SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Chorbagan Puja Stampede Death Toll:କୋଲକାତାରେ ଚୋରବାଗାନ୍ ଦୁର୍ଗାପୂଜା ମଣ୍ତପରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

Kolkata Durga Puja Pandal Stampede Update: ପବିତ୍ର ମହାସପ୍ତମୀରେ କୋଲକାତାରେ ଚୋରବାଗାନ୍ ଦୁର୍ଗାପୂଜା ମଣ୍ତପରେ ଦଳାଚକଟାରେ ୧୯ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ କୋଲକୋତା ମେଡିକାଲ୍ କଲେଜ୍ ରେ ଭର୍ତ୍ତୀ କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା ରହିଛି। ପୂଜାରେ ଏଭଳି ଅଘଟଣକୁ ନେଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

Written By Narmada Behera Edited By Narmada Behera
Published: Oct 18, 2026, 06:58 AM IST | Updated: Oct 18, 2026, 07:01 AM IST
Image Credit: କୋଲକାତାରେ ଚୋରବାଗାନ୍ ଦୁର୍ଗାପୂଜା ମଣ୍ତପରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି
Join

Kolkata Durga Puja Pandal Stampede Update: ପବିତ୍ର ମହାସପ୍ତମୀରେ କୋଲକାତାରେ ଚୋରବାଗାନ୍ ଦୁର୍ଗାପୂଜା ମଣ୍ତପରେ ଦଳାଚକଟାରେ ୧୯ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଗୁରୁତର ହୋଇଛନ୍ତି।  ସମସ୍ତ ଆହତଙ୍କୁ କୋଲକୋତା ମେଡିକାଲ୍ କଲେଜ୍ ରେ ଭର୍ତ୍ତୀ କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା ରହିଛି। ପୂଜାରେ ଏଭଳି ଅଘଟଣକୁ ନେଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ସୂଚନା ଅନୁସାର, ଶନିବାର ଥିଲା ମହାଷ୍ଟମୀ ପୂଜା।ବର୍ଷା ହେବା ସତ୍ତ୍ବେ ପ୍ରବଳ ଭିଡ଼ ଲାଗି ରହିଥିଲା। ଉତ୍ତର କୋଲକାତାର ଗିରିଶ ପାର୍କ ଥାନା ଅନ୍ତର୍ଗତ ଚୋରବାଗାନ୍ ସାର୍ବଜନୀନ ପୂଜା  ମଣ୍ତପରେ ଭିଡ଼ ଲାଗି ରହିଥିବା ବେଳେ ସଂନ୍ଧ୍ୟା ୭ଟା ୪୦ ମିନିଟ୍ ରେ ମଣ୍ତପର ଏକ ଅଂଶ ଭୁଷୁଡି ପଡିଥିଲା। ଫଳରେ ଅନେକ ତଳେ ପଡିଯାଇଥିଲେ। ଆତଙ୍କିତ ଶ୍ରଦ୍ଧାଳୁ ସେମାନଙ୍କ ଉପରେ ଚଢି ଯାଇଥିଲେ। ସ୍ଥିତି ସମ୍ଭାଳିବାକୁ ସେଠାରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନଥିଲେ। ଖବର ପାଇ ପୋଲିସ୍ , ସୁରକ୍ଷା କର୍ମୀ , ଦମକଳବାହିନୀ, ଏସଡିଆରଏଫ ଟିମ୍  ଘଟଣାସ୍ଥଳରେ ପହଞ୍ଚି ମୃତହତଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ହସପିଟାଲ୍ ରେ ଭର୍ତ୍ତୀ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଲୋକେ ଆତଙ୍କିତ ହୋଇ ଧାଁ ଧପଡ଼ କରିବା ହେତୁ ଦଳାଚକଡା ହୋଇଥିଲା। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେତୁ ଆହତଙ୍କୁ ଲୋକେ ବାଇକ୍ ରେ ନେଇ ମେଡିକାଲ୍ ଯାଇଥିଲେ।  ଆମ୍ବୁଲାନ୍ସ ଆସିବା ପରେ ବି ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିଲା।

 

 

ସେପଟେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ଥିତି ସମ୍ପର୍କରେ ଅବଗତ ହେବାକୁ ହସପିଟାଲ୍ ଯାଇ ପହଞ୍ଚିଥିଲେ। ତାଙ୍କ ସହ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟମନ୍ତ୍ରୀ ସରଦ୍ବାତ୍ ମୁଖାର୍ଜୀ ମଧ୍ୟ ହସପିଟାଲ ଯାଇ ପହଞ୍ଚିଥିଲେ। ଆହତମାନଙ୍କୁ ଉତ୍ତମ ଚିକିତ୍ସା ସହ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି। ମୃତାହତଙ୍କ ସମ୍ପର୍କରେ  ସୂଚନା ଲାଗି କୋଲକାତା ପୋଲିସ୍ ହେଲଫ୍ ଲାଇନ୍ ନମ୍ବର ଜାରି କରିଛି। ପୋଲିସ୍ ର ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ହେତୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାକେ ମଣ୍ତପ ଭିତରେ ପ୍ରବେଶ କରିଥିଲେ , ମାତ୍ରାଧିକ ଭିଡ଼ ହେତୁ ମଣ୍ତପର ଏକ ଅଂଶ ଭୁଶୁଡି ଯାଇଥିଲା। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ର ଅନୁକମ୍ପା  ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେପଟେ,  ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଅମିତ ଶାହ ମଧ୍ୟ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରିବୁଝିଛନ୍ତି। ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES