Road Accident:ଶ୍ରଦ୍ଧାଳୁଙ୍କ ଉପରକୁ ମାଡି଼ଗଲା ଟ୍ରକ୍, ୧୨ ମୃତ; ଏକାଧିକ ଆହତ
Road Accident: ଭୟଙ୍କର ଛାତିଥରା ଦୁର୍ଘଟଣା। ଏମିତି ବି ଆସେ ମୃତ୍ୟୁ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।
Road Accident: ଭୟଙ୍କର ଛାତିଥରା ଦୁର୍ଘଟଣା। ଏମିତି ବି ଆସେ ମୃତ୍ୟୁ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଶୀତଳ ମାତା ମନ୍ଦିରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧ ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିୟର ନିକଟ ରେ ଥିବା ଏକ ଶୀତଳାମାତା ମନ୍ଦିର ନିକଟରେ ପ୍ରାୟ ୪୦ ଜଣ ଭକ୍ତ ଏକାଠି ଠିଆ ହୋଇଥିଲେ। ଏହି ସମୟରେ ଏକ ପୋଲିସ୍ ଚେକ୍ ପଏଣ୍ଟ୍ କୁ ଭାଙ୍ଗି ଏକ ଟ୍ରକ୍ ଆସି ହଠାତ୍ ଏମାନଙ୍କ ଉପରେ ମାଡି ଯାଇଥିଲାଷ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ରହିଥିବା ଜଣାପଡିଛି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍ ଠାରୁ ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏଏଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଗୁଡିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା ବେଳେ ଆହତଙ୍କୁ ଉଦ୍ଧାର ପରେ ହସପିଟାଲ୍ ପଠାଯାଇଛି। ଏବଂ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ୍। ସେପଟେ, ଏହି ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି।
ଅନ୍ୟପଟେ, ରାଜସ୍ଥାନର କୋଟାରେ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେରେ ଶନିବାର ଦିନ ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିବସ୍ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡିବାରୁ ୮ ଜଣ ପ୍ରାଣ ହରାଇଛନ୍ତି। ଏବଂ ବାକି ୧୭ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ,ମିନି ବସ୍ ଟି ଭୋପାଳରୁ ଖାଟୁଶ୍ୟାମ୍ ଅଭିମୁଖେ ଯାତ୍ରା କରୁଥିଲା। ସେଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ହେଲେ, ସକାଳ ପ୍ରାୟ ୬ଟାରେ ସିମାଲିୟା ଥାନା କ୍ଷେତ୍ରରେ କରାଡିଆ ଟୋଲ୍ ପ୍ଲାଜା ନିକଟରେ ତାହ ନିୟନ୍ତ୍ରଣ ହରାଇ ଏକ ପୋଲ ଉପରୁ ନାଳକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ୍ ଗଲା ବାଟରେ ଆଉ ଜଣଙ୍କର ଜୀବନ ଯାଇଛି। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।