SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Crime News: ପୋଲିସ ଗାଡ଼ି ଉପରେ ଆତଙ୍କୀ ହମଲା, DSPଙ୍କ ସମେତ ୧୧ ପୋଲିସ କର୍ମଚାରୀ ମୃତ

ସୂଚନା ଅନୁଯାୟୀ, ପୋଲିସ ଟିମ୍‌ ବେଆଇନ ସୁନା ଖଣି ଖନନ ବିରୋଧରେ ଅଭିଯାନ ଚଳାଇବା ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲା। କୋହାଟ ଜିଲ୍ଲାର ଗମ୍ବଟ ଅଞ୍ଚଳକୁ ଯାଉଥିବା ପୋଲିସ ଟିମ୍‌ କୋହାଟ ଓ କରକ ମଧ୍ୟବର୍ତ୍ତୀ ଦରବୋକାଚ ଜଲନ୍ଧର ବାଣ୍ଡା ଅଞ୍ଚଳରେ ଆକ୍ରମଣର ସମ୍ମୁଖୀନ ହୋଇଥିଲା।

Written By Priyambada Rana Edited By Priyambada Rana
Published: Nov 12, 2026, 06:52 AM IST | Updated: Nov 12, 2026, 06:55 AM IST
Image Credit: Crime News: ପୋଲିସ ଗାଡ଼ି ଉପରେ ଆତଙ୍କୀ ହମଲା, DSPଙ୍କ ସମେତ ୧୧ ପୋଲିସ କର୍ମଚାରୀ ମୃତ
Join

Crime News: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ପୋଲିସ ଟିମ୍‌ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି। ବୁଧବାର ଘଟିଥିବା ଏହି ଆକ୍ରମଣରେ ଜଣେ ପୋଲିସ ଉପାଧୀକ୍ଷକ (DSP)ଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁଯାୟୀ, ପୋଲିସ ଟିମ୍‌ ବେଆଇନ ସୁନା ଖଣି ଖନନ ବିରୋଧରେ ଅଭିଯାନ ଚଳାଇବା ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲା। କୋହାଟ ଜିଲ୍ଲାର ଗମ୍ବଟ ଅଞ୍ଚଳକୁ ଯାଉଥିବା ପୋଲିସ ଟିମ୍‌ କୋହାଟ ଓ କରକ ମଧ୍ୟବର୍ତ୍ତୀ ଦରବୋକାଚ ଜଲନ୍ଧର ବାଣ୍ଡା ଅଞ୍ଚଳରେ ଆକ୍ରମଣର ସମ୍ମୁଖୀନ ହୋଇଥିଲା।

ପୋଲିସ ମୁଖପାତ୍ର ମହମ୍ମଦ ନୌମାନ ଜୈବଙ୍କ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ପାହାଡ଼ ଉପରୁ ପୋଲିସ କର୍ମଚାରୀଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ଗୁରୁତର ହୋଇଥିବାବେଳେ ପୋଲିସ ଗାଡ଼ିଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ମୃତକଙ୍କ ମଧ୍ୟରେ ଗମ୍ବଟର ପୋଲିସ ଉପାଧୀକ୍ଷକ ହୈଦର ଜମାନ ଏବଂ ସବ୍‌-ଇନ୍ସପେକ୍ଟର ମୁଖତିଆର ରହିଛନ୍ତି। ଆକ୍ରମଣକାରୀମାନେ ପୋଲିସର ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଘଟଣା ପରେ ଅତିରିକ୍ତ ପୋଲିସ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏଥିସହ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଏକ ବଡ଼ ଟିମ୍‌ ମୁତୟନ କରାଯାଇଥିଲା। ଆହତ ପୋଲିସ କର୍ମଚାରୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଶିକ୍ଷଣ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

ଅନ୍ୟପଟେ ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଅପରାଧୀ ଗୋଷ୍ଠୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ମେଣ୍ଟ ଯୋଗୁଁ ଏଭଳି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି। ମୃତ ପୋଲିସ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES