Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
Road Accident: ଦୀପାବଳିରେ ଘଟିଲା ବଡ଼ ଅଘଟଣ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। କର୍ଣ୍ଣାଟକରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ALSO READ: Puri News: ଆଜି ଆଲୋକର ପର୍ବ ଦୀପାବଳି , ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ
ସୂଚନା ଅନୁସାରେ,ଶନିବାର ଦିନ କର୍ଣ୍ଣାଟକର ୟାଦଗିରି ର ୪ ଜଣ ବାସିନ୍ଦା ମହାରାଷ୍ଟ୍ରରେ ଭବାନୀ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ କରି ନିଜ ଗାଁକୁ ଫେରିଥିଲେ। ଏହି ସମୟରେ ଶାହାପୁର ତାଲୁକା ଅନ୍ତର୍ଗତ ଅନ୍ତର୍ଗତ ଇବ୍ରାବିମପୁର ନିକଟରେ ସୁରଟ୍-ଚେନ୍ନାଇ ଏକ୍ସପ୍ରେସ୍ ରେ ଏକ ନିର୍ମାଣଧିନ ବ୍ରିଜ୍ ରେ ସେମାନଙ୍କ କାର୍ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲ୍ ପଠାଇଥିଲା ,ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨ଟି ମୃତଦେହକୁ ଉଦ୍ଧାର କରି ପୋର୍ଟମର୍ଟମ୍ ପାଇଁ ପଠାଇଛି। ତେବେ, ଏହି ଦୁର୍ଘଟଣାରେ କାର୍ ଟି ପୁରା ଖଣ୍ତ ବିଖଣ୍ତିତ ହୋଇଯାଇଛି। ମୃତକମାନେ ହେଲେ,କୁମାର ରାମୁ ରାଠୋଡ(୨୬),ଗୋବିନ୍ଦ ସୀଥ୍ୟା ଚୌହାନ୍ (୨୮), ଗୁରୁରାଜ ସୁରେଶ ଚୌହାନ୍ (୨୯) ଓ ରେଡ୍ଡି ବାଗଲା ରଠୋଡ(୩୩)। ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି।