SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Indian navy: ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ସାମିଲ୍ ହେବ 'ମହାଯୋଦ୍ଧା'

INS ମାଙ୍ଗ୍ରୋଲ୍‌ (INS Mangrol) କୁ ଆଜି ଭାରତୀୟ ନେଭିରେ ସାମିଲ କରାଯିବ। ଏହା ଭାରତର ତୃତୀୟ ଆଣ୍ଟି-ସବ୍‌ମାରିନ୍ ୱାରଫେୟାର୍ ସ୍ୟାଲୋ ୱାଟର କ୍ରାଫ୍ଟ (ASW-SWC) ଅଟେ, ଯାହାକୁ କୋଚିନ୍ ସିପ୍‌ୟାର୍ଡ ଲିମିଟେଡ୍ ପ୍ରସ୍ତୁତ କରିଛି। ଏହା ବୁଡ଼ାଜାହାଜ ଜନିତ ବିପଦଗୁଡ଼ିକୁ ଚିହ୍ନଟ କରିବାରେ ବେଶ୍ ମାହିର।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 12, 2026, 07:44 AM IST | Updated: Oct 12, 2026, 07:50 AM IST
Image Credit: Indian Navy
Join

Indian navy: ଏବେ ଶତ୍ରୁର ବୁଡ଼ାଜାହାଜଗୁଡ଼ିକ ପାଣି ଭିତରେ ଲୁଚି ରହିପାରିବେ ନାହିଁ। ଆଜି ତୃତୀୟ ଆଣ୍ଟି-ସବ୍‌ମାରିନ୍ ୱାରଫେୟାର୍ ସ୍ୟାଲୋ ୱାଟର କ୍ରାଫ୍ଟ 'ମାଙ୍ଗ୍ରୋଲ୍' ଭାରତୀୟ ନେଭିରେ ସାମିଲ ହେବ। ଏହାକୁ କେରଳର କୋଚିନ୍ ସିପ୍‌ୟାର୍ଡ ଲିମିଟେଡ୍ ତିଆରି କରିଛି। ମାଙ୍ଗ୍ରୋଲ୍ ଭାରତୀୟ ନୌସେନାର ଆଣ୍ଟି-ସବ୍‌ମାରିନ୍ ୱାରଫେୟାର୍‌କୁ ଶକ୍ତିଶାଳୀ କରିବ। ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ, ଯେଉଁଠାରେ ବଡ଼ ବଡ଼ ଯୁଦ୍ଧ ଜାହାଜଗୁଡ଼ିକୁ କାର୍ଯ୍ୟକ୍ଷମ ସୀମାବଦ୍ଧତାର ସାମ୍ନା କରିବାକୁ ପଡ଼ିଥାଏ।

ଏହି ଜାହାଜ ସାମୁଦ୍ରିକ ପାଟ୍ରୋଲିଂ ବିମାନ, ହେଲିକପ୍ଟର ଏବଂ ଅନ୍ୟାନ୍ୟ ଯୁଦ୍ଧ ଜାହାଜ ସହିତ ମିଶି ବୁଡ଼ାଜାହାଜ ଜନିତ ବିପଦଗୁଡ଼ିକୁ ଖୋଜି ବାହାର କରିବା ଏବଂ ସେଗୁଡ଼ିକର ମୁକାବିଲା କରିବାରେ ସକ୍ଷମ ଅଟେ। ପ୍ରକାଶିତ ବିବୃତିରେ କୁହାଯାଇଛି ଯେ, ଏହା ସାମିଲ ହେବା ଦ୍ଵାରା ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା କରିବା ସହିତ ନୌସେନାର ବଡ଼ ଜାହାଜ ବାହିନୀର କାର୍ଯ୍ୟକଳାପରେ ସହାୟତା କରିବାର କ୍ଷମତା ମଧ୍ୟ ବୃଦ୍ଧି ପାଇବ।

ୱାରଫେୟାର୍ କ୍ଷମତାରେ ହେବ ବୃଦ୍ଧି
ବଦଳୁଥିବା ସାମୁଦ୍ରିକ ସୁରକ୍ଷା ପରିବେଶରେ ପାଣି ଭିତରେ ବଢ଼ୁଥିବା ବିପଦ ମଧ୍ୟରେ, ମାଙ୍ଗ୍ରୋଲ୍‌ ନୌସେନାରେ ସାମିଲ ହେବା ନେଭି ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହାଦ୍ଵାରା ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଆଣ୍ଟି-ସବ୍‌ମାରିନ୍ ୱାରଫେୟାର୍ କ୍ଷମତା ଆହୁରି ବୃଦ୍ଧି ପାଇବ।

ଗୁଜରାଟର ଜୁନାଗଡ଼ ଜିଲ୍ଲାର ଏକ ଉପକୂଳ ସହର ତଥା ମାଛ ଧରିବାର ଏକ ପ୍ରମୁଖ ବନ୍ଦର 'ମାଙ୍ଗ୍ରୋଲ୍' ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ଜାହାଜ ସହିତ ପୁରୁଣା INS ମାଙ୍ଗ୍ରୋଲ୍ (M85) ର ଗୌରବମୟ ଇତିହାସକୁ ଆଗକୁ ବଢ଼ାଯାଉଛି। INS ମାଙ୍ଗ୍ରୋଲ୍ (M85) ଏକ ମାଇନ୍‌ସ୍ଵିପର୍ ଥିଲା, ଯିଏକି ଏପ୍ରିଲ୍ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ନେଭିରେ ନିଜର ସେବା ପ୍ରଦାନ କରିଥିଲା।

INS ମାଙ୍ଗ୍ରୋଲ୍‌ର ବିଶେଷତ୍ଵ
ଆଇଏନ୍‌ଏସ୍ ମାଙ୍ଗ୍ରୋଲ୍ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ହୋଇଛି। ଯୁଦ୍ଧଜାହାଜର ଡିଜାଇନ୍, ମାନୁଫ୍ୟାକ୍ଚରିଂ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସରର ସଫଳ ସଂଯୋଗୀକରଣରେ ଏହା ଭାରତର ବଢ଼ୁଥିବା ସାମର୍ଥ୍ୟର ଏକ ଉଦାହରଣ ଅଟେ। ଉପକୂଳବର୍ତ୍ତୀ ଏବଂ କମ୍ ଗଭୀର ପାଣିରେ ଲୁଚି ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ନିପାତ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ଲଗାଯାଇଛି। ସେଗୁଡ଼ିକ ମଧ୍ୟରେ ଅଭୟ ହଲ୍-ମାଉଣ୍ଟେଡ୍ ସୋନାର, ହାଲୁକା ଟର୍ପିଡୋ, ଦେଶରେ ନିର୍ମିତ ଆଣ୍ଟି-ସବ୍‌ମାରିନ୍ ରକେଟ୍ ଲଞ୍ଚର୍ ଏବଂ ମାରୀଚ୍ ଆଡଭାନ୍ସଡ୍ ଟର୍ପିଡୋ ଡିକଏ ସିଷ୍ଟମ୍ ସାମିଲ ରହିଛି।

ଦିଗ ବଦଳାଇବାରେ ମଧ୍ୟ ମାହିର
ୱାଟରଜେଟ୍ ପ୍ରୋପଲସନ୍ ବିଶିଷ୍ଟ ତିନୋଟି ଡିଜେଲ ଇଞ୍ଜିନ ଚାଳିତ ଏହି ଜାହାଜ କମ୍ ଗଭୀର ପାଣିରେ ଅପରେସନ୍ ସମୟରେ ସହଜରେ ବୁଲିବା ଏବଂ ଦିଗ ପରିବର୍ତ୍ତନ କରିବାର ଚମତ୍କାର କ୍ଷମତା ରଖିଛି। ଏହା ପାଣି ଭିତରେ ନଜର ରଖିବା, କମ୍ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅପରେସନ୍ ଏବଂ ମାଇନ୍ ୱାରଫେୟାର୍ (ସାମୁଦ୍ରିକ ବାରୁଦ ସୁଡ଼ଙ୍ଗ ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ) ସହ ଜଡ଼ିତ କାର୍ଯ୍ୟ କରିବାରେ ମଧ୍ୟ ବେଶ୍ ପାରଙ୍ଗମ।

ଏହି ସମାରୋହର ନେତୃତ୍ଵ ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ସଞ୍ଜୟ ବାତ୍ସ୍ୟାୟନ କରିବେ। ଏହି କାର୍ଯ୍ୟକ୍ରମରେ ନେଭି ଏବଂ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ କୋଚିନ୍ ସିପ୍‌ୟାର୍ଡ ଲିମିଟେଡ୍‌ର ପ୍ରତିନିଧି, ପୂର୍ବତନ ସୈନିକ ଏବଂ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଓ ସେନ୍ସର ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେବେ।
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES