SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Murasu Landfall: ବାତ୍ୟା 'ମୁରାସୁ' ପ୍ରଭାବ, ଉଡିଲା ଛପର ଭାଙ୍ଗିଲା ଗଛ...

ବାତ୍ୟା 'ମୁରାସୁ' ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 03, 2026, 07:01 AM IST | Updated: Nov 03, 2026, 07:14 AM IST
Image Credit: Cyclone Update By IMD
Join

Cyclone Murasu: ବାତ୍ୟା 'ଅର୍ଣ୍ଣବ' ପରେ ଆନ୍ଧ୍ରପ୍ରଦେଶ ଉପକୂଳରେ ତାଣ୍ଡବ ରଚିଛି 'ମୁରାସୁ'। ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ଼ ହେବା ପରେ ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ଼ ପବନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ୧୮ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜରୁରୀ କାମ ନଥିଲେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ଅପିଲ କରାଯାଇଛି।

 

 ବଙ୍ଗୋପସାଗରରୁ ଉଠିଥିବା ଏହି ଭୀଷଣ ବାତ୍ୟା'ମୁରାସୁ' ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସମସ୍ୟା ସୃଷ୍ଟି କରିଛି। ସୋମବାର ଏବଂ ମଙ୍ଗଳବାର ବିଳମ୍ବିତ ରାତି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଛି । ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବା ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପର ଦେଇ ଗତି କରିବା ପରେ 'ମୁରାସୁ' ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବ୍ୟୁନେଲୋର ଏବଂ ନରସାପୁର ମଧ୍ୟରେ ଥିବା ଓଙ୍ଗୋଲର ଦକ୍ଷିଣରେ ସ୍ଥଳଭାଗ ଛୁଇଁଥିଲା।

 

ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇଥିଲା। ବାତ୍ୟା ଚେତାବନୀକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ ଆଲର୍ଟ ହୋଇଯାଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିମାନ ଚଳାଚଳକୁ ନେଇ ଏୟାରଲାଇନ୍ସଗୁଡ଼ିକ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ଏବଂ ସୂଚନା ଅନୁଯାୟୀ ୧୮ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

ଆପଣଙ୍କୁ କହିରଖୁଛୁ ଯେ, କିଛି ଦିନ ପୂର୍ବରୁ ବଙ୍ଗୋପସାଗରରୁ ଉଠିଥିବା ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ର ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି କରିଥିଲା । ଅର୍ଣ୍ଣବ ଲ୍ୟାଣ୍ଡଫଲ କରିବାର ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ବାତ୍ୟା 'ମୁରାସୁ' ଦୁଖକୁ ଦ୍ୱିଗୁଣିତ କରିଛି। ଆଇଏମଡି ଅନୁଯାୟୀ, ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ଏହି ବାତ୍ୟା ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତରରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା। ଏଭଳି ପରିସ୍ଥିତିରେ ଆଇଏମଡି ଆଜି ଭୋର ସମୟରେ ଲ୍ୟାଣ୍ଡଫଲ୍ ହେବାର ଅନୁମାନ କରିଥିଲା, କିନ୍ତୁ ବିଳମ୍ବିତ ରାତିରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ଆଇଏମଡି ସୂଚନା ଦେଇଛି ଯେ, ଆନ୍ଧ୍ର ଉପକୂଳରେ ୧ ରୁ ୧.୫ ମିଟର ଉଚ୍ଚର ଜୁଆର ବା ବାତ୍ୟା ଜନିତ ଲହଡ଼ି ଆସିବାର ସମ୍ଭାବନା ରହିଛି। ବିଭାଗର କହିବା ଅନୁଯାୟୀ, ଏହି ଲହଡ଼ିଗୁଡ଼ିକ ସାଧାରଣ ଜୁଆର ସ୍ତରଠାରୁ ଉପରକୁ ଉଠି ବାପଟଲା, କ୍ରିଷ୍ଣା ଏବଂ ପ୍ରକାଶମ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲେ ପାଣିପାଗ ବିଭାଗ କହିଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ଯୋଗୁଁ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିପାରେ।

ବାତ୍ୟା 'ମୁରାସୁ'ର ସିଧାସଳଖ ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ ଇଣ୍ଡିଗୋ, ଏୟାର ଇଣ୍ଡିଆ ସମେତ ଅନେକ ଏୟାରଲାଇନ୍ସ ସେମାନଙ୍କର ବିମାନ ଉଡ଼ାଣ ବାତିଲ କରିଛନ୍ତି। ଟ୍ରେନ ଚଳାଚଳ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲୋକମାନଙ୍କୁ ବିନା କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ଆଜି ଗନ୍ନଭରମ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ୧୦ଟି ବିମାନକୁ ବାତିଲ କରାଯାଇଛି। ବିମାନ ବାତିଲ ହେବା ଯୋଗୁଁ ବିଜୟୱାଡ଼ା ଯାତାୟାତ କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ବାହାରିବା ପୂର୍ବରୁ ସେମାନଙ୍କର ବିମାନର ସ୍ଥିତି ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ବିପଦ ଏବଂ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି।

ବାତ୍ୟା 'ମୁରାସୁ'କୁ ନେଇ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଗ୍ରେଟର ଚେନ୍ନାଇ କର୍ପୋରେସନର କମିଶନର ଜି.ଏସ୍. ସମୀରନଙ୍କ କହିବାନୁଯାୟୀ, ଗତ ଦୁଇ ଦିନ ଧରି କର୍ପୋରେସନ ବାତ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି। ସେ କହିଛନ୍ତି ଯେ ଏହି ବାତ୍ୟା ଏକ ଭୀଷଣ ବାତ୍ୟାର ରୂପ ନେଇଛି ଏବଂ ସ୍ଥଳଭାଗ ଛୁଇଁବାକୁ ଯାଉଛି। ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ନିକଟରେ ଏହାର ଲ୍ୟାଣ୍ଡଫଲ୍ ହୋଇସାରିଛି। ଚେନ୍ନାଇ ଏବଂ ତିରୁଭାଲୁରର କିଛି ଅଂଶ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବାରୁ ସେଠାରେ ସୁରକ୍ଷା ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ବାତ୍ୟା 'ମୁରାସୁ' ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ସୋମବାର ବିଳମ୍ବିତ ରାତିରୁ କ୍ରମାଗତ ଭାବେ ହେଉଥିବା ବର୍ଷା ଯୋଗୁଁ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଭୀଷଣ ଚକ୍ରବାତ 'ମୁରାସୁ' ବର୍ତ୍ତମାନ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଭାଗରେ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଅତି ନିକଟରେ, ଓଙ୍ଗୋଲଠାରୁ ପ୍ରାୟ ୨୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି। ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି ଏବଂ ଆଗାମୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନେଲୋର ଏବଂ ନରସାପୁର ମଧ୍ୟରେ (ଓଙ୍ଗୋଲ ନିକଟରେ) ଏହା ଜାରି ରହିବାର ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିବ, ଯାହା ଝଟକା ସହ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ସାଧାରଣ ଜୁଆର ସ୍ତରଠାରୁ ପ୍ରାୟ ୧.୦-୧.୫ ମିଟର ଉଚ୍ଚର ସାମୁଦ୍ରିକ ଲହଡ଼ି ଉଠିପାରେ, ଯାହା ଫଳରେ ଏହି ଅଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ।

Also Read- Horoscope Today: କେମିତି କଟିବ ଆଜି ଦିନ? ପଢନ୍ତୁ ରାଶିଫଳ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES