SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Delhi Air Pollution: ଦିଲ୍ଲୀରେ ନିଶ୍ୱାସ ନେବା ବି ମୁସ୍କିଲ, ଗମ୍ଭୀର ଶ୍ରେଣୀରେ ପହଞ୍ଚିଲା ବାୟୁ ପ୍ରଦୂଷଣ

ରବିବାର, ନଭେମ୍ବର ୮ ତାରିଖ ସକାଳ ୬ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଦିଲ୍ଲୀର ଅନେକ ଅଞ୍ଚଳରେ AQI ଗମ୍ଭୀର ଶ୍ରେଣୀରେ ରହିଛି। ପଞ୍ଜାବୀ ବାଗ୍‌ରେ ସର୍ବାଧିକ ୪୫୨ AQI ରେକର୍ଡ ହୋଇଥିବା ବେଳେ ଆର୍‌କେ ପୁରମ୍‌ରେ ୪୪୯ ଏବଂ IIT ଦିଲ୍ଲୀ ଅଞ୍ଚଳରେ ୪୪୬ ରେକର୍ଡ କରାଯାଇଛି।

Written By Priyambada Rana Edited By Priyambada Rana
Published: Nov 08, 2026, 12:24 PM IST | Updated: Nov 08, 2026, 12:36 PM IST
Image Credit: Delhi Air Pollution: ଦିଲ୍ଲୀରେ ନିଶ୍ୱାସ ନେବା ବି ମୁସ୍କିଲ, ଗମ୍ଭୀର ଶ୍ରେଣୀରେ ପହଞ୍ଚିଲା ବାୟୁ ପ୍ରଦୂଷଣ
Join

Delhi Air Pollution: ଦୀପାବଳିର ଖୁସି ମଧ୍ୟରେ ଦିଲ୍ଲୀ-NCRରେ ଚିନ୍ତା ବଢ଼ାଇଛି ବାୟୁ ପ୍ରଦୂଷଣ। ରାଜଧାନୀ ଦିଲ୍ଲୀ ସମେତ ନୋଏଡା ଓ ଆଖପାଖ ଅଞ୍ଚଳରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼ିଛି। ରାସ୍ତାଘାଟରେ ଘନ କଳା ଧୂଆଁର ଚାଦର ଢାଙ୍କି ହୋଇ ରହିଥିବା ବେଳେ ଲୋକଙ୍କ ପାଇଁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ୧୦ରୁ ଅଧିକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି।

ରବିବାର, ନଭେମ୍ବର ୮ ତାରିଖ ସକାଳ ୬ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଦିଲ୍ଲୀର ଅନେକ ଅଞ୍ଚଳରେ AQI ଗମ୍ଭୀର ଶ୍ରେଣୀରେ ରହିଛି। ପଞ୍ଜାବୀ ବାଗ୍‌ରେ ସର୍ବାଧିକ ୪୫୨ AQI ରେକର୍ଡ ହୋଇଥିବା ବେଳେ ଆର୍‌କେ ପୁରମ୍‌ରେ ୪୪୯ ଏବଂ IIT ଦିଲ୍ଲୀ ଅଞ୍ଚଳରେ ୪୪୬ ରେକର୍ଡ କରାଯାଇଛି।

ସେହିପରି ଦ୍ୱାରକାରେ ୪୪୪, ମଥୁରା ରୋଡ୍‌ରେ ୪୨୫, ସିରିଫୋର୍ଟରେ ୪୨୩, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍‌ରେ ୪୨୩, ଚାନ୍ଦନୀ ଚୌକ୍‌ରେ ୪୧୭, ପୁସାରେ ୪୧୫, ବୁରାଡ଼ି କ୍ରସିଂରେ ୪୧୧ ଏବଂ NSUT ଜାଫରପୁରରେ ୪୦୯ AQI ରେକର୍ଡ ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ବାୟୁର ମାନ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି।

କେବଳ ଏହି ଅଞ୍ଚଳ ନୁହେଁ, ଦିଲ୍ଲୀର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି। ନରେଲାରେ AQI ୩୯୯, ITOରେ ୩୯୬, ମନ୍ଦିର ମାର୍ଗରେ ୩୯୩, ଉତ୍ତମ ନଗରରେ ୩୭୩, ବୁରାଡ଼ିରେ ୩୭୦ ଏବଂ ତାଲକଟୋରା ଗାର୍ଡେନ୍‌ରେ ୩୬୯ ରେକର୍ଡ ହୋଇଛି। ଏହାବ୍ୟତୀତ ଆୟା ନଗରରେ ୩୬୯, ବସୁନ୍ଧରା ଏନକ୍ଲେଭ୍‌ରେ ୩୫୬, ଟିକ୍ରି କଲାଁ ଓ ବଦରପୁରରେ ୩୪୯, କରାଲାରେ ୩୩୭ ଏବଂ ଲୋଧି ରୋଡ୍‌ରେ ୩୩୩ AQI ରହିଛି।

ପ୍ରଦୂଷଣର ଏଭଳି ଭୟାବହ ସ୍ଥିତିକୁ ଦେଖି ଦିଲ୍ଲୀ-NCRରେ ପୂର୍ବରୁ GRAP-3 କଟକଣା ଲାଗୁ କରାଯାଇଛି। ତଥାପି ବାୟୁର ମାନରେ ବିଶେଷ ସୁଧାର ଆସୁନାହିଁ। ଏହି ପରିସ୍ଥିତିରେ ଶିଶୁ, ବୟସ୍କ ଏବଂ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ସହ ଅନାବଶ୍ୟକ ବାହାରକୁ ଯିବାରୁ ଦୂରେଇ ରହିବା ଆବଶ୍ୟକ।

ଅନ୍ୟପକ୍ଷରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାର କ'ଣ ପଦକ୍ଷେପ ନେଇଛନ୍ତି, ସେନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କେବଳ ନଡ଼ା ପୋଡ଼ିକୁ ଦିଲ୍ଲୀର ପ୍ରଦୂଷଣ ପାଇଁ ଦାୟୀ କରାଯାଇପାରିବ ନାହିଁ ବୋଲି କୋର୍ଟ ମତ ଦେଇଛନ୍ତି। ରାଜଧାନୀରେ ଦ୍ରୁତଗତିରେ ବଢ଼ୁଥିବା ଗାଡ଼ିମୋଟର ସଂଖ୍ୟା ମଧ୍ୟ ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ପ୍ରଦୂଷଣର ମୁଖ୍ୟ କାରଣ ନୁହନ୍ତି, ବରଂ ସେମାନେ ଏହାର ସବୁଠାରୁ ଅଧିକ ଶିକାର ହେଉଛନ୍ତି। ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ପ୍ରଦୂଷିତ ପରିବେଶରେ ମଧ୍ୟ ବାହାରକୁ ଯିବାକୁ ପଡ଼ୁଛି। ଋତୁକାଳୀନ କାମ ଓ ଦୈନିକ ରୋଜଗାର ଉପରେ ନିର୍ଭରଶୀଳ ଏହି ଲୋକମାନେ ପ୍ରଦୂଷଣର ଭାର ବହନ କରୁଛନ୍ତି। ଦୀପାବଳି ଭଳି ଉତ୍ସବ ସମୟରେ ଦିଲ୍ଲୀ-NCRରେ ପ୍ରଦୂଷଣର ଏଭଳି ଗମ୍ଭୀର ସ୍ଥିତି ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES