SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Delhi CJP Protest: ଜନ୍ତରମନ୍ତର ବଡ଼ ଆନ୍ଦୋଳନ ପୂର୍ବରୁ ପୋଲିସ୍ ର ଆକ୍ସନ୍!ମମତା,କେଜରିୱାଲ ଓ ପି. ବିଜୟନଙ୍କୁ ଉଠାଇ ନେଲା ପୋଲିସ

Delhi CJP Protest: ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି ର ପ୍ରତିବାଦ୍ ପୂର୍ବରୁ ପୋଲିସ୍ ଆକ୍ସନ୍ ମୁଡ୍ ରେ ରହିଛି। ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସଂଶୋଧନ ଦାବିରେ ପ୍ରସ୍ତାବିତ ପ୍ରତିବାଦ୍ ମଧ୍ୟରେ ଅନେକ ବିରୋଧି ନେତା ଓ ଆନ୍ଦୋଳନ ସହ ଜଡି଼ତ ଲୋକଙ୍କୁ ଅଟକ ରଖାଯାଇଛି।

Written By Narmada Behera Edited By Narmada Behera
Published: Oct 10, 2026, 05:23 PM IST | Updated: Oct 10, 2026, 05:25 PM IST
Image Credit: ଜନ୍ତରମନ୍ତର ବଡ଼ ଆନ୍ଦୋଳନ ପୂର୍ବରୁ ପୋଲିସ୍ ର ଆକ୍ସନ୍!ମମତା,କେଜରିୱାଲ ଓ ପି. ବିଜୟନଙ୍କୁ ଉଠାଇ ନେଲା ପୋଲିସ
Join

Delhi CJP Protest: ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି ର ପ୍ରତିବାଦ୍ ପୂର୍ବରୁ ପୋଲିସ୍ ଆକ୍ସନ୍ ମୁଡ୍ ରେ ରହିଛି। ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସଂଶୋଧନ ଦାବିରେ ପ୍ରସ୍ତାବିତ ପ୍ରତିବାଦ୍ ମଧ୍ୟରେ  ଅନେକ ବିରୋଧି ନେତା ଓ ଆନ୍ଦୋଳନ ସହ ଜଡି଼ତ ଲୋକଙ୍କୁ ଅଟକ ରଖାଯାଇଛି।  ଏପରିକି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ , କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅଟକ ରଖାଯାଇଛି।ବିଶେଷକରି, କୋକରୋଚ୍ ଜନତା ପାର୍ଟିର ମୁଖ୍ୟ ଅଭିଜିତ୍ ଦୀପକେ, ସିଜେପି ନେତା ଆଶୁତୋଷ ରଙ୍କା, ସୌରଭ ଦାଶ ଙ୍କୁ  ଦିଲ୍ଲୀ ବିମାନ ବନ୍ଦରରୁ  ପୋଲିସ୍ ଅଟକାଇଥିବା ବେଳେ ୟୁଟ୍ବୁବର୍ ଧ୍ରୁବ୍ ରାଠୀ ବି ପୋଲିସ୍  ଗୁରୁଗ୍ରାମ୍ ବାସଭବନରୁ ପୋଲିସ୍ ହେପାଜତ୍ କୁ ନେଇଛି।

ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖିବା ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦକ୍ଷିଣ ଆଭେନ୍ୟୁ ବସ୍ ଷ୍ଟାଣ୍ଡରେ ଧାରଣା ଦେଉଥିଲେ। ଏହାସହ ପାଞ୍ଚ ଜଣ ସାଂସଦଙ୍କୁ ଏକ ଭ୍ୟାନରେ ଉଠାଇ ନେଇଥିଲା। ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଏବଂ ମନୀଷ ସିସୋଦିଆଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି। କକରୋଚ୍ ଜନତା ପାର୍ଟିର ଏହି ବିକ୍ଷୋଭରେ ସାମିଲ୍ ହେବାକୁ ଆସିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇ(ଏମ୍)ର ଅନେକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏଥିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଏ ବିଜୟରାଘବନ, ଏମଭି ଗୋବିନ୍ଦନ,  କେକେ ଶୈଲଜା, ଜନ୍ ବ୍ରିଟାସ୍, ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମଏ ବେବି, କେଏନ ବାଲାଗୋପାଳ, ବୃନ୍ଦା କରାତ, ପିକେ ଶ୍ରୀମାଥି, ପି. ରାଜୀବ ଏବଂ ମାଣିକ ସରକାର ସାମିଲ ଅଛନ୍ତି।

ଦିଲ୍ଲୀର ଜନ୍ତରମନ୍ତରରେ ସିଜେପିର ପ୍ରତିବାଦ୍ ନେଇ ପୂରା ଅଞ୍ଚଳରେ ପୋଲିସ୍ ଛାଉଣି କରାଯାଇଛି। ୪୦ ହଜାରରରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ଅଛନ୍ତି। ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଲାଗିଛି। ଦିଲ୍ଲୀ ବର୍ଡରରେ କଡା ଯାଞ୍ଚ ହେବା ସହ ପ୍ରତ୍ୟକ ଯାନବାହନକୁ ଯାଞ୍ଚ କରାଯାଉଛି। ବିଶେଷକରି, ଦିଲ୍ଲୀ-ଗୁରୁଗ୍ରାମ, ଦିଲ୍ଲୀ-ନୋଏଡା ଓ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରେ ଯାନବାହନକୁ ତନ୍ନ ତନ୍ନ କରି ଯାଂଚ କରୁଛି ପୋଲିସ୍। ଫଳରେ ଦିଲ୍ଲୀର ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ୪୫ଟି  ମେଟ୍ରୋ ଷ୍ଟେସନ୍ ରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି।

 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES