SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Pakistan Tragedy: ଭୟଙ୍କର ଦୁର୍ଘଟଣା: ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ, ୧୦ ମୃତ

ସିନ୍ଧ ପ୍ରଦେଶର ଥାରପାରକର ଜିଲ୍ଲା ଅନ୍ତର୍ଗତ ନଗରପାରକର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସରେ ଥିବା ଜଣେ ମହିଳା ଶିଶୁକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦାନୋ ଢାଣ୍ଢଲସ୍ଥିତ ବେସିକ୍ ହେଲ୍‌ଥ ସେଣ୍ଟରରୁ ମିଠି ସହରର ଜିଲ୍ଲା ହସ୍ପିଟାଲକୁ ନିଆଯାଉଥିଲା।

Written By Priyambada Rana Edited By Priyambada Rana
Published: Oct 29, 2026, 08:16 PM IST | Updated: Oct 29, 2026, 08:18 PM IST
Image Credit: Pakistan Tragedy: ଭୟଙ୍କର ଦୁର୍ଘଟଣା: ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ, ୧୦ ମୃତ
Join

Pakistan Tragedy: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ରସବ ପରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ମହିଳା ମଧ୍ୟ ଅଛନ୍ତି। ବିସ୍ଫୋରଣ ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯିବାରୁ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି।

ଅସୁସ୍ଥ ମହିଳାଙ୍କୁ ନେବା ବେଳେ ଦୁର୍ଘଟଣା:
ସୂଚନା ଅନୁସାରେ, ସିନ୍ଧ ପ୍ରଦେଶର ଥାରପାରକର ଜିଲ୍ଲା ଅନ୍ତର୍ଗତ ନଗରପାରକର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସରେ ଥିବା ଜଣେ ମହିଳା ଶିଶୁକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦାନୋ ଢାଣ୍ଢଲସ୍ଥିତ ବେସିକ୍ ହେଲ୍‌ଥ ସେଣ୍ଟରରୁ ମିଠି ସହରର ଜିଲ୍ଲା ହସ୍ପିଟାଲକୁ ନିଆଯାଉଥିଲା।

ଏହି ସମୟରେ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ଥିବା ଅକ୍ସିଜେନ୍ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା। ଏହା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଲୋକମାନେ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ।

ସିଲିଣ୍ଡର ସ୍ଥାନ ବଦଳାଉଥିଲେ ଡ୍ରାଇଭର!
ଥାରପାରକରର ବରିଷ୍ଠ ପୋଲିସ ଅଧୀକ୍ଷକ (SSP) ଆରିଫ୍ ଅଜିଜ୍ ଜାଫ୍ରି ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଭିତରେ ଅକ୍ସିଜେନ୍ ସିଲିଣ୍ଡରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବା ସମୟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି।

ତେବେ ସିଲିଣ୍ଡରଟି କେଉଁ କାରଣରୁ ଫାଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ପଛରେ କୌଣସି ଅବହେଳା ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।

ଘଟଣାର ତଦନ୍ତ ଆରମ୍ଭ:
ଏହି ଦୁର୍ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ବିସ୍ଫୋରଣର ପ୍ରକୃତ କାରଣ ଏବଂ ଘଟଣାରେ କାହାରି ଅବହେଳା ରହିଛି କି ନାହିଁ, ତାହା ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହେବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES