SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Helicopter Crash: ବଦ୍ରିନାଥରୁ ଫେରୁଥିବା ବେଳେ ହେଲିକପ୍ଟର କ୍ରାସ୍, ପାଇଲଟ୍‌ଙ୍କ ସମେତ ୬ ଜଣ ଥିବା ସୂଚନା

ପ୍ରାଥମିକ ସୂଚନା ଅନୁସାରେ, ଯୋଶୀମଠ ଅଞ୍ଚଳର ହାତୀ ପାହାଡ଼ ପଛପଟେ ଥିବା ଚାୟୀ ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଚାୟୀ ଗାଁ ନିକଟରୁ ଧୂଆଁ ଉଠୁଥିବା ଦେଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Written By Priyambada Rana Edited By Priyambada Rana
Published: Oct 30, 2026, 03:53 PM IST | Updated: Oct 30, 2026, 04:02 PM IST
Image Credit: Helicopter Crash: ବଦ୍ରିନାଥରୁ ଫେରୁଥିବା ବେଳେ ହେଲିକପ୍ଟର କ୍ରାସ୍, ପାଇଲଟ୍‌ଙ୍କ ସମେତ ୬ ଜଣ ଥିବା ସୂଚନା
Join

Helicopter Crash: ଉତ୍ତରାଖଣ୍ଡରେ ଘଟିଛି ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା। ବଦ୍ରିନାଥରୁ ଫାଟା ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ଏହି ହେଲିକପ୍ଟରରେ ପାଇଲଟ୍‌ଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କେତେ ଜଣ ଆହତ କିମ୍ବା ମୃତାହତ ହୋଇଛନ୍ତି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, 'ଟ୍ରାନ୍ସ ଭାରତ ଏଭିଏସନ୍' କମ୍ପାନୀର ଏହି ହେଲିକପ୍ଟରଟି ବଦ୍ରିନାଥରୁ ଫାଟା ଅଭିମୁଖେ ଫେରୁଥିଲା। ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିଖୋଜ ହୋଇଯାଇଥିଲା। ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ତୁରନ୍ତ ଏହାର ତଲାସୀ ଆରମ୍ଭ କରାଯାଇଥିଲା।

ପ୍ରାଥମିକ ସୂଚନା ଅନୁସାରେ, ଯୋଶୀମଠ ଅଞ୍ଚଳର ହାତୀ ପାହାଡ଼ ପଛପଟେ ଥିବା ଚାୟୀ ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଚାୟୀ ଗାଁ ନିକଟରୁ ଧୂଆଁ ଉଠୁଥିବା ଦେଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ନିଖୋଜ ହେଲିକପ୍ଟର ଓ ଏହାର ଭଗ୍ନାବଶେଷ ଖୋଜିବା ପାଇଁ ଅନ୍ୟ ଦୁଇଟି ହେଲିକପ୍ଟରକୁ ମଧ୍ୟ ନିୟୋଜିତ କରାଯାଇଛି। କିନ୍ତୁ ଲଗାତାର ବର୍ଷା ଓ ଘନ ବାଦଲ ଯୋଗୁଁ ଉଦ୍ଧାରକାରୀ ଦଳକୁ ସନ୍ଧାନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏପର୍ଯ୍ୟନ୍ତ ହେଲିକପ୍ଟରର ଭଗ୍ନାବଶେଷ ମିଳିନଥିବା ସୂଚନା ରହିଛି।


ପୂର୍ବରୁ ମଧ୍ୟ ହୋଇଥିଲା ଜରୁରୀ ଅବତରଣ:
ଉତ୍ତରାଖଣ୍ଡରେ ଅକ୍ଟୋବର ମାସ ଆରମ୍ଭରେ ମଧ୍ୟ ଚାରଧାମ ଯାତ୍ରାରେ ନିୟୋଜିତ ଦୁଇଟି ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଖରାପ ପାଗ ଯୋଗୁଁ ଗୋଟିଏ ହେଲିକପ୍ଟରକୁ ରୁଦ୍ରପ୍ରୟାଗରେ ଜରୁରୀ ଅବତରଣ କରାଯାଇଥିବା ବେଳେ ବୈଷୟିକ ତ୍ରୁଟି କାରଣରୁ ଅନ୍ୟ ଏକ ହେଲିକପ୍ଟରକୁ ଟିହରୀରେ ଅବତରଣ କରିବାକୁ ପଡ଼ିଥିଲା।

ପାହାଡ଼ିଆ ଅଞ୍ଚଳରେ ଖରାପ ପାଗ, ଘନ କୁହୁଡ଼ି ଓ ବର୍ଷା ହେଲିକପ୍ଟର ଚଳାଚଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏବେ ସମସ୍ତଙ୍କ ନଜର ନିଖୋଜ ହେଲିକପ୍ଟରର ସନ୍ଧାନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ରହିଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES