Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି
Agniveer: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଲେ ବଡ଼ ଖବର। ଅଗ୍ନିବୀରଙ୍କ କାର୍ଯ୍ୟକାଳ ଅବଧି ୨ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ଅଗ୍ନିବୀରଙ୍କ କାର୍ଯ୍ୟକାଳ ୪ ବର୍ଷରୁ ୬ ବର୍ଷକୁ ବୃଦ୍ଧି ହୋଇଛି। ଏନେଇ ସିଡିଏସ୍ ରାଜା ସୁବ୍ରମଣୀ (CDS Gen. N. S. Raja Subramani) ସୂଚନା ଦେଇଛନ୍ତି।
Agniveer: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଲେ ବଡ଼ ଖବର। ଅଗ୍ନିବୀରଙ୍କ କାର୍ଯ୍ୟକାଳ ଅବଧି ୨ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ଅଗ୍ନିବୀରଙ୍କ କାର୍ଯ୍ୟକାଳ ୪ ବର୍ଷରୁ ୬ ବର୍ଷକୁ ବୃଦ୍ଧି ହୋଇଛି। ଏନେଇ ସିଡିଏସ୍ ରାଜା ସୁବ୍ରମଣୀ (CDS Gen. N. S. Raja Subramani) ସୂଚନା ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଏ-ହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ସବୁଠୁ ବଡ଼ କଥା ହେଉଛି ଯେ, ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁରୀ ପାଇଥିବା ଏହି ନିସ୍ପତ୍ତି ନେଇ ଦ୍ବାରା ଲକ୍ଷ ଲକ୍ଷ ଅଗ୍ନିବୀର ଉପକୃତ ହେବେ। ଅଗ୍ନିବୀର ପଦବୀରେ କାର୍ଯ୍ୟରତ ୭୫ % ସୈନିକଙ୍କୁ ଦୁଇ ବର୍ଷ ପାଇଁ ଏକ୍ସଟେନ୍ସନ୍ ମିଳିବ।
ପ୍ରଥମ ବ୍ୟାଚ୍ ଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ-:ଭାରତୀୟ ନୈସେନା ସୌନିକଙ୍କ ପ୍ରଥମ ବ୍ୟାଚ୍ ନଭେମ୍ବର ୨୧ ତାରିଖରେ ବାୟୁସେନା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ୩୧ ଡିସେମ୍ବର ତାରିଖରେ ଅବସର ନେବାକୁ ପଡିଥିଲା। ହେଲେ, ଏବେ ୭୫ ପ୍ରତିଶତ ଆଉ ୨ ବର୍ଷ ପାଇଁ ଦେଶର ସେବା କରିବାର ସୁଯୋଗ ପାଇବେ।
ସିଡିଏସ୍ ରାଜା ସୁବ୍ରମଣୀଙ୍କ ବଡ଼ ବୟାନ୍: ଏନେଇ ସିଡିଏସ୍ ରାଜା ସୁବ୍ରମଣୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜି ଭାରତୀୟ ପ୍ରତିରକ୍ଷା ବାହିନୀ ଏବଂ ଆମର ଅଗ୍ନିବୀରମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଅଗ୍ନିପଥ ଯୋଜନା ୧୪ ଜୁନ୍ ୨୦୨୨ ରେ ଆରମ୍ଭ ହୋଇଥିଲା। ସେହି ସମୟରେ ମଧ୍ୟ, ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ଆମେ ଅଗ୍ନିବୀରମାନଙ୍କର ନିରନ୍ତର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବୁ। ଏହି ୪ ବର୍ଷ ମଧ୍ୟରେ, ସେମାନଙ୍କ କାର୍ଯ୍ୟରେ ଆମେ ଅନେକ କିଛି ସକରାତ୍ମକ ପରିବର୍ତ୍ତନ ଦେଖିଛୁ।