SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Fire: ପୋଷାକ କାରଖାନାରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

Fire Breaks Out In Garment Factory: ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି। ନଜଫଗଡ଼ରେ ଥିବା ଏକ ପୋଷାକ କାରଖାନାକେ ଏହି ଅଗ୍ନିକାଣ୍ତ ଘଟିଥିବା ଜଣାପଡିଛି। ନିଆଁଲିଭା କାର୍ଯ୍ୟରେ ୨୫ ରୁ ଅଧିକ ଦମକଳ ଗାଡି଼ ନିୟୋଜିତ ହୋଇଛି। ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Written By Narmada Behera Edited By Narmada Behera
Published: Nov 08, 2026, 09:01 PM IST | Updated: Nov 08, 2026, 09:06 PM IST
Image Credit: Representative -Social Media
Join

Fire Breaks Out In Garment Factory: ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି। ନଜଫଗଡ଼ରେ ଥିବା ଏକ ପୋଷାକ କାରଖାନାକେ ଏହି ଅଗ୍ନିକାଣ୍ତ ଘଟିଥିବା ଜଣାପଡିଛି।  ନିଆଁଲିଭା କାର୍ଯ୍ୟରେ ୨୫ ରୁ ଅଧିକ ଦମକଳ ଗାଡି଼ ନିୟୋଜିତ ହୋଇଛି। ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୪ଟା ୨୧ ମିନିଟ୍ ରେ ନାଙ୍ଗଲି ସକ୍ରାବତୀର ଶମଶାନ ଘାଟ ରୋଡରେ ଥିବା ଏକ ପୋଷାକ କାରଖାନାରେ ଅଗ୍ନିକାଣ୍ତ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୨ଗାଡି ପହଞ୍ଚିଥିଲା। ହେଲେ, ଅଗ୍ନି ବ୍ୟାପିବାରୁ  ଆଉ ୨୨ଟି ଅଗ୍ନିଶମ ଗାଡ଼ି ଏଥିରେ ନିୟୋଜିତ ହୋଇଥିଲା।

ରବିବାର ଅପରାହ୍ନ ପ୍ରାୟ ୪:୨୧ ସମୟରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା। ପ୍ରାରମ୍ଭିକ ଭାବରେ, ଘଟଣାସ୍ଥଳକୁ ଦୁଇଟି ପାଣି ଟେଣ୍ଡର, ଦୁଇଟି ପାଣି ବୋଜର ଏବଂ ଏକ QRV ପଠାଯାଇଥିଲା। ଘଟଣାସ୍ଥଳରେ ଥିବା ଦଳଗୁଡ଼ିକ ଅଗ୍ନି ପରିସ୍ଥିତିର ମୂଲ୍ୟାଙ୍କନ କରିଥିଲେ। ଅଗ୍ନିକାଣ୍ଡର ଗମ୍ଭୀରତାକୁ ବିଚାର କରି, ଅପରାହ୍ନ ପ୍ରାୟ ୪:୪୦ ସମୟରେ ଏହାକୁ ମେକ୍-୪ ଭାବରେ ବର୍ଗୀକୃତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗ ଅତିରିକ୍ତ ସମ୍ବଳ ଏବଂ ଯାନବାହାନ ନିୟୋଜିତ କରିଥିଲା। ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ଥିବା ବେଳେ  କେହି ମୃତାହତ ହୋଇ ନାଥିବା ଜଣାପଡିଛି। କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏବଂ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES