SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Chaos in Cockpit: ବିମାନରେ ଶୁଭିଲା ଚିତ୍କାର, ମଝି ଆକାଶରେ ହାଇଜାକ୍ ଆଲର୍ଟ, ତା’ପରେ ଜରୁରୀ ଅବତରଣ

ଏହାପରେ ଘଟଣାଟି ହାଇଜାକ୍ ନୁହେଁ, ବରଂ କକପିଟ୍‌ରେ ଦୁଇ ପାଇଲଟଙ୍କ ମଧ୍ୟରେ ଘଟିଥିବା ଶାରୀରିକ ବିବାଦ ସହ ଜଡ଼ିତ ବୋଲି ଇସ୍ରାଏଲୀ ସୁରକ୍ଷା ସୂତ୍ରରୁ ଜଣାପଡ଼ିଥିବା ରଏଟର୍ସ ରିପୋର୍ଟ କରିଛି। ଯାତ୍ରୀମାନେ ବିମାନ ଭିତରେ ଚିତ୍କାର ଶୁଣିଥିବା ଏବଂ କକପିଟ୍‌ରେ ରକ୍ତ ଦେଖିଥିବା ବିଷୟରେ କହିଛନ୍ତି। ଛୁରାମାଡ଼ ହୋଇଥିବା ଦାବି ମଧ୍ୟ ରହିଛି, ହେଲେ ଏହାର ସମସ୍ତ ବିବରଣୀ ସ୍ୱାଧୀନ ଭାବେ ନିଶ୍ଚିତ ହୋଇନାହିଁ।

Written By Priyambada Rana Edited By Priyambada Rana
Published: Sep 30, 2026, 04:40 PM IST | Updated: Sep 30, 2026, 04:42 PM IST
Image Credit: Chaos in Cockpit: ବିମାନରେ ଶୁଭିଲା ଚିତ୍କାର, ମଝି ଆକାଶରେ ହାଇଜାକ୍ ଆଲର୍ଟ, ତା’ପରେ ଜରୁରୀ ଅବତରଣ
Join

Chaos in Cockpit: ମଝି ଆକାଶରେ ପାଇଲଟଙ୍କ ମଧ୍ୟରେ ଝଗଡ଼ା। କକପିଟ୍‌ରେ ଛୁରାମାଡ଼ ଅଭିଯୋଗ ପରେ ଆତଙ୍କିତ ହୋଇପଡ଼ିଲେ ବିମାନରେ ଥିବା ଯାତ୍ରୀ। ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ଏହି ଘଟଣା ଘଟିଛି। ଘଟଣା ପରେ ବିମାନଟିକୁ ସାଉଦି ଆରବର ତିବୁକ୍ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇ ଜରୁରୀ ଅବତରଣ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ ବିମାନରୁ ପ୍ରଥମେ ସାଧାରଣ ଜରୁରୀ ସଙ୍କେତ ଏବଂ ପରେ ‘7500’ କୋଡ୍ ପଠାଯାଇଥିଲା। ଏହି କୋଡ୍ ବିମାନରେ ସମ୍ଭାବ୍ୟ ‘ଅନଲଫୁଲ୍ ଇଣ୍ଟରଫେରେନ୍ସ’ ବା ହାଇଜାକ୍‌ ଭଳି ପରିସ୍ଥିତିର ସଙ୍କେତ ଦେଇଥାଏ। ଫଳରେ ଇସ୍ରାଏଲରେ ସୁରକ୍ଷା ଆଲର୍ଟ ଜାରି ହୋଇଥିଲା ଏବଂ ଯୁଦ୍ଧ ବିମାନ ମଧ୍ୟ ପଠାଯାଇଥିବା ରିପୋର୍ଟ ରହିଛି।

ଏହାପରେ ଘଟଣାଟି ହାଇଜାକ୍ ନୁହେଁ, ବରଂ କକପିଟ୍‌ରେ ଦୁଇ ପାଇଲଟଙ୍କ ମଧ୍ୟରେ ଘଟିଥିବା ଶାରୀରିକ ବିବାଦ ସହ ଜଡ଼ିତ ବୋଲି ଇସ୍ରାଏଲୀ ସୁରକ୍ଷା ସୂତ୍ରରୁ ଜଣାପଡ଼ିଥିବା ରଏଟର୍ସ ରିପୋର୍ଟ କରିଛି। ଯାତ୍ରୀମାନେ ବିମାନ ଭିତରେ ଚିତ୍କାର ଶୁଣିଥିବା ଏବଂ କକପିଟ୍‌ରେ ରକ୍ତ ଦେଖିଥିବା ବିଷୟରେ କହିଛନ୍ତି। ଛୁରାମାଡ଼ ହୋଇଥିବା ଦାବି ମଧ୍ୟ ରହିଛି, ହେଲେ ଏହାର ସମସ୍ତ ବିବରଣୀ ସ୍ୱାଧୀନ ଭାବେ ନିଶ୍ଚିତ ହୋଇନାହିଁ।

ଘଟଣା ସମୟରେ ବିମାନଟି ହଠାତ୍ ଦ୍ରୁତ ଭାବେ ଉଚ୍ଚତା ହରାଇଥିବା ମଧ୍ୟ ରିପୋର୍ଟ ହୋଇଛି। ଏହାପରେ ବିମାନକୁ ସାଉଦି ଆରବର ତିବୁକ୍‌କୁ ଡାଇଭର୍ଟ କରାଯାଇଥିଲା। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଫ୍ଲାଏଦୁବାଇ ନିଶ୍ଚିତ କରିଛି।

ଘଟଣାର ପ୍ରକୃତ କାରଣ କ’ଣ, କକପିଟ୍‌ରେ ଠିକ୍ କ’ଣ ଘଟିଥିଲା ଏବଂ ଛୁରାମାଡ଼ ସମ୍ପର୍କିତ ଅଭିଯୋଗର ସତ୍ୟତା କ’ଣ—ଏସବୁ ନେଇ ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିମାନରେ ଥିବା ଶତାଧିକ ଯାତ୍ରୀ ଏକ ବଡ଼ ବିପଦରୁ ବର୍ତ୍ତିଥିବା ରିପୋର୍ଟରୁ ଜଣାପଡ଼ିଛି।
 

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES