Nandigram Bypoll: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ,ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ
ଆଜି ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ ହୋଇଥିବା ସୂଚନା ମିଳିଛି। ୧ ଲକ୍ଷ ୨୨ ହଜାର ଭୋଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଲନ ପ୍ରଧାନଙ୍କୁ ହରାଇଛନ୍ତି ହସିରାଣୀ। ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ PA ଚନ୍ଦ୍ରକାନ୍ତ ରଥଙ୍କ ମା’ ହସିରାଣୀ ବୋଲି ଜଣାପଡିଛି।
Nandigram Bypoll: ଆଜି ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ ହୋଇଥିବା ସୂଚନା ମିଳିଛି। ୧ ଲକ୍ଷ ୨୨ ହଜାର ଭୋଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଲନ ପ୍ରଧାନଙ୍କୁ ହରାଇଛନ୍ତି ହସିରାଣୀ। ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ PA ଚନ୍ଦ୍ରକାନ୍ତ ରଥଙ୍କ ମା’ ହସିରାଣୀ ବୋଲି ଜଣାପଡିଛି। ଚନ୍ଦ୍ରକାନ୍ତ ରଥ ଙ୍କୁ ମେ ୬ ତାରିଖରେ ଉତ୍ତର ୨୪ ପ୍ରାଗନ୍ ଜିଲ୍ଲାର ମଧ୍ୟମ ଗ୍ରାମରେ ଗୁଳି କରି ହତ୍ୟା କରାଯାଇଥିଲା।
ଏଠାରେ କାହିଁକି ଅନୁଷ୍ଠିତ ହେଲା ଉପ ନିର୍ବାଚନ: ସୂଚନା ଯୋଗ୍ୟ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆମ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହ୍ୟୁମାୟୁନ୍ କବୀର୍ ରେଜିନଗର ଓ ନାଓଡା ଉଭୟରେ ବିଜୟ ହୋଇଥିଲେ। ପରେ ସେ ଆସନ ଛାଡି ଦେଇଥିଲେ। ଏହା ଫଳରେ ରେଜିନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ନାଓଡାରେ ନିଜ ଗଡ଼ ବଜାୟୀ ରଖିବାକୁ ଚାହୁଁଥିଲେ।
ସେହିପରି,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭାବାନିପୁରକୁ ନିଜ ଅକ୍ତିଆରରେ ରଖିଥିବା ବେଳେ ନନ୍ଦୀଗ୍ରାମ ଆସନକୁ ଛାଡିଦେଇଥିଲେ। ଯେଉଁ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିପୁଳ ପରିମାଣରେ ଭୋଟ୍ ପାଇ ପରାସ୍ତ କରିଥିଲେ। ପରେ ଯେଉଁକାରଣରୁ ନନ୍ଦୀଗ୍ରାମକୁ ପୁଣି ଥରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ପୁନର୍ଗଠନ ମଧ୍ୟ ଦେଖାଯାଇଥିଲା। ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଜଣାଇଥିଲେ।