SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Nobel Prize in Medicine 2026: ମେଡିସିନ୍ ରେ ତିନି ଜଣଙ୍କୁ ନୋବେଲ

ଚଳିତ ବର୍ଷ ମେଡିସିନ୍ ରେ ଜର୍ମାନ୍ ଓ ଆମେରିକାର ୩ ଜଣଙ୍କୁ ନୋବେଲ୍ ପୁରସ୍କାର ଦେବାକୁ ଚୟନ କରାଯାଇଛି।

Reported By Narmada Behera Written By Narmada Behera
Published: Oct 06, 2026, 08:39 AM IST | Updated: Oct 06, 2026, 08:41 AM IST
Image Credit: ଚଳିତ ବର୍ଷ ମେଡିସିନ୍ ରେ ଜର୍ମାନ୍ ଓ ଆମେରିକାର ୩ ଜଣଙ୍କୁ ନୋବେଲ୍ ପୁରସ୍କାର ଦେବାକୁ ଚୟନ କରାଯାଇଛି।
Join

Nobel Prize in Medicine 2026:ଚଳିତ ବର୍ଷ ମେଡିସିନ୍ ରେ ଜର୍ମାନ୍ ଓ ଆମେରିକାର ୩ ଜଣଙ୍କୁ ନୋବେଲ୍ ପୁରସ୍କାର ଦେବାକୁ  ଚୟନ କରାଯାଇଛି।  ସେମାନେ ହେଲେ, କାର୍ଲ ଡାଇସେରଥ୍ (୫୪) ପିଟର ହେଗେମାନ୍ (୭୧) ଏବଂ ଜଜ୍ ନାଗେଲ୍ (୭୪)।  ବ୍ୟକ୍ତିର ସ୍ନାୟୁ କୋଷ ଓ ମସ୍ତିଷ୍କ ପ୍ରତିକ୍ରିୟା ଉପରେ ସେମାନଙ୍କ ବହୁମୂଲ୍ୟ ଗବେଷଣା ଲାଗି  ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।  

 

ଏହି ଗବେଷଣା ଉପଲବ୍ଧ ଜ୍ଞାନ ମସ୍ତିଷ୍କର ଅନେକ ରହସ୍ୟ ଦୂର କରିବାରେ  ଏବଂ ଏ କ୍ଷେତ୍ରରେ ଗବେଷଣାରତ  ଅନ୍ୟ ବୈଜ୍ଞାନିକମାନଙ୍କୁ  ସହାୟତା କରିବ ବୋଲି ଚୟନ କମିଟି ପକ୍ଷରୁ ମତ ପ୍ରକାଶ ପାଇଛି। ଡାଇସେରୋଥ୍ ଆମେରିକା କାଲିଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟରେ  ଗବେଷଣାରତ ଥିବା ବେଳେ ପିଟର ହେଗେମାନ୍ ବର୍ଲିନର ହମବୋଲ୍ଡ ବିଶ୍ବ ବିଦ୍ୟାଳୟ ଏବଂ ନାଗେଲ୍ ଜର୍ମାନୀର ଉର୍ଜବର୍ଗ ବିଶ୍ବ ବିଦ୍ୟାଳୟରେ ଗବେଷଣାରତ ଅଛନ୍ତି। 

 

ନୋବେଲ୍ ପୁରସ୍କାର ଲାଗି ଚୟନ ନିମନ୍ତେ  ଗଠିତ ମେଡିସିନ୍  କମିଟି ମୁଖ୍ୟ ଥୋମାସ୍  ପଲମ୍ୟାନ୍  ଏହି ତିନି ଜଣଙ୍କ ନାମ ଘୋଷଣା କରି କହିଛନ୍ତି ଯେ, କମିଟି ସବୁ ସଦସ୍ୟଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଇ  ଏହି ନିସ୍ପତି ନେଇଛି।  ଏକ ସ୍ବତନ୍ତ୍ର ସମାରୋହରେ ନୋବେଲ୍ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।  ଏହି ପୁରସ୍କାର ବାବଦରେ ପ୍ରାୟ ୧.୨ ନିୟୁତ ଆମେରୀକିୟ ଡଲାର୍ ପ୍ରଦାନ୍ କରାଯାଇଥାଏ। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES