SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Earthquake: ତିଦ୍ଦତରେ ଭୟଙ୍କର ଭୂକମ୍ପ, ୧୮ ମୃତ; ଏକାଧିକ ଆହତ

Earthquake: ଚାଇନାର ତିଦ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ଼ କରାଯାଇଛି। ତିଦ୍ଦତ ରାଜଧାନୀ ଲାହସା ରୁ ୪୦୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

Written By Narmada Behera Edited By Narmada Behera
Published: Oct 23, 2026, 08:33 AM IST | Updated: Oct 23, 2026, 08:36 AM IST
Image Credit: ତିଦ୍ଦତରେ ଭୟଙ୍କର ଭୂକମ୍ପ, ୧୮ ମୃତ; ଏକାଧିକ ଆହତ
Join


Earthquake: ଚାଇନାର ତିଦ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ଼ କରାଯାଇଛି। ତିଦ୍ଦତ ରାଜଧାନୀ ଲାହସା ରୁ ୪୦୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।  ଏ-ହି ଭୂମିକମ୍ପରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୭ରୁ ଅଧିକ ଥର ଭୂମିକମ୍ପ ହୋଇଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ALSO READ:Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?

ସୂଚନା ଅନୁସାରେ,ଗୁରୁବାର ରାତି ୧୦ଟା ୩୩ ମିନିଟ୍ ସମୟରେ ତିଦ୍ଦତରେ ଭୂକମ୍ପ ହୋଇଥିଲା। ଫଳର  ୩୦୦ ରୁ ଅଧିକ ଘର ଏବଂ ବିଜୁଳି ଖୁଣ୍ଟ  ଭୁଷୁଡି ପଡିଥିଲା। ଫଳରେ ଛାନିଆରୁ ଘରୁ ଲୋକେ ଦୈଡାଦୈଡି ଆରମ୍ଭ କରିଥିଲେ। ଫଳରେ ଘଟଣାସ୍ଥଳରେ  ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ୍ବ କରିଥିଲେ। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିଥିଲା।  ଏଯାବତ୍ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କର ଅବସ୍ଥା ସଙ୍କଟା ପନ୍ନ ରହିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନାଗକୁର ଉତ୍ତର ତିଦ୍ଦତ ଅଞ୍ଚଳର ବାକେନ୍ କାଉଣ୍ଟିର ମାରୁ ଟାଉନସିପ୍ ବୋଲି ଜଣାପଡିଛି। ଚୀନର ଭୂକମ୍ପ ତଥ୍ୟ ଅନୁସାରେ, ଭୁକମ୍ପ କେନ୍ଦ୍ର ନିକଟରେ ପ୍ରାୟ ୪,୮୬୪ ମିଟର ଉଚ୍ଚତା ବିଶିଷ୍ଟ ଏକ ପାର୍ବାତ୍ୟାଅଞ୍ଚଳରେ ୧୦ କିମି ଗଭୀରରତାରେ ହୋଇଥିଲା। ଭୂକମ୍ପର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି।

ସୂଚନା ଅନୁସାରେ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୪ ପରଠୁ ଚୀନ୍ ରେ ଲଗାତର ଭୁକମ୍ପ ହେଉଛି। ଚୀନର ପାର୍ବତ୍ୟ ପଶ୍ଚିମ ଅଞ୍ଚଳ ଗୁଡିକ ଭୂମିକମ୍ପ ପ୍ରବଣ। ସେହିପରି, ଜାନୁଆରୀ ୨୦୨୫ରେ, ତିବ୍ଦତର ଗ୍ରାମାଞ୍ଚଳ ଟିଙ୍ଗ୍ରି କାଉଣ୍ଟିରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଯାହାଫଳେ ୧୧୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୧୦ରେ କିଙ୍ଗହାଇ ପ୍ରଦେଶର ୭.୧ ଭୂକମ୍ପ ହୋଇଥିଲା। ଯେଉଁଥିରେ,୨୬୯୮ ଡଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦୦ ରୁ ଅଧିକ ନିଖୋଜ ଥିଲେ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES