Captain Smit Machchhar: କକପିଟ୍ ରେ ପାଇଲଟ୍ ଙ୍କୁ ଆକ୍ରମଣ,ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୧୭୪ ଯାତ୍ରୀଙ୍କ....
Captain Smit Machchhar: ଦୁବାଇରୁ ଇସ୍ରାଏଲ୍ ଯାଉଥିବା ବିମାନକୁ ଅପହରଣ ଓ ଦୁର୍ଘଟଣାଗ୍ରସ୍ତ କରାଇବା ଭଳି ଭୟଙ୍କର ଷଡଯନ୍ତ୍ରରୁ ଯାତ୍ରୀଙ୍କୁ ସୁରକ୍ଷା ଦେଇ ମଝି ଆକାଶରେ ହିରୋ ସାଜିଛନ୍ତି ସ୍ମିଥ୍ ମଚ୍ଛାର।
Captain Smit Machchhar: ଦୁବାଇରୁ ଇସ୍ରାଏଲ୍ ଯାଉଥିବା ବିମାନକୁ ଅପହରଣ ଓ ଦୁର୍ଘଟଣାଗ୍ରସ୍ତ କରାଇବା ଭଳି ଭୟଙ୍କର ଷଡଯନ୍ତ୍ରରୁ ଯାତ୍ରୀଙ୍କୁ ସୁରକ୍ଷା ଦେଇ ମଝି ଆକାଶରେ ହିରୋ ସାଜିଛନ୍ତି ସ୍ମିଥ୍ ମଚ୍ଛାର। ଗୁଜୁରାଟର ବାସିନ୍ଦା ସ୍ମିଥ୍ ନିଜ ସାହାସ ଏବଂ ଉପସ୍ଥିତ ବୁଦ୍ଧି ଲଗାଇ ପ୍ରାୟ ୧୭୪ ଜୀବନ ବଞ୍ଚାଇ ପାରିଛନ୍ତି। ସ୍ମିଥ୍ ଙ୍କୁ ତାଙ୍କ କୋ-ପାଇଲଟ୍ ଛୁରୀରେ ଆକ୍ରମଣ କରିଥିଲେ। ପ୍ରବଳ ରକ୍ତସ୍ରାବ ସତ୍ତ୍ବେ ସେ ବିମାନ କଣ୍ଟ୍ରୋଲ୍ କୋ-ପାଇଲଟଙ୍କୁ ଦେଇ ନଥିଲେ। ତାଙ୍କର ଏହି ସାହାସ ପାଇଁ ଆଉ ଏକ ୯/୧୧( ୨୦୦୧ ରେ ଆମେରିକାରେ ହୋଇଥିବା ଆତଙ୍କୀ ଆକ୍ରମଣ) ଭଳି ଘଟଣାକୁ ରୋକାଯାଇପାରିବ ବୋଲି କୁହାଯାଇଛି।
ଇସ୍ରାଏଲ୍ ଗଣମାଧ୍ୟମ କହିଛି, ସାଦା ପୋଷାକରେ ୨ ଜଣ ପାଇଲଟ୍ ଥିଲେ। ପାଇଲଟ୍ ଜଣକ ବିମାନଟିକୁ ଦୁର୍ଘଟଣାଗ୍ରସ୍ତ କରାଇବାକୁ ଚାହୁଁଥିଲେ। କୋ-ପାଇଲଟ୍ ଏବଂ ପାଇଲଟ୍ ଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିଲା ଭଳି ଘଟଣା ଦେଖିବା ପରେ ଯାତ୍ରୀମାନେ କକ୍ ପିଟ୍ ଭାଙ୍ଗି ଭିତରେ ପଶିଥିଲେ। ପରେ କୋ- ପାଇଲଟ୍ ଙ୍କୁ କାବୁ କରିଥିଲେ। ସ୍ମିଥ୍ ଏହି ଘଟଣା ପରେ ବିମାନର ରାସ୍ତା ବଦଳାଇବା ସହ ତାହାକୁ ସାଉଦି ଆରବର ତାବୁକ୍ ବିମାନ ବନ୍ଦରକୁ ନେଇ ଜରୁରୀ ଅବତରଣ କରାଇଥିଲେ। ପାଇଲଟ୍ ସ୍ମିଥ୍ ଙ୍କ ସାହାସ ଏକ ବଡ଼ ଅଘଟଣକୁ ଟାଳି ଦେଇଥିବା ଇସ୍ରାଏଲ୍ ଅଧିକାରୀ କହିଛନ୍ତି। ଯେଉଁ କୋ-ପାଇଲଟ୍ ସ୍ମିଥ୍ ଙ୍କ ଉପରେ ଆକ୍ରମଣ କରିଥିଲେ , ସେ ଓମାନର ନାଗରିକ ବୋଲି ଜଣାପଡିଛି। ଆକ୍ରମଣକାରୀଙ୍କୁ କାବୁ କରିବା ପରେ ବିମାନଯାତ୍ରୀମାନେ ତାଳି ବଜାଇ ଖୁସି ମନାଇଥିଲେ। ସ୍ମିତ୍ ୨୦୨୨ ରେ 'ଫ୍ଲାଏ ଦୁବାଇ'ରେ 'ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ୍ 'ଭାବେ କାମ ଆରମ୍ଭ କରିଥିଲେ। ସେ ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ସ୍ପାଇସଜେଟ୍ ଏୟାରଲାଇନ୍ସ ରେ କାମ କରିଥିଲେ।