SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Donald Trump: ଟ୍ରମ୍ପଙ୍କୁ ମାରିବାକୁ ଆସିଥିଲେ! ହ୍ୱାଇଟ୍ ହାଉସ୍ ନିକଟରେ ସିକ୍ରେଟ୍ ସର୍ଭିସ୍‌ର ବଡ଼ ଆକ୍ସନ

ଗିରଫ ବ୍ୟକ୍ତିଙ୍କ ନାମ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚିରିନୋସ୍। ସେ ୱାଶିଂଟନ୍ ଡିସିର କନଷ୍ଟିଟ୍ୟୁସନ୍ ଆଭେନ୍ୟୁ ନିକଟରେ ଏକ ଗାଡ଼ି ଭିତରେ ବସିଥିବା ବେଳେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ନଜରକୁ ଆସିଥିଲେ। ତାଙ୍କର ସନ୍ଦେହଜନକ ଆଚରଣ ଦେଖି ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ପଚରାଉଚରା କରିଥିଲେ।

Written By Priyambada Rana Edited By Priyambada Rana
Published: Nov 07, 2026, 10:48 AM IST | Updated: Nov 07, 2026, 10:50 AM IST
Image Credit: Donald Trump: ଟ୍ରମ୍ପଙ୍କୁ ମାରିବାକୁ ଆସିଥିଲେ! ହ୍ୱାଇଟ୍ ହାଉସ୍ ନିକଟରେ ସିକ୍ରେଟ୍ ସର୍ଭିସ୍‌ର ବଡ଼ ଆକ୍ସନ
Join

Donald Trump: ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିସ୍ଥିତ ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ସହ ଜଣେ ଭେନେଜୁଏଲା ନାଗରିକଙ୍କୁ ଗିରଫ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ସେଠାକୁ ଆସିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ଗାଡ଼ିରୁ ଏକାଧିକ ଅସ୍ତ୍ରଶସ୍ତ୍ର ମିଳିଥିବା ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ଏବଂ ୟୁଏସ୍ ସିକ୍ରେଟ୍ ସର୍ଭିସ୍ ପକ୍ଷରୁ ସୂଚନା ମିଳିଛି।

କିଏ ଏହି ଅଭିଯୁକ୍ତ?
ଗିରଫ ବ୍ୟକ୍ତିଙ୍କ ନାମ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚିରିନୋସ୍। ସେ ୱାଶିଂଟନ୍ ଡିସିର କନଷ୍ଟିଟ୍ୟୁସନ୍ ଆଭେନ୍ୟୁ ନିକଟରେ ଏକ ଗାଡ଼ି ଭିତରେ ବସିଥିବା ବେଳେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ନଜରକୁ ଆସିଥିଲେ। ତାଙ୍କର ସନ୍ଦେହଜନକ ଆଚରଣ ଦେଖି ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ପଚରାଉଚରା କରିଥିଲେ।

ଅଧିକାରୀଙ୍କ କହିବା ଅନୁସାରେ, ପଚରାଉଚରା ସମୟରେ ଚିରିନୋସ୍ ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଥିବା କହିଥିଲେ। ଏପରିକି ତାଙ୍କ ମୁଣ୍ଡରେ କିଛି ସ୍ୱର ଶୁଭୁଥିଲା ଏବଂ ସେହି ସ୍ୱର ତାଙ୍କୁ ଟ୍ରମ୍ପଙ୍କୁ ହତ୍ୟା କରିବାକୁ କହୁଥିଲା ବୋଲି ସେ ଦାବି କରିଥିବା ସୂଚନା ମିଳିଛି।

ଗାଡ଼ିରୁ ମିଳିଲା ଏକାଧିକ ଅସ୍ତ୍ରଶସ୍ତ୍ର:
ତଦନ୍ତ ବେଳେ ଅଭିଯୁକ୍ତ ବ୍ୟବହାର କରୁଥିବା ଗାଡ଼ିଟି ଚୋରି ହୋଇଥିବା ଜଣାପଡ଼ିଥିଲା। ଗାଡ଼ିରେ ତଲାସି କରିବା ପରେ AR-15 ଷ୍ଟାଇଲ୍ ରାଇଫଲ୍, ମ୍ୟାକ୍-୧୦ ଅସ୍ତ୍ର ଏବଂ ଗ୍ଲକ୍ ୪୩X ପିସ୍ତଲ ସମେତ ଏକାଧିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

DHS ଅଧିକାରୀଙ୍କ ସୂଚନା ଅନୁସାରେ, ଚିରିନୋସ୍ ମାର୍ଚ୍ଚ ୨୦୨୪ରେ ଟେକ୍ସାସ୍ ସୀମା ଦେଇ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ। ସେତେବେଳେ ଆମେରିକାର ବର୍ଡର ପାଟ୍ରୋଲ୍ ତାଙ୍କୁ ଅଟକ ରଖିଥିଲା। ତେବେ କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ସୁରକ୍ଷା ବ୍ୟବସ୍ଥା ନେଇ ସିକ୍ରେଟ୍ ସର୍ଭିସ୍‌ର ଚିନ୍ତା:
ସିକ୍ରେଟ୍ ସର୍ଭିସ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, ଏଜେଣ୍ଟମାନେ ନିଜର ପ୍ରଶିକ୍ଷଣ ଓ ଅଭିଜ୍ଞତାକୁ ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଏକ ବଡ଼ ଅଘଟଣକୁ ରୋକିଥିଲେ। ହ୍ୱାଇଟ୍ ହାଉସ୍ ପରିସର ନିକଟରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଲୋକଙ୍କ ସଂଖ୍ୟା ଏବଂ ସୁରକ୍ଷା ବିପଦକୁ ନେଇ ଏଜେନ୍ସି ଚିନ୍ତା ପ୍ରକାଶ କରିଛି।

ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା:
ଚିରିନୋସ୍‌ଙ୍କ ବିରୋଧରେ ବିନା ପଞ୍ଜୀକରଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ରଖିବା, ନିଷିଦ୍ଧ ବିପଜ୍ଜନକ ଅସ୍ତ୍ର ରଖିବା ଏବଂ ବିନା ଅନୁମତିରେ ଗାଡ଼ି ବ୍ୟବହାର କରିବା ଭଳି ଏକାଧିକ ଅଭିଯୋଗ ଲଗାଯାଇଛି। ଏହା ସହ ଅନ୍ୟ କିଛି ସମ୍ପୃକ୍ତ ଅଭିଯୋଗ ମଧ୍ୟ ରହିଛି। ଘଟଣାର ତଦନ୍ତ ଏବେ ଜାରି ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES