SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Manipur News: ଅଶାନ୍ତ ହେଉଛି ମଣିପୁର! ଗଡି଼ଲା ୪ ମୁଣ୍ତ

Manipur News: ଦିନକୁ ଦିନ ଅଶାନ୍ତ ହେଉଛି ମଣିପୁର। ପୁଣି ଦେଖାଦେଇଛି ଜାତିଗତ ହିଂସା। ହିଂସା କାଣ୍ତକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ଏହି ହିଂସାରେ ଗଲାଣୀ ୪ ନିରିହ ଜୀବନ। ଉତ୍ତେଜିତ ଲୋକେ ମୃତଦେହକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ରଖି ପ୍ରତିବାଦ କରୁଛନ୍ତି। ତେବେ, ଏହି ପ୍ରତିବାଦରେ କେବେ ପୂର୍ଣ୍ଣଛେଦ ପଡ଼ିବ ତାହା ଜଣା ନାହିଁ।

Written By Narmada Behera Edited By Narmada Behera
Published: Oct 19, 2026, 07:18 PM IST | Updated: Oct 19, 2026, 07:20 PM IST
Image Credit: ଅଶାନ୍ତ ହେଉଛି ମଣିପୁର! ଗଡି଼ଲା ୪ ମୁଣ୍ତ
Join

Manipur News: ଦିନକୁ ଦିନ ଅଶାନ୍ତ ହେଉଛି ମଣିପୁର।  ପୁଣି ଦେଖାଦେଇଛି ଜାତିଗତ ହିଂସା। ହିଂସା କାଣ୍ତକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ଏହି ହିଂସାରେ ଗଲାଣୀ ୪ ନିରିହ ଜୀବନ।  ଉତ୍ତେଜିତ ଲୋକେ ମୃତଦେହକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ରଖି ପ୍ରତିବାଦ କରୁଛନ୍ତି। ତେବେ, ଏହି ପ୍ରତିବାଦରେ କେବେ ପୂର୍ଣ୍ଣଛେଦ ପଡ଼ିବ ତାହା ଜଣା ନାହିଁ।

ସୂଚନା ଅନୁସାରେ, ଇମ୍ପାଲ୍ ପୂର୍ବ ଓ କାଙ୍ଗୋପୋକପି ଜିଲ୍ଲାର ସୀମା ନିକଟରେ ଗୁଳି ବିନିମୟ ପରେ  ଏହି ହିଂସା ଦେଖାଦେଇଛି। ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ, ସୋମବାର କାଠ ସଂଗ୍ରହ ପାଇଁ ଯାଇଥିବା ୧୬ ଜଣ ଲୋକେ ଯାଇଥିଲେ। ଏହି ସମୟରେ କିଛି କିଛି ସନ୍ଦିଗ୍ଧ ଗୁଳି କରିଥିଲେ।  ଫଳରେ ସେଠାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ କିଛି ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଛି। ମୃତକଙ୍କ ନାଁ ଅରୁବାମ ରୋନିଲ (୩୫) ଏବଂ ଲାଏରେନଲାକପାମ ଇନୋବି (୫୧)।  ଏବଂ ଆଉ ତିନି ଜଣ ଘଟଣାସ୍ଥଳରୁ ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି।  

ALSO READ: Budh Gochar 2026: ବୁଧଙ୍କ ଗୋଚର,୩ ରାଶି ହେବେ ମାଲାମାଲ୍!

ଇମ୍ଫାଲ ପୂର୍ବ ଓ କାଙ୍ଗପୋକପି ଜିଲ୍ଲା ସୀମାନ୍ତରେ  ଏହି ଘଟଣା ଘଟିଛି। ଗୁଳିକାଣ୍ଡରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ନିଖୋଜ ଥିବା ତିନି ଜଣଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି। ଗୁଳିକାଣ୍ତ ଖବର ଜଣାପଡିବା ପରେ, ସ୍ଥାନୀ ଲୋକେ  ଉତ୍ତେକ୍ତ ହୋଇ  ମୁଖ୍ୟମନ୍ତୀଙ୍କ ବାସଭବନ ଆଗରେ ମୃତହେବ ଧରି ପହଞ୍ଚିଥିଲେ। ପରିସ୍ଥିତି ଆଣାୟତ୍ତ ହେବାରୁ ପୋଲିସ୍ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏବଂ ରବିବାର ରାତିରେ ବି ଅନ୍ୟ ଏକ ସ୍ଥାନରେ ହିଂସାକାଣ୍ତରେ ୨ ଜଣଙ୍କ ପ୍ରାଣ ଯାଇଛି। ମୋଟ୍ ୪ ଜଣଙ୍କ ମୃତ୍ୟୁ ପରେ ହିଂସା ଅଧିକ ଇମ୍ପାଲ୍ ରେ ବଢିଯାଇଥିଲା। ଅନ୍ୟପଟେ, ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ମୃତହେବ ରଖି ପ୍ରତିବାଦ କରିବା ପରେ ସେମାନଙ୍କୁ ପରେ ସୁରକ୍ଷାକର୍ମୀ ହଟାଇ ଦେଇଥିଲେ। ଏହାପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମଣିପୁରରେ ପୂର୍ବ ହିଂସା ଘଟଣା: ମଣିପୁରରେ  ହିଂସାଘଟଣା ନୂଆ ନୁହେଁ, ୨୦୨୩ରେ ମଣିପୁରରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଲାଗି ରହିଛି। ଏହି ହିଂସାକୁ ରୋକିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି ହେଲେ ଏଥିରେ ସରକାର ଓ ପ୍ରଶାସନ ବାରମ୍ବାର ବିଫଳ ହେଉଛି। ଏଥିପାଇଁ ବହୁ ସ୍ଥାନୀୟ ଲୋକେ ନିଜ ଭିଟାମାଟି ଛାଡିଛନ୍ତି। ରାଜ୍ୟରେ ଦିନକୁ ଦିନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଏବଂ ହିଂସା ବଢିବାରେ ଲାଗିଥିବା ବେଳେ ଏଥିରେ ପୁର୍ଣ୍ଣଛେଦ ପକାଇବା ଜରୁରୀ ହୋଇପଡିଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES