SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

NBCC: ୧୫ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ଫ୍ଲାଟର ନିଲାମକୁ ନେଇ ବିବାଦ, NBCC ୪୯ଟି ଫ୍ଲାଟର ବିଡ୍ ବାତିଲ , ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ...

NBCC: ଚର୍ଚ୍ଚାରେ ଦିଲ୍ଲୀର ସରୋଜିନୀ ନଗରରେ ନିର୍ମିତ (NBCC) ଏନବିସିସି ଆଭେନ୍ୟୁ ଟାୱାର୍ସ ପ୍ରୋଜେକ୍ଟ। ଏହି ପ୍ରୋଜେକ୍ଟର ୪୯ଟି ବିଳାସପୂର୍ଣ୍ଣ ଫ୍ଲାଟର ବିଡ୍ ବାତିଲକୁ ନେଇ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ତେବେ, ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ...

Written By Narmada Behera Edited By Narmada Behera
Published: Nov 07, 2026, 06:14 PM IST | Updated: Nov 07, 2026, 06:16 PM IST
Image Credit: Representative -Zee News
Join


NBCC: ଚର୍ଚ୍ଚାରେ ଦିଲ୍ଲୀର ସରୋଜିନୀ ନଗରରେ ନିର୍ମିତ (NBCC) ଏନବିସିସି ଆଭେନ୍ୟୁ ଟାୱାର୍ସ ପ୍ରୋଜେକ୍ଟ।  ଏହି ପ୍ରୋଜେକ୍ଟର  ୪୯ଟି ବିଳାସପୂର୍ଣ୍ଣ ଫ୍ଲାଟର ବିଡ୍ ବାତିଲକୁ ନେଇ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ତେବେ, ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ...

ଆଭେନ୍ୟୁ ଟାୱାର୍ସରେ ଫ୍ଲାଟର ନିଲାମରେ ହେରଫେର ଅଭିଯୋଗ ସମ୍ମୁଖୀନ ହେଉଛି ନ୍ୟାସନାଲ୍ ବିଲ୍ଡିଂସ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍ (NBCC)। କ୍ରେତାମାନେ ଏପରି ଅଭିଯୋଗ କରିଛନ୍ତି ଯେ,  ସର୍ବାଧିକ ବିଡ୍ ଦେଇଥିବା ସଫଳ କ୍ରେତାଙ୍କ ବିଡ୍ ଚୟନ କରି ବାତିଲ କରାଯାଇଥିଲା। ନିଲାମ ୨ଥର ବାତିଲ ହୋଇଛି। ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ୍ ପରେ ୪୯ଟି  ବିଡ୍ କୁ ବାତିଲ୍ କରାଯାଇଥିବା ଜଣାପଡିଛି।  ଅଧିକ ବିଡ୍ ଦେଇଥିବା ସଫଳ କ୍ରେତାଙ୍କ ନାଁ ଏହି ବାତିଲ୍ ତାଲିକାରେ ରହିଛି।

ନଜର ପକାନ୍ତୁ  ସମ୍ପୁର୍ଣ୍ଣ ଘଟଣାକ୍ରମ ଉପରେ....

ପ୍ରଥମେ ଜୁଲାଇରେ ୨୬୨ ଟି ଆବାସିକ ୟୁନିଟ୍ ପ୍ରଥମେ ବିକ୍ରୟ ପାଇଁ ଆରମ୍ଭ ହୋଇଥିବା ବେଳେ ସୁପର ବିଲ୍ଟ-ଅପ୍ କ୍ଷେତ୍ର ପାଇଁ ସଂରକ୍ଷଣ ମୂଲ୍ୟ ପ୍ରତି ବର୍ଗଫୁଟ ୩୭,୧୬୧ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୭୦ ରୁ ୮୦ ଟି ଫ୍ଲାଟ୍ ପାଇଁ ଅନ୍ୟ ଏକ ପକ୍ଷ ବିଡ୍ କରିଥିଲା। ଗୋଟିଏରୁ ଅଧିକ ଫ୍ଲାଟ୍ ପାଇଁ ବହୁତ କମ୍ ଆବେଦନକାରୀ ବିଡ୍ କରିଥିଲେ ବୋଲି ଜଣାପଡି଼ଛି। ପରେ  ଅଗଷ୍ଟ୧୯ ତାରିଖରେ ନିର୍ଦ୍ଦାରିତ ନିଲାମ ପ୍ରକ୍ରିୟାକୁ NBCC ବାତିଲ୍ କରିଥିଲା । ପରେ ଚଳିତ ବର୍ଷ ଅକ୍ଟୋବର ୩ ତାରିଖରେ ପୁଣି ଥରେ NBCC 262 ୟୁନିଟ୍ ପାଇଁ ବିଡ୍ ଆମନ୍ତ୍ରଣ କରିଥିଲା। ପ୍ରଶାଶନର ସୋ-କଜ୍  ନୋଟିସ୍ ପାଇଁ ୧୭ ଟି ଫ୍ଲାଟ୍ ର ନିଲାମ ବାତିଲ୍ କରାଯାଇଥିଲା। ପରେ ଅକ୍ଟୋବର ୨୮ ରେ NBCC ପୁଣି ସଫଳ ସର୍ବାଧିକ ବିଡ୍ ପ୍ରଦାନକାରୀଙ୍କ ବିଡ୍ ବାତିଲ୍ କରିଥିଲା। ସେପଟେ, କ୍ରେତାମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ କମ୍ପାନୀ ମନଇଚ୍ଛା ବିଡ୍ ବାତିଲ୍ କରୁଥିବା ବେଳେ ଏନବିସିସିର ମନମୁଖୀ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି।

NBCCକୁ  କଡା ସମାଲୋଚନା କଲେ ଉଚ୍ଚ ନ୍ୟାୟାଳୟ: ବାରମ୍ବାର ବିଡ଼ ବାତିଲ୍ ହେବା ପରେ  କିଛି କ୍ରେତା  ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ରେତାଙ୍କ ଅଭିଯୋଗ କୋର୍ଟ ଶୁଣିବା ପରେ, ସରକାରୀ କମ୍ପାନୀ NBCCକୁ ଏକ ନୋଟିସ୍ ଜାରିକରିବା ସହ ଜବାବ୍ ମାଗିଛନ୍ତି। ଏବଂ ୧୪ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ ତାରିଖରେ ହେବାକୁ ସ୍ଥିର କରାଯାଇଛି।

ପ୍ରତ୍ୟେକ ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଅଧିକ ହେବ: (NBCC) ଏନବିସିସି ଆଭେନ୍ୟୁ ଟାୱାର୍ସ ପ୍ରୋଜେକ୍ଟର ପ୍ରତ୍ୟେକ ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି। ୮.୮୯ ଏକର ଜମିରେ ନିର୍ମିତ ଏହି ଆବାସିକ ପ୍ରକଳ୍ପରେ ନଅଟି କୋଠା ଏବଂ ୨୬୨ଟି ୟୁନିଟ୍ ରହିଛି। ବିଶେଷକରି,୧୦ ମହଲା ବିଶିଷ୍ଟ ଏହି କୋଠା ଗୁଡିକରେ ବିଭିନ୍ନ ପ୍ରକାର ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ୍ ଭଳି ସୁବିଧା ରହିଛି। ୮ଟି ଟାୱାରରେ ଥିବା ସମସ୍ତ (4-BHK) ଆପାର୍ଟମେଣ୍ଟ। ଯାହାର ପରିଧି ୨୫୧୮ ରୁ ୨୫୯୮ ବର୍ଗଫୁଟ୍ ପର୍ଯ୍ୟନ୍ତ ଥିବା ବେଳେ କାର୍ ପାର୍କିଂ ସହ ପଚାଶ ହଜାର୍ ବର୍ଗଫୁଟ୍ ର କ୍ଲବ୍ ହାଉସ୍ ନିର୍ମାଣ କରାଯାଇଛି।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES