Mann Ki Baat: ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ,ସର୍ଜିକାଲ୍ ଷ୍ଟ୍ରାଇକ୍ ର ୧୦ ବର୍ଷ ପୂର୍ତ୍ତିକୁ ନେଇ କହିଛି ଏମିତି କିଛି...
Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି। ୧୩୮ ତମ ଏପିସୋଡ୍ ରେ ପିଏମ୍ ପ୍ରଥମେ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ଗୁରୁତ୍ବାରୋପ୍ କରିଥିଲେ।
Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି। ୧୩୮ ତମ ଏପିସୋଡ୍ ରେ ପିଏମ୍ ପ୍ରଥମେ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ଗୁରୁତ୍ବାରୋପ୍ କରିଥିଲେ। ସେ ଏହି ଅବସରରେ କହିଥିଲେ ଯେ, ୧୦ ବର୍ଷ ପୂର୍ବ ୨୮-୨୯ ସେପ୍ଟେମ୍ବର ୨୦୨୬ରେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କୀ ଶିବିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ସୈନ୍ୟମାନେ ଏଲଓସି ପାର୍ କରି ଆତଙ୍କବାଦୀ ଙ୍କ ଉପରେ ହାମଲା କରିଥିଲେ। ଯାହା ସାରା ବିଶ୍ବକୁ ଚକିତ କରିବା ସହ ସମଗ୍ର ବିଶ୍ବକୁ ଆତଙ୍କବାଦ୍ ବିରୋଧ ନୀତରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା।
ଦିର୍ଘ ଦଶନ୍ଧି ଧରି, ବାଲାକୋଟ୍ ଏୟାରଷ୍ଟାଇକ୍ ଠାରୁ ଆରମ୍ଭ କପି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଭାରତ କେବେହେଲେ ଆତଙ୍କବାଦକୁ ସମର୍ଥନ କରିବ ନାହିଁ। ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି ଭାରତୀୟ ଯବାନ। ଆଗକୁ ଏହି ଅଭିଯାନ ଜାରି ରହିବ।
ସେପଟେ, ଜନଗଣନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରାୟ ସମ୍ପୁର୍ଣ୍ଣ ହୋଇଛି। ୩୨୦ ନିୟୁତରୁ ଅଧିକ ପରିବାରର ସୂଚନା ରେକର୍ଡ କରାଯାଇଛି। ଉତ୍ତରାଖଣ୍ତର ଚାମୋଲି ମାନା ଗାଁରେ ଜନଗଣନା ଆରମ୍ଭ ହୋଇଥିଲା। ମାନା ଦେଶର ପ୍ରଥମ ଗାଁ ଭାବେ ଜଣାଶୁଣା। ଜନଗଣନା ଆମ ସମସ୍ତଙ୍କ ପାଇଁ ଏକ ଜାତୀୟ ଦାୟିତ୍ବ ବୋଲି କହିଛନ୍ତି ମୋଦୀ। ଏହି କାର୍ଯ୍ୟକ୍ରମରେ ମୋଦୀ (VHP)ର ପୂର୍ବତନ ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଅଶୋକ ସିଂଘଲଙ୍କୁ ବି ମନେପକାଇଥିଲେ । ସେ କହିଥିଲେ ଯେ, ଆଜି ଜଣେ ମହାନ୍ ପୁରୁଷଙ୍କ ୧୦୦ ତମ ଜନ୍ମବାର୍ଷିକୀ। ଯିଏ ତାଙ୍କ ସାରା ଜୀବନ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ। ରାମ ଜନ୍ମଭୂମି ଆନ୍ଦୋଳନକୁ ସେ ଯେଉଁ ଦିଗ ଦେଇଥିଲେ। ତାହାର ପରିଣାମ ସ୍ବରୂପ ଆଜି ଆମେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଦେଖୁଛୁ।
ଏ-ହି କ୍ରମରେ ମୋଦୀ ୧୦୨୬ ଖ୍ରୀଷ୍ଟାଦ୍ଧର କଥାକୁ ବି ମନେ ପକାଇ ଭାବ ବିହ୍ବଳ ହୋଇଯାଇଥିଲେ। ଯେତେବେଳେ ଗଜନୀ ସୋମନାକୁ ଧ୍ବଂସ କରିଥିଲା। ଗୁଜୁରାଟ୍ ର ମୋଧେରାରେ ଥିବା ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ,ସେହି ବର୍ଷ ଆକ୍ରମଣ ଏବଂ ଧ୍ବଂସ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ, ମୋଧେରା ମନ୍ଦିର ଧ୍ବଂସ ହେବାର ଏକ ହଜାର ବର୍ଷ ପୂରା ହୋଇଛି। ଏହି ମନ୍ଦିରର ରାଜା ଭୀମଦେବ ୧୦୨୫ ମସିହାରେ ନିର୍ମାଣ କରିଥିଲେ। ମୋଧେରା କେବଳ ଏହାର ସୂର୍ଯ୍ୟମନ୍ଦିର ପାଇଁ ଜଣାଶୁଣା ନଥିଲା । ବରଂ ଗୁଜୁରାଟ୍ ର ଏହି ଗାଣ ଦେଶର ପ୍ରଥମ ସୌର ଗାଁ ଥିଲା।
ସେପଟେ,ମୋଦୀ ଏହି ଅବସରରେ କହିଥିଲେ ଯେ,ଝାଡଖଣ୍ତର ମହିଳାମାନେ ମାଙ୍ଗ୍ରୋଭ୍ ଜଙ୍ଗଲ ବିକଶିତ କରିବାରେ ଲାଗିଛନ୍ତି। ଏହି ଜଙ୍ଗଲ ପାଇଁ କିଛି ମହିଳା ବାଘ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି , ଆଉ କିଏ ନିଜ ପ୍ରିୟଜନଙ୍କୁ ହରାଇଛି। ହେଲେ ଏହି ଜଙ୍ଗଲ ଏବେ ସେମାନଙ୍କୁ ରୋଜଗାର ହେଇଛି। ଯୁବକଯୁବତୀଙ୍କୁ ନିଶାରୁ ଦୂରେଇ ରହିବାକୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ପିଏମ୍। ନିଶାମୁକ୍ତ ଯୁବ ଅଭିଯାନ ଅଧିନରେ , ଯାହା ୧୦୦ ସପ୍ତାହ ଧରି ଚାଲିବ। ଏହି ଅବସରରେ ପୁଷ୍ଟିହୀନତା ବିଷୟରେ ବି ଆଲୋକପାତ କରିଥିଲେ।