Gold Rate: ଦୀପାବଳି ସମୟରେ ସୁନା ବଢିବ ନା କମିବ ? ବିଶେଷଜ୍ଞ କହୁଛନ୍ତି...
ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ସୁନା କ୍ରେତାଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ଦୀପାବଳି ସୁଦ୍ଧା ସୁନା ଦର କେଉଁ ସ୍ତରରେ ପହଞ୍ଚିବ?
Gold Rate: ଗାନ୍ଧୀ ଜୟନ୍ତୀ କାରଣରୁ ଆଜି ତଥା ୨ ଅକ୍ଟୋବର ୨୦୨୬ରେ କମୋଡିଟି ବଜାରରେ କୌଣସି କାରବାର ହେଉନାହିଁ। IBJA ପକ୍ଷରୁ ମଧ୍ୟ ଆଜି ନୂଆ ସୁନା ଓ ରୂପା ଦର ପ୍ରକାଶିତ ହେବ ନାହିଁ। ଘରୋଇ ବଜାରରେ ସୁନା ଓ ରୂପା କାରବାର ପ୍ରାୟତଃ ସ୍ଥିର ରହିଛି । ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି।
ଅନ୍ୟପଟେ, ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ସୁନା କ୍ରେତାଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ଦୀପାବଳି ସୁଦ୍ଧା ସୁନା ଦର କେଉଁ ସ୍ତରରେ ପହଞ୍ଚିବ? 'କେଡିଆ କମୋଡିଟିଜ୍'ର ସଭାପତି ଅଜୟ କେଡିଆଙ୍କ କହିବାନୁସାରେ ଦୀପାବଳି କିମ୍ବା ୨୦୨୬ ଶେଷ ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧,୮୦,୦୦୦ ଟଙ୍କା ଅତିକ୍ରମ କରିପାରେ।
ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟୁଛି। ଆମେରିକୀୟ ବଣ୍ଡ ୟିଲ୍ଡ (bond yields) ହ୍ରାସ ପାଇଛି । ଫେଡେରାଲ୍ ରିଜର୍ଭର ଅଧିକାରୀମାନେ ସୁଧ ହାର ଉପରେ ପରବର୍ତ୍ତୀ ନିଷ୍ପତ୍ତି ନେବା ପୂର୍ବରୁ ଅଧିକ ସମୟ ଆବଶ୍ୟକ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ ଆଲୋଚନା ଯଦି କରିବା, ମଧ୍ୟ-ପୂର୍ବ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ଯୋଗୁଁ ମୂଲ୍ୟ ପ୍ରଭାବିତ ହେଉଛି।
'ବ୍ଲୁମବର୍ଗ' ଅନୁଯାୟୀ, ସିଙ୍ଗାପୁରରେ ଅପରାହ୍ନ କାରବାର ସମୟରେ ସ୍ପଟ୍ ଗୋଲ୍ଡ ଦର ୦.୩ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ପ୍ରତି ଆଉନ୍ସ ପିଛା ୪,୧୯୦.୧୬ ଡଲାରରେ ପହଞ୍ଚିଛି। ଗତ ଦିନରେ ୦.୯ ପ୍ରତିଶତ ବୃଦ୍ଧି ପରେ ରୂପା ଦର ମଧ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ପ୍ରତି ଆଉନ୍ସ ପିଛା ୬୧.୩୮ ଡଲାର ହୋଇଛି। ପ୍ଲାଟିନମ୍ ଏବଂ ପାଲାଡିୟମ୍ ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି। ଆମେରିକୀୟ ଡଲାର ତୁଳନାରେ ଡଲାର ସ୍ପଟ୍ ଇଣ୍ଡେକ୍ସ ୦.୧ ପ୍ରତିଶତ ହ୍ରାସ ପାଇଛି।
ଗତକାଲି ତଥା ୧ ଅକ୍ଟୋବରରେ ଆମେରିକା ଟ୍ରେଜେରୀ ୟିଲ୍ଡରେ ବ୍ୟାପକ ହ୍ରାସ ଘଟିଥିଲା। ୧୦-ବର୍ଷିଆ ୟିଲ୍ଡ ଏହାର ୨୪ ବର୍ଷର ସର୍ବୋଚ୍ଚ ସ୍ତରରୁ ତଳକୁ ଖସିଥିଲା। ବ୍ୟବସାୟୀମାନେ ବର୍ତ୍ତମାନ ଅକ୍ଟୋବର ମାସରେ ସୁଧ ହାର ବୃଦ୍ଧିର ସମ୍ଭାବନାକୁ ମାତ୍ର ୨୬ ପ୍ରତିଶତ ବୋଲି ଆକଳନ କରୁଛନ୍ତି । ଯାହା ସପ୍ତାହର ପ୍ରାରମ୍ଭରେ ପ୍ରାୟ ୭୦ ପ୍ରତିଶତ ଥିଲା। ମଧ୍ୟ-ପୂର୍ବରେ ସଂଘର୍ଷ ଅଧିକ ହେବାର ସଙ୍କେତ ମିଳିବା ପରେ ତେଲ ଦର ବୃଦ୍ଧି ପାଇଛି । ଏହି କାରଣରୁ ଶକ୍ତି ଯୋଗାଣ ବ୍ୟବସ୍ଥା ପୁନଃସ୍ଥାପିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ