Police Officer Death:ହୋଟେଲ ରୁମରୁ ମିଳିଲା ପୋଲିସ୍ ଅଫିସରଙ୍କ ମୃତଦେହ? ହତ୍ୟା ନା ଆତ୍ମହତ୍ୟା
Police Officer Death: ହୋଟେଲ୍ ରୁମ୍ ରୁ ମିଳିଲା ପୋଲିସ୍ ଅଫିସରଙ୍କ ମୃତଦେହ। କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟାକରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି। ଏନେଇ କାରଣ ଖୋଜୁଛି ପୋଲିସ୍ । ମୃତ ପୋଲିସ୍ ଅଫିସର ଜଣକ ହେଉଛନ୍ତି ଡିଏସ୍ପି ଖର୍ଗେଶ୍ୱର ରାଭା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ଛାନଭିନ୍ ଆରମ୍ଭ କରିଛି।
Police Officer Death: ହୋଟେଲ୍ ରୁମ୍ ରୁ ମିଳିଲା ପୋଲିସ୍ ଅଫିସରଙ୍କ ମୃତଦେହ। କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟାକରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି। ଏନେଇ କାରଣ ଖୋଜୁଛି ପୋଲିସ୍ । ମୃତ ପୋଲିସ୍ ଅଫିସର ଜଣକ ହେଉଛନ୍ତି ଡିଏସ୍ପି ଖର୍ଗେଶ୍ୱର ରାଭା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ଛାନଭିନ୍ ଆରମ୍ଭ କରିଛି।
ସୂଚନା ଅନୁସାରେ,ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ ଦିର୍ଘ ଦିନ ହେବ ଡିଏସ୍ପି ଖର୍ଗେଶ୍ୱର ରାଭା କାର୍ଯ୍ୟରତ ଥିଲେ। ହେଲେ, ଅକ୍ଟୋବର ୧୮ ତାରିଖରେ ରହିବାକୁ ୧୮ ତାରିଖରେ ଆସିଥିଲେ।୨୦ ତାରିଖ ଦିନ ସେ ହୋଟେଲ୍ କର୍ମଚାରୀଙ୍କୁ ଖାଇବା ମାଗିଥିଲେ। ତାହା ପରଠାରୁ ହୋଟେଲ୍ ରୁମ୍ ରୁ ତାଙ୍କ ଗତିବିଧି ବେଶି କିଛି ଜଣାପଡ଼ିନଥିଲା। କିନ୍ତୁ ୧୦୨ ନମ୍ବର ହୋଟେଲ୍ ରୁମ୍ ରେ ରହୁଥିବା ଅଧିକାରୀଙ୍କ ରୁମ୍ ରୁ ସାମାନ୍ୟ ପଚା ସଢା ଗନ୍ଧ ଆସିବାରୁ ହୋଟେଲ୍ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ALSO READ: Bhubaneswar News: ଭୁବନେଶ୍ବରରେ ଆଜିଠୁ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଓ ଏକ୍ସପୋ, କାଲିଠୁ...
ALSO READ: Ketu Gochar 2026: ବର୍ଷ ଶେଷରେ କେତୁ ଚଳାଇବେ ବଡ଼ ଚାଲ୍, ୪ ରାଶିଙ୍କ ଆରମ୍ଭ ହେବ ଗୋଲଡେନ୍ ଟାଇମ୍
ଡିଏସ୍ପି ଖର୍ଗେଶ୍ୱର ରାଭାଙ୍କ ମୃତ୍ୟୁ ଖବର ପାଇବା ପରେ ଭାଙ୍ଗି ପଡିଛନ୍ତି ତାଙ୍କ ପୁଅ ଓ ପତ୍ନୀ। ଉଭୟ ବୋକରୁ (Bongaigaon) ବୋଙ୍ଗାଇଗାଓଁରେ ପହଞ୍ଚିଛନ୍ତି। ପରିବାର ସଦସ୍ୟଙ୍କ ଅନୁଯାୟୀ, କହିବା ଅନୁସାରେ, ଖର୍ଗେଶ୍ୱରକିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ , ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଅଫିସରଙ୍କ ପାଇଁ କିଶୋର ହାଲୋଇ ନାମକ ଜଣେ ବ୍ୟକ୍ତି ଏହି ରୁମ୍ ବୁକ୍ କରିଥିଲେ। ତେବେ, ଏହି କିଶୋର କିଏ ଏବଂ ସେ ପୋଲିସ୍ ଅଧିକାରୀଙ୍କ ପାଇଁ କାହିଁକି ହୋଟେଲ୍ ରେ ରୁମ୍ ବୁକ୍ କରିଥିଲେ। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ, ପୋଲିସ୍ କହିଛି ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ହୋଟେଲ୍ ର ସିସିଟିଭି ଫୁଟେଜ୍, କଲ୍ ହିଷ୍ଟ୍ରି ସହ ହୋଟେଲ୍ ଭିଜିଟର ଲଗ୍ ମଧ୍ୟ ଯାଂଚ କରୁଛି ପୋଲିସ୍।