SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

New Airfare Rules: ଏଣିକି ମନଇଚ୍ଛା ବଢ଼ାଇ ପାରିବେନି ବିମାନ ଭଡ଼ା! ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର

ଏହି ନୂଆ ନିୟମ ୨୦୨୭ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ଏହା ଅନୁଯାୟୀ, ଅସାଧାରଣ ପରିସ୍ଥିତିରେ ଯାତ୍ରୀଙ୍କ ସ୍ୱାର୍ଥ ଓ ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ କମ୍ପାନୀଗୁଡ଼ିକର ଭଡ଼ା ନିର୍ଦ୍ଧାରଣରେ ହସ୍ତକ୍ଷେପ କରିପାରିବେ। ତେବେ ସରକାରଙ୍କ ଏଭଳି ନିର୍ଦ୍ଦେଶ ପରିସ୍ଥିତି ଅନୁପାତରେ ହେବା ସହ ନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ବଳବତ୍ତର ରହିବ।

Written By Priyambada Rana Edited By Priyambada Rana
Published: Nov 02, 2026, 11:46 PM IST | Updated: Nov 02, 2026, 11:49 PM IST
Image Credit: New Airfare Rules: ଏଣିକି ମନଇଚ୍ଛା ବଢ଼ାଇ ପାରିବେନି ବିମାନ ଭଡ଼ା! ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର
Join

New Airfare Rules 2026: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ବିମାନ ଟିକେଟ୍‌ର ଅଧିକ ଦର ଉପରେ ହସ୍ତକ୍ଷେପ କରିପାରିବେ କେନ୍ଦ୍ର ସରକାର। ଅସାଧାରଣ ପରିସ୍ଥିତି ସୃଷ୍ଟି ହେଲେ ଏବଂ ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ମନେ କଲେ, ବିମାନ କମ୍ପାନୀଗୁଡ଼ିକୁ ଟିକେଟ୍ ଦର ସମ୍ପର୍କରେ ନିର୍ଦ୍ଦେଶ ଦେଇପାରିବେ ସରକାର। ଦେଶରେ ବିମାନ ଭଡ଼ା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ‘ଭାରତୀୟ ବାୟୁଯାନ ନିୟମ, ୨୦୨୬’ ଜାରି କରାଯାଇଛି।

ଏହି ନୂଆ ନିୟମ ୨୦୨୭ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ଏହା ଅନୁଯାୟୀ, ଅସାଧାରଣ ପରିସ୍ଥିତିରେ ଯାତ୍ରୀଙ୍କ ସ୍ୱାର୍ଥ ଓ ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ କମ୍ପାନୀଗୁଡ଼ିକର ଭଡ଼ା ନିର୍ଦ୍ଧାରଣରେ ହସ୍ତକ୍ଷେପ କରିପାରିବେ। ତେବେ ସରକାରଙ୍କ ଏଭଳି ନିର୍ଦ୍ଦେଶ ପରିସ୍ଥିତି ଅନୁପାତରେ ହେବା ସହ ନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ବଳବତ୍ତର ରହିବ।

କ’ଣ କହୁଛି ନୂଆ ନିୟମର ଧାରା ୧୯୨?
‘ଭାରତୀୟ ବାୟୁଯାନ ନିୟମ, ୨୦୨୬’ର ଧାରା ୧୯୨ ଅନୁଯାୟୀ, ନିୟମିତ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ନିଜର ପରିଚାଳନା ଖର୍ଚ୍ଚ ସମେତ ଅନ୍ୟାନ୍ୟ ଆର୍ଥିକ କାରଣକୁ ବିଚାର କରି ଟିକେଟ୍ ଦର ନିର୍ଦ୍ଧାରଣ କରିବେ। ଏହାସହ ନିର୍ଦ୍ଧାରିତ ଭଡ଼ା ସମ୍ପର୍କିତ ତଥ୍ୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ଦାଖଲ କରିବାକୁ ପଡ଼ିବ।

ଯଦି କୌଣସି ଅସାଧାରଣ ପରିସ୍ଥିତି ଉପୁଜିଥିବା ସରକାର ଅନୁଭବ କରନ୍ତି ଏବଂ ଜନସ୍ୱାର୍ଥରେ ହସ୍ତକ୍ଷେପ ଜରୁରୀ ମନେ କରନ୍ତି, ତେବେ ଲିଖିତ ନିର୍ଦ୍ଦେଶ ଜାରି କରିପାରିବେ। ଏହାଦ୍ୱାରା ଆବଶ୍ୟକ ସ୍ଥିତିରେ ବିମାନ ଭଡ଼ା ନିୟନ୍ତ୍ରଣ କରିବାର ସୁଯୋଗ ମିଳିବ।

ଟିକେଟ୍ ଦରର ସମ୍ପୂର୍ଣ୍ଣ ବିବରଣୀ ଦେବେ ବିମାନ କମ୍ପାନୀ:
ନୂଆ ନିୟମ ଅନୁଯାୟୀ, ବିମାନ କମ୍ପାନୀଗୁଡ଼ିକୁ ନିଜ ୱେବସାଇଟ୍ ଓ ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଟିକେଟ୍ ଦର ପ୍ରକାଶ କରିବାକୁ ପଡ଼ିବ। ଏହାଦ୍ୱାରା ଯାତ୍ରୀମାନେ ଟିକେଟ୍ ମୂଲ୍ୟ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପାଇପାରିବେ।

କେବଳ ଟିକେଟ୍‌ର ମୂଳ ଦର ନୁହେଁ, ବରଂ ଟିକସ, ଅନ୍ୟାନ୍ୟ ଶୁଳ୍କ, ଟିକେଟ୍ ବାତିଲ୍ ଚାର୍ଜ, ଟଙ୍କା ଫେରସ୍ତ ସର୍ତ୍ତାବଳୀ ଏବଂ ଅତିରିକ୍ତ ଖର୍ଚ୍ଚର ବିବରଣୀ ମଧ୍ୟ ଅଲଗା ଭାବେ ଦେବାକୁ ହେବ। DGCA ବିମାନ କମ୍ପାନୀଗୁଡ଼ିକ ନିର୍ଦ୍ଧାରଣ କରୁଥିବା ଭଡ଼ା ଉପରେ ନଜର ରଖିବ।

୧୯୯୪ରୁ ବିମାନ ଭଡ଼ା ନିର୍ଦ୍ଧାରଣରେ ଥିଲା ସ୍ୱାଧୀନତା:
୧୯୯୪ ମସିହାରେ ଭାରତରେ ବିମାନ ଭଡ଼ା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନିୟନ୍ତ୍ରଣମୁକ୍ତ କରାଯାଇଥିଲା। ଏହାପରଠାରୁ ବିମାନ କମ୍ପାନୀଗୁଡ଼ିକ ବଜାରର ଚାହିଦା, ପରିଚାଳନା ଖର୍ଚ୍ଚ ଓ ଟିକେଟ୍ ବୁକିଂ ସମୟକୁ ଆଧାର କରି ନିଜ ଭଡ଼ା ନିର୍ଦ୍ଧାରଣ କରୁଥିଲେ। ଏଥିପାଇଁ ଗୋଟିଏ ରୁଟ୍‌ରେ ମଧ୍ୟ ଭିନ୍ନ ସମୟରେ ଟିକେଟ୍ ଦରରେ ପାର୍ଥକ୍ୟ ଦେଖାଯାଏ।

ପୂର୍ବରୁ ଲାଗୁ ଥିବା Aircraft Rules, 1937ର ଧାରା ୧୩୫(୪) ଅନୁଯାୟୀ, ଅତ୍ୟଧିକ କିମ୍ବା ଅନୁଚିତ ଭାବେ କମ୍ ଦର ନିର୍ଦ୍ଧାରଣ ଏବଂ ବଜାରରେ ଅଳ୍ପ କିଛି କମ୍ପାନୀଙ୍କ ପ୍ରଭାବଶାଳୀ ନିୟନ୍ତ୍ରଣ ଭଳି ପରିସ୍ଥିତିରେ DGCA ନିର୍ଦ୍ଦେଶ ଜାରି କରିପାରୁଥିଲା। ତେବେ ନୂଆ ଧାରା ୧୯୨ରେ ଏହି କାରଣଗୁଡ଼ିକୁ ସରକାରୀ ହସ୍ତକ୍ଷେପର ସ୍ୱତନ୍ତ୍ର ଆଧାର ଭାବେ ଉଲ୍ଲେଖ କରାଯାଇନାହିଁ। ବରଂ ଅସାଧାରଣ ପରିସ୍ଥିତି ଓ ଜନସ୍ୱାର୍ଥକୁ ଆଧାର କରି କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରିବାର କ୍ଷମତା ଦିଆଯାଇଛି।

କଞ୍ଚା ତେଲ ଓ ବିମାନ ଇନ୍ଧନ (ATF) ଦରରେ ଲଗାତାର ବୃଦ୍ଧି ଯୋଗୁଁ ବିମାନ ଭଡ଼ା ଉପରେ ଚାପ ବଢ଼ୁଥିବା ବେଳେ ନୂଆ ନିୟମ ଯାତ୍ରୀଙ୍କ ପାଇଁ କେତେ ଆଶ୍ୱସ୍ତି ଆଣିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଏହି ନିୟମ ୨୦୨୭ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES