SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Crime News: ନାଇଟ୍ ବାରରେ ଆଖିବୁଜା ଫାୟାରିଂ, ୧୭ ମୃତ, ୧୫ ଆହତ

ଦକ୍ଷିଣ ଆଫ୍ରିକା ପୋଲିସ ସର୍ଭିସ୍‌ (SAPS) ଅନୁସାରେ, ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ହିଁ ଜରୁରୀକାଳୀନ ଚିକିତ୍ସା ସେବା ଟିମ୍ ୧୭ ଜଣଙ୍କୁ ମୃତ ଘୋଷଣା କରିଥିଲା। ଗୁଳିମାଡ଼ରେ ଆହତ ୧୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଯାଇଛି।

Written By Priyambada Rana
Published: Sep 27, 2026, 03:29 PM IST | Updated: Sep 27, 2026, 03:43 PM IST
Image Credit: ବାରରେ ଆଖିବୁଜା ଫାୟାରିଂ
Join

Crime News: ଦକ୍ଷିଣ ଆଫ୍ରିକାରେ ପୁଣି ଥରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଜୋହାନ୍ସବର୍ଗର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଗୌତେଙ୍ଗ୍ ପ୍ରଦେଶ ଅନ୍ତର୍ଗତ ୱେଡେଲା ଟାଉନସିପ୍‌ର ଏକ ନାଇଟ୍ ବାରରେ ଶନିବାର ରାତି ପ୍ରାୟ ୯ଟା ୩୦ରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ପୋଲିସ ସର୍ଭିସ୍‌ (SAPS) ଅନୁସାରେ, ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ହିଁ ଜରୁରୀକାଳୀନ ଚିକିତ୍ସା ସେବା ଟିମ୍ ୧୭ ଜଣଙ୍କୁ ମୃତ ଘୋଷଣା କରିଥିଲା। ଗୁଳିମାଡ଼ରେ ଆହତ ୧୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଯାଇଛି।

AK-47 ଓ ପିସ୍ତଲ ଧରି ଆସିଥିଲେ ଆକ୍ରମଣକାରୀ:
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୮ ଜଣ ସଶସ୍ତ୍ର ବ୍ୟକ୍ତି ନାଇଟ୍ ବାର୍‌ରେ ପ୍ରବେଶ କରିଥିଲେ। ସେମାନଙ୍କ ପାଖରେ AK-47 ରାଇଫଲ୍ ଏବଂ ପିସ୍ତଲ ଥିବା କୁହାଯାଉଛି। ପ୍ରଥମେ ସେମାନେ ବାର୍ ବାହାରେ ଥିବା ଲୋକଙ୍କ ଉପରେ ଗୁଳି ଚଳାଇଥିଲେ ଏବଂ ପରେ ଭିତରକୁ ପଶି ଗୁଳିମାଡ଼ ଜାରି ରଖିଥିଲେ।

ଘଟଣା ପରେ ଆକ୍ରମଣକାରୀମାନେ କିଛି ଗ୍ରାହକଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଦୁଇଟି ଅଜଣା ଗାଡ଼ିରେ ଫେରାର ହୋଇଥିବା ପୋଲିସ କହିଛି। ସେମାନେ ଗାଡ଼ି ଦୁଇଟିରେ ନିଆଁ ଲଗାଇଥିବା ନେଇ ମଧ୍ୟ ରିପୋର୍ଟ ରହିଛି।

ଘଟଣା ପଛର କାରଣ ଅସ୍ପଷ୍ଟ:
ଏହି ଗୁଳିକାଣ୍ଡ ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ୮ ଜଣ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଗୁଇନ୍ଦା ଅଧିକାରୀ ଓ ବିଶେଷ ତଦନ୍ତକାରୀ ଟିମ୍‌କୁ ମଧ୍ୟ ସନ୍ଦିଗ୍ଧମାନଙ୍କ ପରିଚୟ ଏବଂ ଗତିବିଧି ଖୋଜିବାରେ ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

ଏହି ଘଟଣା ଦକ୍ଷିଣ ଆଫ୍ରିକାରେ ସମ୍ପ୍ରତି ଘଟୁଥିବା ଏକାଧିକ ଗଣଗୁଳିକାଣ୍ଡ ମଧ୍ୟରୁ ଅନ୍ୟତମ। ଏହାର କିଛି ଦିନ ପୂର୍ବରୁ ଡର୍ବାନ୍ ନିକଟରେ ଏକ ଘରେ ଗୁଳିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ଘଟଣାରେ ଜଣେ ଗର୍ଭବତୀ ମହିଳା ମଧ୍ୟ ମୃତ୍ୟୁବରଣ କରିଥିଲେ।

ୱେଡେଲା ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆକ୍ରମଣର ଉଦ୍ଦେଶ୍ୟ, ସନ୍ଦିଗ୍ଧମାନଙ୍କ ପରିଚୟ ଏବଂ ସେମାନଙ୍କ ଗତିବିଧି ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଚଳାଇଛି।
 

Add Zee News as a Preferred Source

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES