SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Indonesia Earthquake:ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୫.୨ ରେକର୍ଡ

Indonesia Earthquake: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୫ଟା ୭ରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୫.୨ ରେକର୍ଡ ହୋଇଛି।

Written By Narmada Behera Edited By Narmada Behera
Published: Oct 04, 2026, 08:43 AM IST | Updated: Oct 04, 2026, 08:46 AM IST
Image Credit: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୫ଟା ୭ରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୫.୨ ରେକର୍ଡ ହୋଇଛି। ଏହାର ଗଭୀରତା ଭୂମି ଠାରୁ ୧୦ କିଲୋମିଟର ତଳେ ଥିଲା।
Join

Indonesia Earthquake: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୫ଟା ୭ରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୫.୨ ରେକର୍ଡ ହୋଇଛି। ଏହାର ଗଭୀରତା ଭୂମି ଠାରୁ ୧୦ କିଲୋମିଟର ତଳେ ଥିଲା। ସୂଚନା ଅନୁଯାୟୀ, ରବିବାର ସକାଳ ୫ଟା ୭ ମିନିଟ୍ ସମୟରେ ଭୂମକମ୍ପ ହୋଇଥିଲା। ସେହି ସମୟରେ ସମସ୍ତେ ନିଜ ଘରେ ଶୋଇଥିଲେ। ତେବେ, ଏହି ଭୂକମ୍ପର ଝଟକା ଲୋକଙ୍କ ନିଦ ହଜେଇଦେଇଥିଲା। ଫଳରେ ଲୋକେ ନିଜ ଘରଛାଡି ବାହାରକୁ ଦୈଡ଼ିବାକୁ ଲାଗିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଭୂକମ୍ପରେ କେହି ମୃତାହତ ହୋଇ ନାହାଁନ୍ତି।

 

 


ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ ତାରିଖରେ ବି ଇଣ୍ଡୋନେସିଆରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ଜାଭା ଦ୍ୱୀପରେ ୬.୨ ତୀବ୍ରତା ଥିଲା। GFZ ଅନୁସାରେ, ଭୂକମ୍ପଟିର ଗଭୀରତା ପ୍ରାୟ ୩୭୬ କିଲୋମିଟର ପର୍ଯ୍ୟନ୍ତ ଥିଲା। ହେଲେ,  ଏହା ଭୂ-ପୃଷ୍ଠଠାରୁ ଅଧିକ ଗଭୀରରେ ଭୂକମ୍ପ ଘଟିଥିବାରୁ ଏହାର ପ୍ରଭାବ ତୁଳନାମୂଳକ ଭାବେ କମ୍ ଅନୁଭୂତ ହୋଇଥିଲା ବୋଲି କିଛି ବିଶେଷଜ୍ଞ କହିଛନ୍ତି। ତେବେ, ଏଥିରେ କୌଣସି ଧନ ଜୀବନ ହାନୀ ହୋଇନଥିଲା। ଏବଂ ସେପ୍ଚେମ୍ବର ୧୧ ତାରିଖରେ ମଧ୍ୟ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପ ନିକଟସ୍ଥ ବାଣ୍ଡା ସାଗର ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ ପୁଣି  ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ଗଭୀରତା ପ୍ରାୟ ୧୪୩ କିଲୋମିଟର ଥିଲା।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES