେ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ହେଉଛି ଆଗାମୀ ଧମାକା। ଖୁବ୍ ଶୀଘ୍ର ଜୀ ସାର୍ଥକ ଚ୍ୟାନେଲରେ 'ଅଧୁରା ପ୍ରେମ କାହାଣୀ' ଏବଂ 'ପରୀ' ଭଳି ମେଗା ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି, ଯାହା ଅନ୍ୟ କେଉଁଠି ବି ଦେଖିବାକୁ ମିଳିବନି। ଜୀ-ସାର୍ଥକର ଏହି ନୂଆ କ୍ୟାମ୍ପେନକୁ ନେଇ ଏବେ ଗାଁରୁ ସହର ସବୁଠି ହାଲ୍ଲା ହେଲାଣି। ତେଣୁ ଦର୍ଶକ ବନ୍ଧୁ ରେଡି ହୋଇଯାଆନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
Also Read- ଗ୍ରାହକଙ୍କୁ ଝଟକା! କ୍ଷୀର ଦର ବଢାଇଲେ ୨ଟି କମ୍ପାନୀ