Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ
Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସ୍ବପ୍ନ। ରାଜସ୍ଥାନର କୋଟା ଜିଲ୍ଲାର ଦିଲ୍ଲୀ ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେ ରେ ଘଟିଛି ଏହି ଦୁର୍ଘଟଣା।
Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସ୍ବପ୍ନ। ରାଜସ୍ଥାନର କୋଟା ଜିଲ୍ଲାର ଦିଲ୍ଲୀ ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେ ରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ALSO READ: PM Modi Odisha Visit: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
ALSO READ: Rain Alert: ଆସୁଛି ଲଘୁଚାପ!ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ
ସୂଚନା ଅନୁସାରେ, ଆଜି ସକାଳ ସମୟରେ ଏକ ଟ୍ରାଭେଲର ପ୍ରାୟ ୨୫ ଜଣଙ୍କୁ ନେଇ ଭୋପାଳରୁ ରାଜସ୍ଥାନର ଖାଟୁ ଶ୍ୟାମ୍ ମନ୍ଦିର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଗାଡି଼ଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ୍ ଗଭୀର ଏକ ରାସ୍ତା କଡ଼ ନାଳକୁ ଖସି ପଡି଼ଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ହେଲେ ନାଳରେ କାଦୁଅ ଓ ପାଣି ଜମି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପରେ କ୍ରେନ୍ ସହାୟତାରେ ନାଳରୁ ଟ୍ରାଭେଲରକୁ ଉଠା ଯାଇଥିଲା। ସମସ୍ତ ମୃତାହତଙ୍କ ଘର ମଧ୍ୟପ୍ରଦେଶର ବେତୁଲର ହୋଇଥିବା ଜଣାପଡିଛି। ଟ୍ରାଭେଲରରେ ଅଧିକ ବୟସ୍କ ଓ ଶିଶୁ ଥିବା ଜଣାପଡ଼ିଛି। ପୋଲିସ୍ ଘଟଣାର ଅଧିକ ଛାନଭିନ୍ ଆରମ୍ଭ କରିଛି।
ସେପଟେ, ସମ୍ବଲପୁରର ରେଢାଖୋଲ ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥର ଏକ ଡିଭାଇଡରରେ ପିଟି ହୋଇ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗାଡି଼ଟି ଛତିଶଡ ଅଞ୍ଚଳର ହୋଇଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ସୂଚନା ଅନୁସାରେ, ଗୋଟିଏ ପରିବାରର ୭ ଜଣ ସଦସ୍ୟ ରେଢାଖୋଲ୍ ଦେଇ ଛତିଶଗଡ ଯାତ୍ରା କରୁଥିଲେ। ହେଲେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ପରେ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ସମସ୍ତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା। ହେଲେ, ୩୦ ବର୍ଷୀୟ ଶେଖର ଗୁପ୍ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ସେ ହସପିଟାଲ୍ ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ମୃତକ ହେଲେ ୪୨ ବର୍ଷୀୟ ପାୟଲ୍ ଦାଶ ଗୁପ୍ତା। ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ପୋଲିସ୍ ଜବତ କରି ଛାନଭିନ୍ ଆରମ୍ଭ କରିଛି।