SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

'ଆରାଧ୍ୟ ଦେବ'ଙ୍କ ଫଟୋକୁ ନେଇ ହଙ୍ଗାମା: ଓଡ଼ିଆ ଯାତ୍ରୀଙ୍କ ପାଇଁ ରନୱେରୁ ଫେରିଲା ବିମାନ

Varanasi Airport Dispute: ବାରାଣସୀର ଲାଲ ବାହାଦୂର ଶାସ୍ତ୍ରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ ମଧ୍ୟରେ ଆରାଧ୍ୟ ଦେବଙ୍କ ଫଟୋକୁ ନେଇ ବିବାଦ ହୋଇଛି। ଯାତ୍ରୀ ଜଣକ ଫଟୋକୁ କ୍ୟାବିନରେ ରଖିବାକୁ ମନା କରିଦେଇଥିଲେ, ଯାହା ଫଳରେ କ୍ରୁ ଏବଂ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ହଙ୍ଗାମା ଯୋଗୁଁ ବିମାନକୁ ପୁଣିଥରେ ଆପ୍ରନକୁ ଫେରାଇ ଆଣିବାକୁ ପଡ଼ିଥିଲା । ଯାତ୍ରୀଙ୍କୁ ଓହ୍ଲାଇବା ପରେ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 06, 2026, 02:35 PM IST | Updated: Oct 06, 2026, 02:42 PM IST
Image Credit: Varanasi Airport Dispute
Join

Varanasi Airport Dispute: ବାରାଣସୀ ବାବତପୁର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୋମବାର ସକାଳେ ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା, ଯେତେବେଳେ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ୍ ନମ୍ୱର IX-1253ରେ ଜଣେ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ ମଧ୍ୟରେ ତୀକ୍ଷ୍ଣ ଯୁକ୍ତିତର୍କ ହୋଇଥିଲା। ବିବାଦର କାରଣ ଥିଲା ଯାତ୍ରୀଙ୍କ ହାତରେ ଥିବା ତାଙ୍କ ଆରାଧ୍ୟ ଦେବଙ୍କ ଫଟୋ। ହଙ୍ଗାମା ଏତେ ବଢ଼ିଯାଇଥିଲା ଯେ, ଟେକ୍-ଅଫ୍ ପାଇଁ ରନୱେକୁ ଯାଇ ସାରିଥିବା ବିମାନକୁ ପୁଣିଥରେ ଆପ୍ରନକୁ ଫେରିବାକୁ ପଡ଼ିଥିଲା । ଯାତ୍ରୀଜଣଙ୍କୁ ଓହ୍ଲାଇବା ପରେ ହିଁ ଫ୍ଲାଇଟ୍ ସେଠାରୁ ପୁଣି ରନୱେ ଅଭିମୁଖେ ଯାଇପାରିଥିଲା।

ସୂଚନା ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର ବାସିନ୍ଦା ୨୪ ବର୍ଷୀୟ ଶ୍ରେୟାଂଶ ତ୍ରିପାଠୀ ବାରାଣସୀରୁ ଦିଲ୍ଲୀ ଯିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ବସିଥିଲେ। ସେ ନିଜ ସହିତ ନିଜ ଆରାଧ୍ୟ ଦେବଙ୍କର ଏକ ଫ୍ରେମ୍ ହୋଇଥିବା ଫଟୋ ଧରି ବିମାନ ଭିତରକୁ ପ୍ରବେଶ କରିଥିଲେ।

ବିମାନ ନିଜର ନିର୍ଦ୍ଧାରିତ ସମୟରେ ଯାତ୍ରୀମାନଙ୍କୁ ନେଇ ଆପ୍ରନରୁ ରନୱେ ଆଡ଼କୁ ଆଗେଇଥିଲା, ଠିକ୍ ଉଡ଼ାଣ ଭରିବା ପୂର୍ବରୁ କ୍ରୁ ମେମ୍ବରଙ୍କ ନଜର ଯାତ୍ରୀଙ୍କ ହାତରେ ଥିବା ଫଟୋ ଉପରେ ପଡ଼ିଥିଲା। ସୁରକ୍ଷା ମାନଦଣ୍ଡ ଏବଂ ବିମାନର ନିୟମାବଳୀ ଦର୍ଶାଇ କ୍ରୁ ମେମ୍ବର ଶ୍ରେୟାଂଶଙ୍କୁ ସେହି ଫଟୋଟିକୁ ଓଭରହେଡ୍ କ୍ୟାବିନ କିମ୍ବା କୌଣସି ସୁରକ୍ତିତ ସ୍ଥାନରେ ରଖିବାକୁ ଅନୁରୋଧ କରିଥିଲେ।

କ୍ରୁ ମେମ୍ବରଙ୍କ ଏହି ଅନୁରୋଧରେ ଯାତ୍ରୀ ଶ୍ରେୟାଂଶ ତ୍ରିପାଠୀ ରାଗିଯାଇଥିଲେ। ସେ ନିଜର ଧାର୍ମିକ ଭାବନା ଦର୍ଶାଇ ଆରାଧ୍ୟ ଦେବଙ୍କ ଫଟୋକୁ କ୍ୟାବିନରେ କିମ୍ବା ତଳେ ରଖିବାକୁ ସିଧା ମନା କରିଦେଇଥିଲେ। ଯାତ୍ରୀଙ୍କ କହିବା କଥା ଥିଲା ଯେ, ସେ ନିଜ ଭଗବାନଙ୍କ ଫଟୋକୁ ତଳେ କିମ୍ବା ଅନ୍ୟ ଜିନିଷପତ୍ର ସହିତ ରଖିପାରିବେ ନାହିଁ।

ଏହି କଥାକୁ ନେଇ ଦେଖୁଦେଖୁ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। କ୍ରୁ ମେମ୍ବରମାନେ ତାଙ୍କୁ ଫ୍ଲାଇଟ୍ ସେଫ୍ଟି ଏବଂ ଇମରଜେନ୍ସି ପ୍ରୋଟୋକଲ୍ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାତ୍ରୀ ଜଣକ ନିଜ ଜିଦ୍‌ରେ ଅଟଳ ରହିଥିଲେ ଏବଂ ବିମାନରେ ଯାତ୍ରା କରିବାକୁ ମନା କରିଦେଇଥିଲେ।

ଯାତ୍ରୀଙ୍କ ହଙ୍ଗାମାକୁ ଦେଖି ପାଇଲଟ୍ ଉଡ଼ାଣକୁ ବିପଦରେ ନ ପକାଇ ଏଟିସି (ATC) ସହ ଯୋଗାଯୋଗ କରିଥିଲେ । ପରେ ବିମାନକୁ ପୁଣି ଆପ୍ରନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ଆପ୍ରନରେ ପହଞ୍ଚିବା ମାତ୍ରେ ସୁରକ୍ଷାକର୍ମୀଙ୍କ ସହାୟତାରେ ଜିଦ୍‌ଖୋର ଯାତ୍ରୀଙ୍କୁ ଜିନିଷପତ୍ର ସହିତ ତଳକୁ ଓହ୍ଲାଇ ଦିଆଯାଇଥିଲା। ଏହି ସମ୍ପୂର୍ଣ୍ଣ ହାଇ-ଭୋଲ୍ଟେଜ୍ ଡ୍ରାମା ଯୋଗୁଁ ସକାଳ ୮:୨୦ ରେ ଉଡ଼ାଣ ଭରିବାକୁ ଥିବା ବିମାନ ନିଜ ନିର୍ଦ୍ଧାରିତ ସମୟଠାରୁ ବେଶ୍ ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଉଡାଣ ହୋଇଥିଲା।
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES